ନନ୍ଦପୁର: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାନ୍ତ ଚାଟୁଆ ପଞ୍ଚାୟତର ଆନ୍ଦାରିଗାଡ଼ା ନାଳର ପୋଲ ଉପରୁ ବାଇକ୍ ଖସିଯିବା ଫଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିବାର ଖବର ମିଳିଛି। ଗୁରୁତରକୁ ଆମ୍ବୁଲାନ୍ସ ଯୋଗେ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଏହି ତିନିଜଣ ପୋଟାଙ୍ଗି ବ୍ଲକ ସାଡ଼ାମ୍ ଗ୍ରାମର ବୋଲି ସୁଚନା ମିଳିଛି। ଗୁରୁତରଙ୍କ ନାଁ ତ୍ରିପତି ଖରା ହୋଇଥିବା ବେଳେ ଦୁଇ ମୃତକଙ୍କ ନାଁ ଜଣା ପଡ଼ି ନାହିଁ। ଘଟଣାସ୍ଥଳରେ ପୁଲିସ ପହଞ୍ଚିଲା ପରେ ସେମାନଙ୍କ ନାଁ ଓ ବୟସ ଜଣା ପଡ଼ିବ। ଏହି ତିନି ଜଣଙ୍କ ମଧ୍ୟରେ ଜଣେ ନାବାଳକ ଥିବା ମଧ୍ୟ ସନ୍ଦେହ ରହିଛି। ବାଇକ୍ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆ ଯାଇଛି। ଏମାନେ ପାହାନ୍ତିଆ ସମୟରେ ଚାଟୁଆ ଗାଁରୁ ଶିବରାତ୍ରି ଯାତ୍ରା ଦେଖି ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିବା କୁହାଯାଉଛି।

/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/27/eWUxcae0CNzfKIMgJe6I.jpg)