ବ୍ରହ୍ମପୁର: ବ୍ରହ୍ମପୁରରୁ କେତେକ ଜଣାଶୁଣା ବ୍ୟବସାୟୀଙ୍କ ସମେତ ୧୭ ଜଣ ଜୁଆଡ଼ି ଗିରଫ ହୋଇଥିବାର ଖବର ମିଳିଛି। ୫ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବି ଜବତ କରିଛି ପୁଲିସ୍।

Advertisment

ବିଳମ୍ବିତ ରାତିରେ ବ୍ରହ୍ମପୁର ବଡ଼ ବଜାର ଥାନା ପୁଲିସ ସ୍ଥାନୀୟ ଲକ୍ଷ୍ମୀ ନୃସିଂହ ସାହିରେ ଚାଲିଥିବା ବଡ଼ ଧରଣର ଜୁଆ ଆଡ୍ଡାରେ ଚଢ଼ାଉ କରି ୧୭ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ କରିଥିବା ଜଣାପଡ଼ିଛି। ଗିରଫ ଜୁଆଡ଼ିଙ୍କ ମଧ୍ୟରେ ଏକାଧିକ ନାମୀଦାମୀ ବ୍ୟବସାୟୀ ଓ ବୁକି ରହିଥିବା ଜଣାପଡିଛି। ଏହି ଚଢ଼ାଉରେ ଟାଉନ ଏସଡିପିଓ ପ୍ରିୟ ରଞ୍ଜନ ଛୋଟରାୟ, ବଡ଼ ବଜାର ଥାନା ଅଧିକାରୀ ବାବା ଶଙ୍କର ସରାଫ୍ ଓ ଅନ୍ୟାନ୍ୟ ପୁଲିସ ଅଫିସ କର୍ମଚାରୀ ସାମିଲ ଥିଲେ।

ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ବ୍ରହ୍ମପୁର ବଡ଼ ବଜାର ଥାନା ପୁଲିସ ସ୍ଥାନୀୟ ଲକ୍ଷ୍ମୀ ନୃସିଂହ ସାହିରେ ଚାଲିଥିବା ବଡ଼ ଧରଣର ଜୁଆ ଆଡ୍ଡାରେ ଚଢ଼ାଉ କରି ୧୭ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ କରିଥିବା ଜଣାପଡ଼ିଛି। ଗିରଫ ଜୁଆଡ଼ିଙ୍କ ମଧ୍ୟରେ ଏକାଧିକ ନାମୀଦାମୀ ବ୍ୟବସାୟୀ ଓ ବୁକି ରହିଥିବା ଜଣାପଡିଛି। ଏହି ଚଢ଼ାଉରେ ଟାଉନ ଏସଡିପିଓ ପ୍ରିୟ ରଞ୍ଜନ ଛୋଟରାୟ, ବଡ଼ ବଜାର ଥାନା ଅଧିକାରୀ ବାବା ଶଙ୍କର ସରାଫ୍ ଓ ଅନ୍ୟାନ୍ୟ ପୁଲିସ ଅଫିସ କର୍ମଚାରୀ ସାମିଲ ଥିଲେ।