ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିର ଥାନା ଗୋପାଳପୁର ପଞ୍ଚାୟତ ଝୁପୁରୁଙ୍ଗା ଚିଟକେନଢିପାରେ ଘଟିଛି ଏକ ମର୍ମନ୍ତୁଦ ଅଘଟଣ। ପୋଖରୀକୁ ଗାଧୋଇବାକୁ ଯାଇଥିବା ଦୁଇ ଭାଇ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି।

Advertisment

ପୋଖରୀରେ ବୁଡ଼ି ଯାଇଥିବା ସାନ ଭାଇକୁ ଉଦ୍ଧାର କରିବାକୁ ଯାଇ ବଡ଼ ଭାଇ ବି ବୁଡ଼ିଗଲେ। ମୃତ ଦୁଇ ଭାଇ ହେଲେ ଝୁପୁରୁଙ୍ଗା ଚିଟକେନଢିପାର ଚିତ୍ତ ମାକର (୪୦) ଓ  ଦେବାଶିଷ ମାକର୍ ( ୨୦)। ଗତକାଲି ଅପରାହ୍ନରେ ଘଟଣାଟି ଘଟିଥିବାବେଳେ, ରାତିରେ ପରିବାର ଲୋକେ  ବଲିଙ୍ଗା ଫାଣ୍ଡି ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଘଟଣା ସାମ୍ନାକୁ ଆସିଥିଲା। ଦୁଇ ଭାଇ  ଅପରାହ୍ନରେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସାନ ଭାଇ ପୋଖରୀକୁ ପଶୁ ପଶୁ ବୁଡ଼ି ଯାଇଥିଲେ। ପୋଖରୀ ହୁଡ଼ାରେ ଠିଆ ହୋଇଥିବା ବଡ଼ ଭାଇ ଏହା ଦେଖି ପୋଖରୀ ଭିତରକୁ ଲମ୍ଫ ମାରିଥିଲେ। ହେଲେ ସାନ ଭାଇକୁ ଉଦ୍ଧାର କରିବେ କଣ ସେ ନିଜେ ବୁଡ଼ିଗଲେ।

 ପରିବାର ଓ ଗାଁ ଲୋକେ ଜାଣି ପୋଖରୀକୁ ଯାଇ ଖୋଜାଖୋଜି କରିଥିଲେ ବି ପାଇ ନଥିଲେ। ଶେଷକୁ ଅଗ୍ନିଶମ ବାହିନୀ ପୋଖରୀ ଭିତରେ ପଶି ରାତିରେ ସାନ ଭାଇ ଚିତ୍ତଙ୍କ ମୃତଦେହ ଉଦ୍ଧାର କରିଥିଲେ। ପରେ ଭୋରରୁ ବଡ଼ ଭାଇଙ୍କ ମୃତଦେହ ମିଳିଥିଲା। ଦୁଇ ଭାଇଙ୍କ ମୃତ୍ଯୁରେ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବାବେଳେ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।