ମୁରିବାହାଲ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ୫୯ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଗୁରୁଣ୍ଡା ଓ ଭୋଇପଡ଼ା ମଝିରେ ଥିବା ଏକ ପରିତ୍ୟକ୍ତ ପୋଖରୀରୁ ଦୁଇ ଜଣ ଅଜଣା ଯୁବକଙ୍କ ମରଶରୀର ପଡ଼ି ରହିଛି l ଦୁଇ ଜଣଙ୍କ ମୃତଦେହ ସାଙ୍ଗରେ ବାଇକ ମଧ୍ୟ ପାଣିରେ ପଡ଼ି ରହିଛି l ଏପର୍ଯ୍ୟନ୍ତ ଦୁଇ ଜଣ ଯୁବକଙ୍କ ପରିଚୟ ମିଳି ପାରି ନାହିଁ l
ଗତକାଲି ସନ୍ଧ୍ୟାରେ ମୁରିବାହାଲରେ ପ୍ରବଳ ଝଡ଼ତୋଫାନ ଓ ବର୍ଷା ହୋଇଥିବାରୁ ବାଇକଟି ଭାରସାମ୍ୟ ହରାଇ ଏହି ଦୁଇ ଜଣ ଯୁବକ ପୋଖରୀରେ ପଡ଼ି ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି l ଘଟଣାସ୍ଥଳରେ ମୁରିବାହାଲ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/yRN4ArOiNL102qa8LhJT.jpeg)