ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାସ୍ଥ ମାତୃ ଓ ଶିଶୁ ହସ୍ପିଟାଲ (ଏମସିଏଚ)ରେ ନବଜାତ ଶିଶୁକୁ ନେଇ ସଉଦା ଚାଲିଥିବାର ଏକ ସାଂଘାତିକ ଅଭିଯୋଗ ଉପରେ ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀ ଡ.  ବିଭୂତିଭୂଷଣ ପାଢ଼ୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପ୍ରସୂତିଙ୍କଠାରୁ ଟଙ୍କା ନେଇଥିବା ମାତୃ ଓ ଶିଶୁ ହସ୍ପିଟାଲର ୨ ଜଣ ବହିର୍ଉତ୍ସ ସଂସ୍ଥାର ସହାୟକ ହରିପ୍ରିୟା ବାଗ ଓ ଗୋପେଶ୍ଵରୀ ମହାନନ୍ଦିଆଙ୍କୁ ବହିଷ୍କାର କରାଯାଇଛି। ଏହା ସହ ନର୍ସିଂ ଅଫିସର୍ ଜ୍ଯୋତିର୍ମୟୀ ପାଣ୍ଡେ ଓ ସଫେଇ କର୍ମଚାରୀ ଅଞ୍ଜଳି ଘାସିଙ୍କୁ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରୁ ବଦଳି କରାଯାଇଛି। ଅଭିଯୋଗ ପରେ ଏଡିଏମଓ ଡ.ପ୍ରଦୀପ କୁମାର ପ୍ରସାଦ ତୁରନ୍ତ ତଦନ୍ତ କରି ରିପୋର୍ଟ ଦେଇଥିଲେ। ଏହା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ଯାନୁଷ୍ଠାନ ନିଆଯାଇଥିବା ସୂଚନା ମିଳିଛି।

Advertisment

ସୁନ୍ଦରଗଡ଼ ହାଉସିଂବୋର୍ଡ କଲୋନିର ରାଜେନ୍ଦ୍ର ଓରାମଙ୍କ ସ୍ତ୍ରୀ ମାଙ୍ଗି ଓରାମଙ୍କ ଗର୍ଭବେଦନା ବଢ଼ିବାରୁ ୨୬ ତାରିଖ ଦିନ ୧୧ଟା‌ରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାସ୍ଥ ମାତୃ ଓ ଶିଶୁ ହସ୍ପିଟାଲ (ଏମସିଏଚ୍‌)ରେ ଭର୍ତ୍ତି କରାଯାଇଥିଲା। ୨୭ ତାରିଖ  ଦିନ ୧୦ଟା ୫୫ରେ ମାଙ୍ଗି ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ।  ପ୍ରସବ ପରେ ତାଙ୍କୁ  ୱାର୍ଡକୁ ପଠାଇ ଦିଆଗଲା। କିନ୍ତୁ ନବଜାତ ଶିଶୁକୁ  ସ୍ବାସ୍ଥ୍ୟ ପରୀକ୍ଷା, ଟିକା ଦିଆଯିବାକୁ ରଖାଗଲା। କିଛି ସମୟ ପରେ ପ୍ରସବ କକ୍ଷରେ କାର୍ଯ୍ୟରତ ସେବିକା ନବଜାତ ଶିଶୁ ପାଇଁ ରାଜେନ୍ଦ୍ରଙ୍କୁ ହଜାରେ ଟଙ୍କା‌ ମାଗିଲେ। ଟଙ୍କା ନଦେଲେ ଛୁଆକୁ ଦିଆଯିବ ନାହିଁ ବୋଲି ରୋକଠୋକ ଶୁଣ‌ାଇଦେଲେ। ରାଜେନ୍ଦ୍ର କୁଲି ମଜୁରି କରି ଚଳୁଥିବାରୁ ହଜାରେ ଟଙ୍କା ଦେବାକୁ ସକ୍ଷମ ନଥିବାରୁ ୫ ଶହ ଟଙ୍କା ନେବାକୁ କହୁଥିଲେ। କିନ୍ତୁ ଏଥିରେ ରାଜି ହୋଇ ନଥିଲେ ସେବିକା। ଟଙ୍କା ପାଇଁ ନବଜାତକୁ ୪୦ ମିନିଟ ଅଟକାଇ ରଖିଲେ। ଶେଷକୁ ରାଜେନ୍ଦ୍ର ୧ ହଜାର ଟଙ୍କା ଦେବା ପରେ ମା’ କୋଳକୁ ନବଜାତକୁ ଛାଡ଼ିଥିଲେ। ଶିଶୁ ଜନ୍ମନେବା କ୍ଷଣି ମା’ଙ୍କ  କ୍ଷୀର ଖୁଆଇବା କଥା। କିନ୍ତୁ ଏଠାରେ ଟଙ୍କା ପାଇଁ ୪୦ ମିନିଟ ମା’ କୋଳରୁ ଦୂରେଇ ରଖିବାକୁ ନେଇ ପରିବାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। 

ଅଭିଯୋଗ ଥିଲା, ସୁନ୍ଦରଗଡ଼ ହାଉସିଂବୋର୍ଡ କଲୋନିର ରାଜେନ୍ଦ୍ର ଓରାମଙ୍କ ସ୍ତ୍ରୀ ମାଙ୍ଗି ଓରାମଙ୍କ ଗର୍ଭବେଦନା ବଢ଼ିବାରୁ ୨୬ ତାରିଖ ଦିନ ୧୧ଟା‌ରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାସ୍ଥ ମାତୃ ଓ ଶିଶୁ ହସ୍ପିଟାଲ (ଏମସିଏଚ୍‌)ରେ ଭର୍ତ୍ତି କରାଯାଇଥିଲା। ୨୭ ତାରିଖ  ଦିନ ୧୦ଟା ୫୫ରେ ମାଙ୍ଗି ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ।  ପ୍ରସବ ପରେ ତାଙ୍କୁ  ୱାର୍ଡକୁ ପଠାଇ ଦିଆଗଲା। କିନ୍ତୁ ନବଜାତ ଶିଶୁକୁ  ସ୍ବାସ୍ଥ୍ୟ ପରୀକ୍ଷା, ଟିକା ଦିଆଯିବାକୁ ରଖାଗଲା। କିଛି ସମୟ ପରେ ପ୍ରସବ କକ୍ଷରେ କାର୍ଯ୍ୟରତ ସେବିକା ନବଜାତ ଶିଶୁ ପାଇଁ ରାଜେନ୍ଦ୍ରଙ୍କୁ ହଜାରେ ଟଙ୍କା‌ ମାଗିଲେ। ଟଙ୍କା ନଦେଲେ ଛୁଆକୁ ଦିଆଯିବ ନାହିଁ ବୋଲି ରୋକଠୋକ ଶୁଣ‌ାଇଦେଲେ। ରାଜେନ୍ଦ୍ର କୁଲି ମଜୁରି କରି ଚଳୁଥିବାରୁ ହଜାରେ ଟଙ୍କା ଦେବାକୁ ସକ୍ଷମ ନଥିବାରୁ ୫ ଶହ ଟଙ୍କା ନେବାକୁ କହୁଥିଲେ। କିନ୍ତୁ ଏଥିରେ ରାଜି ହୋଇ ନଥିଲେ ସେବିକା। ଟଙ୍କା ପାଇଁ ନବଜାତକୁ ୪୦ ମିନିଟ ଅଟକାଇ ରଖିଲେ। ଶେଷକୁ ରାଜେନ୍ଦ୍ର ୧ ହଜାର ଟଙ୍କା ଦେବା ପରେ ମା’ କୋଳକୁ ନବଜାତକୁ ଛାଡ଼ିଥିଲେ। ଶିଶୁ ଜନ୍ମନେବା କ୍ଷଣି ମା’ଙ୍କ  କ୍ଷୀର ଖୁଆଇବା କଥା। କିନ୍ତୁ ଏଠାରେ ଟଙ୍କା ପାଇଁ ୪୦ ମିନିଟ ମା’ କୋଳରୁ ଦୂରେଇ ରଖିବାକୁ ନେଇ ପରିବାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ।

ପରେ ପରେ ଆଶାକର୍ମୀମାନେ ମଧ୍ୟ ଏମସିଏଚରେ ଠୁଳ ହୋଇ ପ୍ରତିବାଦ କରିବା ସହ ନବଜାତ ଶିଶୁକୁ ନେଇ ସେବିକାମାନେ ସଉଦା କରୁଛନ୍ତି ବୋଲି ସିଧାସଳଖ ଅଭିଯୋଗ କରିଥିଲେ। ମାଙ୍ଗିଙ୍କ ଭଳି ଲେଫ୍ରିପଡ଼ା ଶ୍ରୀଭୁବନପୁର ଗୁଲବଦନ ଓରାମଙ୍କ ଗର୍ଭବତୀ ପତ୍ନୀ ପ୍ରିୟଙ୍କା ମୁଣ୍ଡାଙ୍କୁ  ମଧ୍ୟ ୨୪ ତାରିଖରେ ଏମସିଏଚ୍‌ରେ ଭର୍ତ୍ତି କରାଯାଇଥିଲା। ୨୫‌ରେ ପ୍ରିୟଙ୍କା ଏକ ପୁତ୍ର ସନ୍ତାନକୁ ଜନ୍ମଦେଲେ। ଏହା ପରେ ପ୍ରିୟଙ୍କାଙ୍କ ବଡ଼ ଭଉଣୀ ପ୍ରିୟା କେର୍କେଟାଙ୍କୁ ପ୍ରସବ କକ୍ଷର ସେବିକା ଛୁଆ ପାଇଁ ୧ ହଜାର ଟଙ୍କା  ମାଗି ନେଇଥିବା ଅଭି‌ଯୋଗ ହୋଇଥିଲା। ଏ ନେଇ ସମ୍ପୃକ୍ତ ପରିବାର ଓ ଆଶାକର୍ମୀ ଏଡିଏମଓ ଡ. ପ୍ରଦୀପ କୁମାର ପ୍ରସାଦଙ୍କୁ ଭେଟି  ଲିଖିତ ଅଭିଯୋଗ କରିଥିଲେ।