ଵ୍ରହ୍ମପୁର: ସରକାରୀ ରେଳବାଇ ପୁଲିସ (ଜିଆରପି)ଗତ ୨୪ ଘଣ୍ଟା ମଧ୍ୟରେ ପୃଥକ ରେଳଧାରଣରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରେ ଜଣେ ଟ୍ରେନ୍ ଆଗକୁ ଆସି ଜୀବନ ହାରିଥିବା ବେଳେ ଅନ୍ୟଜଣଙ୍କ ଚଳନ୍ତା ଟ୍ରେନ୍ରୁ ଖସି ମୃତ୍ୟୁବରଣ କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜାଣିପଡ଼ିଛି। ଶନିବାର ପୂର୍ବାହ୍ଣରେ ଗୋସାଇଁନୂଆଗାଁ ଉତ୍ତରେଶ୍ୱର ମନ୍ଦିର ନିକଟ ଦେଇ ଯାଇଥିବା ରେଳଧାରଣାରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଖବର ପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ମୃତକଙ୍କ ପରିଚୟ ମିଳିନଥିବା ବେଳେ ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ସଂରକ୍ଷିତ ରଖିଥିଲା। ସନ୍ଧ୍ୟାରେ ମୃତକଙ୍କ ପରିବାର ମୃତଦେହ ଚିହ୍ନଟ କରିଥିଲେ। ମୃତ ଯୁବକ ଜଣଙ୍କ ଟାଉନ୍ ଥାନା ଅଞ୍ଚଳର ଜେ. ସୁନୀଲ କୁମାର(୩୫)। ସେ ଗତ ୧ ତାରିଖରୁ ନିଖୋଜ ଥିବା ନେଇ ଟାଉନ୍ ଥାନାରେ ତାଙ୍କ ଭାଇ ଅଭିଯୋଗ କରିଥିଲେ।
ସେଭଳି ଆଜି ସକାଳେ ରାମନଗର ନିକଟ ରେଳଧାରଣା କଡ଼ରେ ପଡିଥିବା ଏକ ମୃତଦେହକୁ ପୁଲିସ ଜବତ କରିଛି। ମୃତ ଯୁବକଙ୍କ ନିକଟରୁ ଏକ ଆଧାର କାର୍ଡ଼ ଓ ଭିନ୍ନକ୍ଷମ ସାର୍ଟିଫିକେଟ ମିଳିଥିଲା। ମୃତକ ଜଣଙ୍କ ଭିନ୍ନକ୍ଷମ ହୋଇଥିବା ଜଣାପଡିଛି। ଉକ୍ତ ଆଧାର କାର୍ଡ଼ ଅନୁଯାୟୀ ମୃତକ ଜଣଙ୍କ ଦିଗପହଣ୍ଡି ଥାନା ଅନ୍ତର୍ଗତ ମଥୁରା ଅଂଚଳର କୃତିବାସ ମହାରଣା (୩୦)ବୋଲି ପୁଲିସ ସ୍ପଷ୍ଟ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)