କେନ୍ଦ୍ରାପଡ଼ା/ବ୍ରହ୍ମପୁର: ଓଡ଼ିଶାରେ ଦୁଇଟି ସ୍ଥାନରେ ଚାଷୀଙ୍କ ଜୀବନ ଯାଇଥିବାର ଖବର ମିଳିଛି। କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ସନ୍ଥପୁରା ଗ୍ରାମର ଭାବଗ୍ରାହୀ ମଲ୍ଲିକ(୫୨) ନିଜ ଧାନବିଲରେ ପାଣି ଦେଖିବା ପରେ ଫସଲନଷ୍ଟର ଆଶଙ୍କା କରିଥିଲେ । ହତବାକ୍ ହୋଇଘରକୁ ଫେରି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ସେ। ତାଙ୍କୁ ଡାକ୍ତରଖାନା ନେବା ବାଟରେ ହିଁ ଭାବଗ୍ରାହୀ ମଲ୍ଲିକଙ୍କର ମୃତ୍ୟୁ ଘଟିଥିଲା।
 
ଗଞ୍ଜାମ ଜିଲ୍ଲା ଛତ୍ରପୁର ବରଙ୍ଗ ଗ୍ରାମରେ ଜଣେ ଚାଷୀ ପାଇଖାନା ଘରେ ଆତ୍ମହତ୍ୟା କରିଥିବାର ଖବର ମିଳିଛି।ତାଙ୍କର ବୟସ ୬୪ ବର୍ଷ ବୋଲି ଜଣାଯାଇଛି। ସେ ୫ ଏକର ଜମିରେ ଧାନ ଫସଲ ଭାଗ ଚାଷୀ ହିସାବରେ ଚାଷ କରୁଥିଲେ। ନିଜର ୨ ଭରଣ। ସମସ୍ତ ଧାନ ଫସଲ ଅଦିନିଆ ଲଗାଣ ବର୍ଷାରେ ଉଜୁଡ଼ି ଯାଇଛି। କ୍ଷେତରେ କଟା ହେବା ଧାନ ପଡ଼ିରହି ଗଜା ହୋଇଯାଇଛି। ପ୍ରାୟ ଦୁଇ ଲକ୍ଷ ଟଙ୍କା ଅନ୍ୟମାନଙ୍କ ଠାରୁ ଧାର କରଜ କରି ଚାଷ କରିଥିଲେ।ଏବେ ପୋଟଲାମପୁର ରାଜସ୍ୱ ନିରୀକ୍ଷକ ଓ ଛତ୍ରପୁର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।
/sambad/media/media_files/2024/12/26/TEm3upMp9SwyH8PloBNq.jpg)
ଏଣେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବରଙ୍ଗ ଗ୍ରାମରେ ଜଣେ ଚାଷୀ ପାଇଖାନା ଘରେ ଆତ୍ମହତ୍ୟା କରିଥିବାର ଖବର ମିଳିଛି।ତାଙ୍କର ବୟସ ୬୪ ବର୍ଷ ବୋଲି ଜଣାଯାଇଛି। ଏବେ ପୋଟଲାମପୁର ରାଜସ୍ୱ ନିରୀକ୍ଷକ ଓ ଛତ୍ରପୁର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।
ମୃତକଙ୍କର ୪ ଝିଅ ଓ ଗୋଟିଏ ପୁଅ ବିବାହ କରି ସାରିଛନ୍ତି। ସେ ୫ ଏକର ଜମିରେ ଧାନ ଫସଲ ଭାଗ ଚାଷୀ ହିସାବରେ ଚାଷ କରୁଥିଲେ। ନିଜର ୨ ଭରଣ। ସମସ୍ତ ଧାନ ଫସଲ  ଅଦିନିଆ ଲଗାଣ ବର୍ଷାରେ ଉଜୁଡ଼ି ଯାଇଛି। କ୍ଷେତରେ କଟା ହେବା ଧାନ ପଡ଼ିରହି ଗଜା ହୋଇଯାଇଛି। ପ୍ରାୟ ଦୁଇ ଲକ୍ଷ ଟଙ୍କା ଅନ୍ୟମାନଙ୍କ ଠାରୁ ଧାର କରଜ କରି ଚାଷ କରିଥିଲେ। ଏଥିଲାଗି ସେ ଜୀବନ ହାରିଥିବା କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/26/d9AN9eXQEPBXT8aLL69z.jpg)
