ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବଳଭଦ୍ରପୁର ପଞ୍ଚାୟତ ଅଧୀନ ବାସୁଦିଆ ଗାଁର ଜନୈକ ଚାଷୀଙ୍କ ହୃଦଘାତରେ ମୃତ୍ୟୁ ଘଟିବାର ଦିନକ ପରେ ଗତକାଲି ଆଉ ଜଣେ ଚାଷୀଙ୍କ ମସ୍ତିଷ୍କ ଆଘାତରେ ମୃତ୍ୟୁ ଘଟିଥିବା ଜଣାପଡିଛି l
ବଳଭଦ୍ରପୁର ଗାଁର ଚାଷୀ ଭଗବାନ ପ୍ରଧାନ (୬୨) ନିଜ ପୈତୃକ ଚାରି ଏକର ଚାଷ ଜମିରେ ଧାନ ଫସଲ କରିଥିଲେ l କିନ୍ତୁ ଅଦିନିଆ ବର୍ଷାରେ ଏକ ତୃତୀୟାଂଶ ଧାନ ନଷ୍ଟ ହୋଇଯାଇଛି l ବର୍ଷ ତମାମ ବିଲରେ ମୁଣ୍ଡ ଝାଳ ତୁଣ୍ଡ ରେ ମାରି ଅହରହ ଫସଲ ଅମଳ ରେ ଲାଗିପଡ଼ିଥିଲେ l କିନ୍ତୁ ଏକ ମାତ୍ର ରୋଜଗାର ଭାବେ ନିର୍ଭର କରୁଥିବା ଧାନ ଚାଷ, ଅଦିନିଆ ବର୍ଷାରେ ଫସଲ ଉଜୁଡି ଯିବାପରେ ଭଗବାନ ସମ୍ପୂର୍ଣ ଭାଙ୍ଗିପଡ଼ିଥିଲେ l ଅତ୍ୟନ୍ତ ମାନସିକ ଚାପରେ ଥିବା ଭଗବାନଙ୍କ ଉଚ୍ଚ ରକ୍ତ ଚାପ ବଢ଼ିଯିବା ଯୋଗୁ ଚିକିତ୍ସା ନିମନ୍ତେ ପ୍ରଥମେ ରଣପୁର ଓ ପରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଥିଲା l କିନ୍ତୁ ସେଠାରେ ଅତି ଗମ୍ଭୀର ଅବସ୍ଥାରେ କଟକ ମେଡିକାଲ ରେଫର କରାଯାଇଥିଲା l ହେଲେ ସେଠାରୁ ଫେରାଇ ଆଣି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାଯାଇଛି l
ଖବର ନେବାରେ ଜଣାଯାଇଛି ବଳଭଦ୍ରପୁର ଗାଁର ଚାଷୀ ଭଗବାନ ପ୍ରଧାନ (୬୨) ନିଜ ପୈତୃକ ଚାରି ଏକର ଚାଷ ଜମିରେ ଧାନ ଫସଲ କରିଥିଲେ l କିନ୍ତୁ ଅଦିନିଆ ବର୍ଷାରେ ଏକ ତୃତୀୟାଂଶ ଧାନ ନଷ୍ଟ ହୋଇଯାଇଛି l ବର୍ଷ ତମାମ ବିଲରେ ମୁଣ୍ଡ ଝାଳ ତୁଣ୍ଡ ରେ ମାରି ଅହରହ ଫସଲ ଅମଳ ରେ ଲାଗିପଡ଼ିଥିଲେ l କିନ୍ତୁ ଏକ ମାତ୍ର ରୋଜଗାର ଭାବେ ନିର୍ଭର କରୁଥିବା ଧାନ ଚାଷ, ଅଦିନିଆ ବର୍ଷାରେ ଫସଲ ଉଜୁଡି ଯିବାପରେ ଭଗବାନ ସମ୍ପୂର୍ଣ ଭାଙ୍ଗିପଡ଼ିଥିଲେ l ଅତ୍ୟନ୍ତ ମାନସିକ ଚାପରେ ଥିବା ଭଗବାନଙ୍କ ଉଚ୍ଚ ରକ୍ତ ଚାପ ବଢ଼ିଯିବା ଯୋଗୁ ଚିକିତ୍ସା ନିମନ୍ତେ ପ୍ରଥମେ ରଣପୁର ଓ ପରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଥିଲା l କିନ୍ତୁ ସେଠାରେ ଅତି ଗମ୍ଭୀର ଅବସ୍ଥାରେ କଟକ ମେଡିକାଲ ରେଫର କରାଯାଇଥିଲା l ହେଲେ ସେଠାରୁ ଫେରାଇ ଆଣି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାଯାଇଛି l
ପୂର୍ବତନ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲା ବିଜେଡ଼ି ଉପସଭାପତି ପ୍ରଫୁଲ୍ଲ କୁମାର ନାୟକ, ସରପଞ୍ଚ ସଞ୍ଜୟ କୁମାର ଦାସ, ସମିତି ସଭ୍ୟ ବିରଞ୍ଚି ନାରାୟଣ ପାଇକରାୟ, ଯୁବ ସମାଜସେବୀ ଜିତେନ୍ଦ୍ର ପ୍ରଧାନ ପ୍ରମୁଖ ହସ୍ପିଟାଲରେ ପହଞ୍ଚି ଭଗବାନଙ୍କ ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିବା ଜଣାଯାଇଛି l ଏହି ଖବର ସମଗ୍ର ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଛି l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/01/03/b9MKogyWwXFIvCgYiUaW.jpg)