ସୋର: ବାଲେଶ୍ୱର ଉପ ଜିଲ୍ଲାପାଳଙ୍କ ନିର୍ଦେଶରେ ସୋର ତହସିଲ ଓ ବାଲେଶ୍ୱର ଖଣି ବିଭାଗ ପକ୍ଷରୁ ବିଳମ୍ବିତ ରାତିରେ ଚଢ଼ାଉ କରାଯାଇ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ଓଭରବ୍ରିଜ ନିକଟ ଓଡ଼ିଶା ହୋଟେଲ ସମ୍ମୁଖରୁ ୧୯ଟି ବାଲି ବୋଝେଇ ହାଇୱା ଜବତ କରାଯାଇଛି। ବାଲି ଗାଡ଼ି ଜବତ ପରେ ଗାଡ଼ିଚାଳକମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ଅତିରିକ୍ତ ତହସିଲଦାର, ଖଣି ଅଧିକାରୀ ଓ ପୁଲିସ କର୍ମଚାରୀମାନେ ରାତି ତମାମ ଗାଡ଼ିକୁ ଜଗିରହିଥିଲେ।
ସୋର ତହସିଲ ଓ ବାଲେଶ୍ୱର ଖଣି ବିଭାଗ ପକ୍ଷରୁ ବିଳମ୍ବିତ ରାତିରେ ଚଢ଼ାଉ କରାଯାଇ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ଓଭରବ୍ରିଜ ନିକଟ ଓଡ଼ିଶା ହୋଟେଲ ସମ୍ମୁଖରୁ ୧୯ଟି ବାଲି ବୋଝେଇ ହାଇୱା ଜବତ କରାଯାଇଛି। ବାଲି ଗାଡ଼ି ଜବତ ପରେ ଗାଡ଼ିଚାଳକମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ଅତିରିକ୍ତ ତହସିଲଦାର, ଖଣି ଅଧିକାରୀ ଓ ପୁଲିସ କର୍ମଚାରୀମାନେ ରାତି ତମାମ ଗାଡ଼ିକୁ ଜଗିରହିଥିଲେ।ଖବର ପାଇ ଆହୁରି ଅନେକ ଗାଡ଼ି ଅଧରାସ୍ତାରେ ରହିଯାଇଥିବା ଜଣାପଡ଼ିଛି। ତେବେ ଜବତ ଗାଡ଼ିଗୁଡ଼ିକ ନିକଟରୁ ଫାଇନ ଆଦାୟ ପରେ ଛଡ଼ାଯିବ ବୋଲି ସୂଚନା ମିଳିଛି। ଏହି ଚଢ଼ାଉରେ ଖଣି ଅଧିକାରୀ ସନ୍ତୋଷୀପ୍ରଭା ସେଠୀ, ସୋର ଅତିରିକ୍ତ ତହସିଲଦାର ଦୈତାରି ମଲିକଙ୍କ ସମେତ ସୋର ପୁଲିସ ସାମିଲ ଥିଲେ।
ଖବର ପାଇ ଆହୁରି ଅନେକ ଗାଡ଼ି ଅଧରାସ୍ତାରେ ରହିଯାଇଥିବା ଜଣାପଡ଼ିଛି। ତେବେ ଜବତ  ଗାଡ଼ିଗୁଡ଼ିକ ନିକଟରୁ ଫାଇନ ଆଦାୟ ପରେ ଛଡ଼ାଯିବ ବୋଲି ସୂଚନା ମିଳିଛି। ଏହି ଚଢ଼ାଉରେ ଖଣି ଅଧିକାରୀ ସନ୍ତୋଷୀପ୍ରଭା ସେଠୀ, ସୋର ଅତିରିକ୍ତ ତହସିଲଦାର ଦୈତାରି ମଲିକଙ୍କ ସମେତ ସୋର ପୁଲିସ ସାମିଲ ଥିଲେ।
 
ଗତ ଫେବ୍ରୁଆରି ୨୧ ତାରିଖରେ ଜଳେଶ୍ବର ତହସିଲ ପକ୍ଷରୁ ଚଢ଼ାଉ କରାଯାଇ ୧୬ ନମ୍ବର ଜାତୀୟ ରାଜପଥରୁ ୭୦ରୁ ଅଧିକ ବାଲିଗାଡ଼ିକୁ ଜବତ କରାଯାଇଥିଲା। ବାଲି ମାଫିଆମାନଙ୍କୁ ସାବାଡ଼ କରିବାକୁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଥିବା ବେଳେ ଆଜି ପୁନଶ୍ଚ ୧୯ଟି ବାଲି ଗାଡ଼ି ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ଏହି ଚଢ଼ାଉ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/02/xGTaOa8vPMIwapWs0iMm.jpg)
