ଭୁବନେଶ୍ବର: ରାଜ୍ୟର ପାଣିପାଗ ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି। ସେ କହିଛନ୍ତି, ଅବପାତ ଉତ୍ତର ଛତିଶଗଡ଼ ଓ ଝାଡ଼ଖଣ୍ଡ ଆଡ଼େ ଅଛି। ଏହି କାରଣରୁ ଆଗାମୀ ୨୪ ଘଣ୍ଟାରେ ଆଭ୍ୟନ୍ତରିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି କାରଣରୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୋନପୁର ଓ ଅନୁଗୁଳରେ ବର୍ଷା ହେବ। ଠିକ୍ ସେହିପରି ଉପକୂଳରେ ମଧ୍ୟମ ଧରଣର ବର୍ଷା ହେବ। ବିଜୁଳି, ଘଡ଼ଘଡ଼ି ଓ ଝଟକା ପବନ ୩-ରୁ ୪୦ କିଲୋମିଟର ବେଗରେ ବହିବ। ଆଗାମୀ ଦୁଇ ଦିନ ପାଇଁ ମତ୍ସଜୀଵୀଙ୍କୁ ସମୁଦ୍ରକୁ ବାରଣ କରାଯାଇଛି।
ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷା କମିବ। ଆସନ୍ତାକାଲି ଠାରୁ ଓଡ଼ିଶାରୁ ୱାର୍ଣ୍ଣିଙ୍ଗ ହଟିବ. କେବଳ ବିଜୁଳି ଓ ଘଡ଼ଘଡ଼ି ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ରହିବ। ୧୮୨ ଏମଏମ୍ ସହ ସବୁଠାରୁ ଅଧିକ ବର୍ଷା ମୟୁରଭଞ୍ଜ ଜିଲ୍ଲା ମୋରଡାରେ ହୋଇଛି। ଜୁନ ୧ ତାରିଖରୁ ଆଜି ଯାଏଁ ସ୍ୱାଭାବିକ ଠାରୁ ୧୯% ଅଧିକ ବର୍ଷା ହୋଇଥିବା ରେକର୍ଡ ହୋଇଛି।
ସେ ଆହୁରି କହିଛନ୍ତି, ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷା କମିବ। ଆସନ୍ତାକାଲି ଠାରୁ ଓଡ଼ିଶାରୁ ୱାର୍ଣ୍ଣିଙ୍ଗ ହଟିବ. କେବଳ ବିଜୁଳି ଓ ଘଡ଼ଘଡ଼ି ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ରହିବ। ୧୮୨ ଏମଏମ୍ ସହ ସବୁଠାରୁ ଅଧିକ ବର୍ଷା ମୟୁରଭଞ୍ଜ ଜିଲ୍ଲା ମୋରଡାରେ ହୋଇଛି। ଜୁନ ୧ ତାରିଖରୁ ଆଜି ଯାଏଁ ସ୍ୱାଭାବିକ ଠାରୁ ୧୯% ଅଧିକ ବର୍ଷା ହୋଇଥିବା ରେକର୍ଡ ହୋଇଛି।