ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ କେରଲାପାଲ ଜଙ୍ଗଲରେ ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ଚାଲିଛି। ଆଜି ଭୋର ସକାଳୁ ଏହି ଗୁଳିବିନିମୟ ଚାଲିଛି। ବିଶେଷ ସୁତ୍ରରୁ ଖବର ପାଇ ଜିଲ୍ଲା ପୁଲିସ, ସିଆରପିଏଫ ଏବଂ ଡ଼ିଆରଜି ଯବାନ କେରଲାପାଲ ଜଙ୍ଗଲରେ ଚଢ଼ାଉ କରିଥିଲେ।
ଆଜି ସକାଳୁ ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଘଟଣାସ୍ଥଳରେ ସର୍ଚ୍ଚ ଅପେରସନ ବେଳେ ୧୬ ଜଣ ନକ୍ସଲଙ୍କ ଶବ ଜବତ କରାଯାଇଥିବା ଜଣାପଡ଼ିଛି। ଏହି ଗୁଳିବିନିମୟରେ ଦୁଇ ଜଣ ଯବାନ ଆହତ ମଧ୍ୟ ହୋଇଥିବା ସୂଚନା ମିଳିଛି। ବିପୁଳ ମାତ୍ରାରେ ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଥିବା ଜଣାଯାଇଛି। ଏବେ ବି ସେଠାରେ ଗୁଳିବିନିମୟ ଚାଲିଛି।ଆହତ ଯବାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯବାନମାନେ ଫେରିବା ପରେ ହିଁ ଅଧିକ ତଥ୍ୟ ମିଳିବ ବୋଲି ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

ପ୍ରକାଶ ଥାଉକି ଚଳିତ ବର୍ଷ ଏନକାଉଣ୍ଟରରେ ୧୦୦ ରୁ ଉର୍ଦ୍ଧ୍ବ ନକ୍ସଲ ନିହତ ହୋଇସାରିଲେଣି। ଦୁଇ ଶହରୁ ଉର୍ଦ୍ଧ୍ବ ନକ୍ସଲ ଆତ୍ମସମର୍ପଣ କରିସାରିଲେଣି।
naxal
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/29/GEdQ2MjoGrTMkKmQcj5G.jpg)