କୁଜଙ୍ଗ: କୁଜଙ୍ଗ ଥାନା ଅଂଚଳର ନାବାଳିକା ମାତୃତ୍ବ ଓ ଗର୍ଭବତୀ ହେବା ନେଇ ରାଜ୍ୟସ୍ତରରେ ଲଜ୍ଜିତ ହୋଇଛି। ଗତ ସପ୍ତାହରେ କାଠକୋଟ ପଂଚାୟତର ଜଣେ ନାବାଳିକାକୁ ଗର୍ଭବତୀ କରାଇ ଦୁଇଭାଇ ଗିରଫ ହୋଇଥିବା ଘଟଣା ମନରୁ ନ ଲିଭୁଣୁ ପୁଣି ଜଣେ ନବମ ଶ୍ରେଣୀ ଛାତ୍ରୀ ଜଗତସିଂହପୁର ମେଡିକାଲରେ ୪ ମାସର ମୃତ ଶିଶୁ ପ୍ରସବ କରିଥିବା ଜଣାପଡିଛି l ଯାହା କୁଜଙ୍ଗକୁ ରାଜ୍ୟସ୍ତରରେ ବେଶ୍ ଲଜ୍ଜିତ କରିଛି ।
ପ୍ରକାଶ ଯେ, କୁଜଙ୍ଗ ଥାନା ଗଣ୍ଡକିପୁର ଅଂଚଳର ଜନୈକ ନବମ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କର ଗତକାଲି ମଧ୍ୟରାତ୍ରୀରେ ଗୁପ୍ତାଙ୍ଗରୁ ଭୀଷଣ ରକ୍ତସ୍ରାବ ହୋଇଥିଲା l ଏହାପରେ ଘରଲୋକେ ତାଙ୍କୁ କୁଜଙ୍ଗ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ସେ ଗର୍ଭବତୀ ରହିଥିବା ଜଣାଡିଥିଲା l ପରେ ତାଙ୍କର ୟନ୍ତ୍ରଣା ବୃଦ୍ଧିପାଇବାରୁ ତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଥିରେ ଛାତ୍ରୀ ଜଣକ ଏକ ଅସଂପୂର୍ଣ୍ଣ ମୃତ ଶିଶୁ ପ୍ରସବ କରିଥିବା ଜଣାପଡିଥିଲା । ତେବେ ଛାତ୍ରୀ ଜଣକ ସୁସ୍ଥ ଥିବା ଜଣାପଡିଛି l ଅନ୍ୟ ପକ୍ଷରେ ଛାତ୍ରୀଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିବା ଅଭିଯୋଗରେ ଗତକାଲି ବିଳମ୍ବିତ ରାତିରେ ଦୁଇଜଣଙ୍କୁ ଉଠାଇନେଇ ଅଟକ ରଖିଥିବା ଜଣାପଡିଛି l
ସମ୍ପୃକ୍ତ ନାବାଳିକା ସହିତ ଦେଢ ବର୍ଷ ତଳେ ସମ୍ପୃକ୍ତ ଛାତ୍ରୀଙ୍କର ପଡୋଶୀ ଉପର ଶ୍ରେଣୀର ଛାତ୍ରଙ୍କର ଅନୈତିକ ସମ୍ପର୍କ ରହିଥିଲା l ଫଳରେ ତତକାଳୀନ ସମୟରେ ଯୁଭେନାଲ୍ ଆକ୍ଟରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା l ସେ କିଛିଦିନ ଜେଲରେ ରହିବା ପରେ ଜାମିନରେ ଆସିଥିଲେ ତାଙ୍କୁ ପୁଣି କୁଜଙ୍ଗ ପୁଲିସ ସନ୍ଦେହକରି ଗତକାଲି ରାତିରେ ଉଠାଇ ନେଇଛି l ସେ ମଧ୍ୟ ଜଣେ ନାବାଳକ ଅଟନ୍ତି l ଗତକାଲି ବିଳମ୍ବିତ ରାତିରେ କୁଜଙ୍ଗ ଭଣ୍ଡୁଆରୁ ଜଳନେଇ କାଉଡିଭାର କାନ୍ଧେଇ ପାଣି ଢାଳିବାକୁ ଏରସମା ଗ୍ରାମେଶ୍ବର ପୀଠକୁ ଯାଉଥିବା ବେଳେ ପୁଲିସ ତାଙ୍କୁ ଏରସମା ଅଂଚଳରୁ ଉଠାଇ ନେଇଥିଲା l ସେହିପରି ଦୁଆଡିଆ ବାଲିସାହି ଅଂଚଳର ଅନଜଣେ ଯୁବକଙ୍କୁ ମଧ୍ଯ ଉଠାଇ ନେଇଥିବା ଜଣାପଡ଼ିଛି ।
ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ସମ୍ପୃକ୍ତ ନାବାଳିକା ସହିତ ଦେଢ ବର୍ଷ ତଳେ ସମ୍ପୃକ୍ତ ଛାତ୍ରୀଙ୍କର ପଡୋଶୀ ଉପର ଶ୍ରେଣୀର ଛାତ୍ରଙ୍କର ଅନୈତିକ ସମ୍ପର୍କ ରହିଥିଲା l ଫଳରେ ତତକାଳୀନ ସମୟରେ ଯୁଭେନାଲ୍ ଆକ୍ଟରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା l ସେ କିଛିଦିନ ଜେଲରେ ରହିବା ପରେ ଜାମିନରେ ଆସିଥିଲେ ତାଙ୍କୁ ପୁଣି କୁଜଙ୍ଗ ପୁଲିସ ସନ୍ଦେହକରି ଗତକାଲି ରାତିରେ ଉଠାଇ ନେଇଛି l ସେ ମଧ୍ୟ ଜଣେ ନାବାଳକ ଅଟନ୍ତି l ଗତକାଲି ବିଳମ୍ବିତ ରାତିରେ କୁଜଙ୍ଗ ଭଣ୍ଡୁଆରୁ ଜଳନେଇ କାଉଡିଭାର କାନ୍ଧେଇ ପାଣି ଢାଳିବାକୁ ଏରସମା ଗ୍ରାମେଶ୍ବର ପୀଠକୁ ଯାଉଥିବା ବେଳେ ପୁଲିସ ତାଙ୍କୁ ଏରସମା ଅଂଚଳରୁ ଉଠାଇ ନେଇଥିଲା l ସେହିପରି ଦୁଆଡିଆ ବାଲିସାହି ଅଂଚଳର ଅନଜଣେ ଯୁବକଙ୍କୁ ମଧ୍ଯ ଉଠାଇ ନେଇଥିବା ଜଣାପଡ଼ିଛି । ଏହି ଘଟଣାରେ ଆହୁରି ଅଧିକ ବ୍ୟକ୍ତି ସମ୍ପୃକ୍ତ ରହିବା ଅନୁମାନ କରାଯାଇଥିବା ବେଳେ ସେମାନଙ୍କୁ ମଧ୍ଯ ପୁଲିସ ଉଠାଇପାରେ ବୋଲି କୁହାଯାଉଛି l