କଣ୍ଟାବାଞ୍ଜି: ପଡୋଶୀ ଆନ୍ଧ୍ରପ୍ରଦେଶର ଇଟାଭାଟିରେ କାମ କରିବା ପାଇଁ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳରୁ ଚାଲାଣ ବେଳେ ୧୮ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। କଣ୍ଟାବାଞ୍ଜି ପୁଲିସ ମଙ୍ଗଳବାର ସନ୍ଧ୍ୟା ପାଟ୍ରୋଲିଂ ବେଳେ ୪ ଜଣ ପୁରୁଷ ଓ ୭ ଜଣ ମହିଳାଙ୍କ ସମେତ ଶିଶୁମାନଙ୍କୁ ଉଦ୍ଧାର କରିଛି।
ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପୁଲିସ ବେଆଇନ ଭାବରେ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ୧୮ ଦାଦନ ଶ୍ରମିକମାନଙ୍କୁ ଉଦ୍ଧାର କରିଛି। ପୁଲିସ ପାଟ୍ରୋଲିଙ୍ଗ ସମୟରେ ଡ଼ଙ୍ଗାମରା ଗାଁ ଛକ ନିକଟରେ ଏକ ଟାଟା ଏସିଇ ଗାଡ଼ିରେ ଶ୍ରମିକମାନେ ଆନ୍ଧ୍ର ପ୍ରଦେଶର ଏକ ଇଟାଭାଟିକୁ ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରିଛି। ଏହା ସହ ଦାଦନ ସର୍ଦାର ପ୍ରଦୀପ ବେହେରା ସମେତ ଗାଡି ସହ ଗାଡି ଡ୍ରାଇଭରକୁ ମଧ୍ୟ ଅଟକ ରଖି ଅଧିକ ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/wq6uIRP8nJlsG6AZIBph.jpeg)