ରାଉରକେଲା: ଗତକାଲି ବିଳମ୍ବିତ ରାତିରେ ସୁନ୍ଦରଗଡ଼ ବଣାଇ ତାମଡ଼ା ରେଞ୍ଜ କଣ୍ଟାପାଲି ଗ୍ରାମର ମୁଣ୍ଡାସାହିରେ ଅଘଟଣ ଘଟିଛିl ଖାଦ୍ୟ ଅନ୍ବେଷଣରେ ଗାଁମୁଁହା ଦନ୍ତା ହାତୀ ମୁଣ୍ଡାସାହିର ଘରୁ ଭାଙ୍ଗି ପଶିଥିଲା l ସେତେବେଳେ ଘରେ ମାଆ ଓ ଦୁଇ ଝିଅ ଶୋଇଥିଲେl ହାତୀକୁ ଦେଖି ମା ଶିଶୁକନ୍ୟାକୁ ଦେଖି ଘରୁ ବାହାରକୁ ଦୌଡ଼ି ପଳାଇ ଯାଉଥିବା ବେଳେ ଦୁଇ ଝିଅ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେl ଜଣେ ପରେ ଶିଶୁକନ୍ୟାକୁ ଶୁଣ୍ଢରେ ଟାଣି ଆଣି ଦଳି ଦେଇଥିଲା l ଫଳରେ ଘଟଣାସ୍ଥଳରେ ଦୁହିଁଙ୍କର ମୃତ୍ୟୁ ହୋଇଥିଲା l
ମୃତ ଦୁଇ ଶିଶୁକନ୍ୟା ହେଲେ ସାମିୟା ମୁଣ୍ଡା (୧୨), ଚାନ୍ଦିନୀ ମୁଣ୍ଡା(୩)l ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛିl ପୁଲିସ ଓ ବନ ବିଭାଗ ଅଧିକାରୀ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରୁଛନ୍ତି l ଦିନକ ପୂର୍ବରୁ ସୋଲ ରେଞ୍ଜ କୁକୁଡ଼ା ଗାଁରେ ଶୌଚ ଯାଇଥିଲା ବେଳେ ଦନ୍ତା ହାତୀ ଜଣକୁ ଦଳି ଦେଇଥିଲା l
/sambad/media/media_files/2024/12/15/9UU5zt2rxEHpRTQAN4OJ.jpg)
ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ ମା l ମୃତ ଦୁଇ ଶିଶୁକନ୍ୟା ହେଲେ ସାମିୟା ମୁଣ୍ଡା (୧୨), ଚାନ୍ଦିନୀ ମୁଣ୍ଡା(୩)l ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛିl ପୁଲିସ ଓ ବନ ବିଭାଗ ଅଧିକାରୀ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରୁଛନ୍ତି l ଦିନକ ପୂର୍ବରୁ ସୋଲ ରେଞ୍ଜ କୁକୁଡ଼ା ଗାଁରେ ଶୌଚ ଯାଇଥିଲା ବେଳେ ଦନ୍ତା ହାତୀ ଜଣକୁ ଦଳି ଦେଇଥିଲା l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/12/15/kSKPdsYLQ5QWw3Om4mJi.jpg)