ରାଉରକେଲା: ଭଉଣୀକୁ ଘରେ ଛାଡ଼ି ମୋବାଇଲ ମରାମତି କରିବାକୁ ଦୁଇ ଭାଇ ଉଦିତନଗର ଯାଇଥିଲେl ଗତକାଲି ରାତି ପ୍ରାୟ ସାଢେ ୯ଟାରେ ଟ୍ରେନ ଲାଇନ ପାରି ହୋଇ ଘରକୁ ଫେରୁଥିବା ବେଳେ ବୀରମିତ୍ରପୁର ପାସେଞ୍ଜର ଟ୍ରେନ ଧକ୍କା ଦେଇଥିଲା l ଘଟଣାସ୍ଥଳରେ ଦୁଇ ଭାଇଙ୍କର ମୃତ୍ୟୁ ହୋଇଥିଲା l ମୃତ ଦୁଇଭାଇ ହେଲେ ବାସନ୍ତୀ କଲୋନି ହରିପୁର ବସ୍ତିର ରଞ୍ଜନ ପାତ୍ର (୧୮) ଓ ସାନ ଭାଇ ଜଗନ ପାତ୍ର (୧୫)l ରେଳବାଇ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଛି l ଦୁଇ ଭାଇଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l
ରଞ୍ଜନ ଉଦିତନଗର ଏକ ହୋଟେଲରେ ତାଙ୍କ ମାଙ୍କ ସହ କାମ କରନ୍ତି l ଭଉଣୀ ମଧ୍ୟ ସେଇ ମାର୍କେଟରେ ଏକ ମୋବାଇଲ ଦୋକାନରେ କାମ କରନ୍ତି l ତାଙ୍କ ସାନ ଭାଇ ଜଗନ ଉଦିତନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ନ୍ତି l ଗତକାଲି ରାତି ପ୍ରାୟ ସାଢେ ୮ଟା ରେ ଦୁଇଭାଇ ଭଉଣୀକୁ ମୋବାଇଲ ଦୋକାନରୁ ଆଣିବାକୁ ଘରୁ ଯାଇଥିଲେ l ଭଉଣୀକୁ ଘରେ ଛାଡ଼ି ପୁଣି ଉଦିତନଗର ମୋବାଇଲ ଦୋକାନକୁ ମୋବାଇଲ ମରାମତି କରିବାକୁ ଯାଇଥିଲେ l ରାତି ପ୍ରାୟ ସାଢେ ୯ଟାରେ ମୋବାଇଲ ମରାମତି କରି ଦୁଇ ଘରକୁ ଫେରୁଥିଲେ l ଟ୍ରେନ ଲାଇନ ପାରି ହେଉଥିବା ବେଳେ ବାରସୁଆଁରୁ ବୀରମିତ୍ରପୁର ଫେରୁଥିବା ପାସେଞ୍ଜର ଟ୍ରେନ ଦୁଇ ଭାଇଙ୍କୁ ଧକ୍କା ଦେଇଥିଲା l ଘଟଣାସ୍ଥଳରେ ଦୁଇ ଭାଇଙ୍କର ଜୀବନ ଯାଇଥିଲା l ସ୍ଥାନୀୟ ଲୋକ ଦେଖି ରାଉରକେଲା ରେଳବାଇ ପୁଲିସ ଓ ତାଙ୍କ ପରିବାକୁ ସୂଚନା ଦେଇଥିଲେ l
ମିଳିଥିବା ସୂଚନା ଅନୁଯାୟୀ ରଞ୍ଜନ ଉଦିତନଗର ଏକ ହୋଟେଲରେ ତାଙ୍କ ମାଙ୍କ ସହ କାମ କରନ୍ତି l ଭଉଣୀ ମଧ୍ୟ ସେଇ ମାର୍କେଟରେ ଏକ ମୋବାଇଲ ଦୋକାନରେ କାମ କରନ୍ତି l ତାଙ୍କ ସାନ ଭାଇ ଜଗନ ଉଦିତନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ନ୍ତି l ଗତକାଲି ରାତି ପ୍ରାୟ ସାଢେ ୮ଟା ରେ ଦୁଇଭାଇ ଭଉଣୀକୁ ମୋବାଇଲ ଦୋକାନରୁ ଆଣିବାକୁ ଘରୁ ଯାଇଥିଲେ l ଭଉଣୀକୁ ଘରେ ଛାଡ଼ି ପୁଣି ଉଦିତନଗର ମୋବାଇଲ ଦୋକାନକୁ ମୋବାଇଲ ମରାମତି କରିବାକୁ ଯାଇଥିଲେ l ରାତି ପ୍ରାୟ ସାଢେ ୯ଟାରେ ମୋବାଇଲ ମରାମତି କରି ଦୁଇ ଘରକୁ ଫେରୁଥିଲେ l ଟ୍ରେନ ଲାଇନ ପାରି ହେଉଥିବା ବେଳେ ବାରସୁଆଁରୁ ବୀରମିତ୍ରପୁର ଫେରୁଥିବା ପାସେଞ୍ଜର ଟ୍ରେନ ଦୁଇ ଭାଇଙ୍କୁ ଧକ୍କା ଦେଇଥିଲା l ଘଟଣାସ୍ଥଳରେ ଦୁଇ ଭାଇଙ୍କର ଜୀବନ ଯାଇଥିଲା l ସ୍ଥାନୀୟ ଲୋକ ଦେଖି ରାଉରକେଲା ରେଳବାଇ ପୁଲିସ ଓ ତାଙ୍କ ପରିବାକୁ ସୂଚନା ଦେଇଥିଲେ l