ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଜଙ୍ଗମସାହି ବାସିନ୍ଦା ବରିଷ୍ଠ ଆଇନଜୀବୀ ପି.ରାମାରାଓଙ୍କ ଉପରେ ଏସିଡ୍ ମାଡ଼ କରିବା ଘଟଣାରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଦୁଇ ଅଭିଯୁକ୍ତ ହେଲେ ପାରଳାଖେମୁଣ୍ଡିର ଡାକାଜୁ ଭେଙ୍କେଟ ରାଓ ଏବଂ ବିଶାଖାପାଟଣାରଡୁଡା ସତୀଶ। ଉଭୟଙ୍କଠାରୁ ଏକ ବାଇକ୍ ଓ ମୋବାଇଲ ଫୋନ୍ ଜବତ ହୋଇଛି।
ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଜଙ୍ଗମସାହି ବାସିନ୍ଦା ହେଉଛନ୍ତି ଆଇନଜୀବୀ ପି ରାମା ରାଓ। ଗତ ୨୦୨୪ ନଭେମ୍ବର ୯ ତାରିଖରେ ଶ୍ରୀ ରାଓ ଘରେ ଥିଲେ। ପୂର୍ବ ପ୍ରସ୍ତୁତି ଅନୁସାରେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଜଙ୍ଗମସାହିସ୍ଥିତ ଶ୍ରୀ ରାଓଙ୍କ ଘରେ ପହଞ୍ଚି ଥିଲେ। ଜଣେ ଲୋକ ଗାଡ଼ି ଚଳାଇ ଘର ବାହାରେ ପ୍ରସ୍ତୁତ ଥିବା ବେଳେ ଅନ୍ୟ ବ୍ୟକ୍ତି ଜଣକ ଶ୍ରୀ ରାଓ ଘର ବାହାରେ ଥିବା କଲିଂ ବେଲ୍ ସୁଇଚ୍ ଚିପିଥିଲେ। କଲିଂ ବେଲ୍ ଶଦ୍ଦ ଶୁଣି ଶ୍ରୀ ରାଓ ଘର ଭିତରୁ ବାହାରିଥିଲେ। ଶ୍ରୀ ରାଓ କବାଟ ଖୋଲି ବାହାରକୁ ଆସିଥିଲେ। ଏତିକି ବେଳେ ଦୁର୍ବୃତ୍ତ ଜଣକ ପୂର୍ବ ପ୍ରସ୍ତୁତି ଅନୁଯାୟୀ ବୋତଲରେ ରଖିଥିବା ଏସିଡ୍କୁ ଶ୍ରୀ ରାଓଙ୍କ ଉପରେ ଅତର୍କିତ ମାଡ଼ କରିଥିଲେ। ଏହା ପରେ ସେ ଅନ୍ୟ ଦୁର୍ବୃତ୍ତଙ୍କ ସହିତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ଏହି ଘଟଣାକୁ ପୁଲିସ ଗୁରୁତ୍ବର ସହ ନେଇଥିଲା ପୁଲିସ। ଏନେଇ ପାରଳା ଥାନାରେ ଏକ ମାମଲା ରୁଜୁ ସହ ଅଭିଯୁକ୍ତଙ୍କୁ ଧରିବାକୁ ଥାନାଧିକାରୀ ପ୍ରଶାନ୍ତ ଭୂପତିଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ପୁଲିସ ସହରର ବିଭିନ୍ନ ସ୍ଥାନ ଓ ସାହିର ଆଖପାଖ ଇଲାକାରେ ଲାଗିଥିବା ସିସିକ୍ୟାମେରାରୁ ଫୁଟେଜ୍ ସଂଗ୍ରହ କରି ଏହାକୁ ତଦନ୍ତ ପରିସରଭୁକ୍ତ କରିଥିଲା। ଅବଶେଷରେ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଧରିଛି।