ଭଦ୍ରକ: ରାତି ଅଧରେ ବେଆଇନ୍ ଗୋ-ଚାଲାଣ ଅଭିଯୋଗରେ ୨ ମାଫିଆ ଗିରଫ। ଭଦ୍ରକ ଟାଉନ ପୁଲିସ ଓ ପୁରୁଣାବଜାର ପୁଲିସକୁ ମିଳିତ ଚଢ଼ାଉରେ ସଫଳତା। ଏକ ଭ୍ୟାନ୍ରେ ବେଆଇନ୍ ଗୋ-ଚାଲାଣ ହେଉଥିବାର ସୂଚନା ପାଇ ପୁଲିସ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ୨ ମାଫିଆଙ୍କୁ ଧରିବା ସହ ୯ ଗୋରୁଙ୍କୁ ଉଦ୍ଧାର କରିଥିଲା। ଭ୍ୟାନରେ ପୁରୁଣା ବଜାର ଅଞ୍ଚଳକୁ ଗୋ-ଚାଲାଣ ହେଉଥିଲେ। ହଜାରୀ ନଗର ମଶାଣି ପାଖରୁ ୯ ଗୋରୁଙ୍କୁ ଉଦ୍ଧାର କରାଯାଇଥିଲା।
ସୂଚନାଯୋଗ୍ୟ, ଭଦ୍ରକ ଏସପି ମୁଡକର ସନ୍ଦୀପ ସମ୍ପତ୍ ଙ୍କ ତତ୍ତ୍ଵାବଧାନରେ ମାସେ ହେବ ଚାଲିଛି ସ୍ଵତନ୍ତ୍ର ଡ୍ରାଇଭ୍। ଭଦ୍ରକ ବାଟଦେଇ ବହୁ ଗୋରୁ ଗାଡ଼ି ନିୟମିତ ଯାଉଥିବା ହେତୁ ପୁଲିସ ପକ୍ଷରୁ କଡ଼ାକଡ଼ିଭାବେ ରାତିରେ ପାଟ୍ରୋଲିଂ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/post_attachments/wp-content/uploads/2017/10/cow.jpeg)