କୁଚିଣ୍ଡା: ଉଷାକୋଠି ଅଭୟାରଣ୍ୟ କୁତବ ଗ୍ରାମରେ ଗତକାଲି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଘଟଣାକୁ ନେଇ ପୁଲିସ ଓ ବନ ବିଭାଗ ତଦନ୍ତ ଆରମ୍ଭ କରିଛନ୍ତି।

Advertisment

ମଣିଷ-ହାତୀ ଲଢ଼େଇ ଏକ ନିତିଦିନିଆ ଘଟଣା

କୁଚିଣ୍ଡା ଉପଖଣ୍ଡ ବାମରା ବନଖଣ୍ଡ ଅନ୍ତର୍ଗତ ବଡ଼ରମା ରେଞ୍ଜ ଉଷାକୋଠି ଅଭୟାରଣ୍ୟ ଭିତରେ ରହିଥବା କୁତବ ଗ୍ରାମରେ ହାତୀ ଆକ୍ରମଣ ରେ ଦୁଇଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। କୁଚିଣ୍ଡା ଉପଖଣ୍ଡ ବିଭିନ୍ନ ଜଙ୍ଗଲ ନିକଟସ୍ଥ ଗ୍ରାମରେ ମଣିଷ-ହାତୀ ଲଢ଼େଇ ଏକ ନିତିଦିନିଆ ଘଟଣା। କେତେବେଳେ ଏହି ଲଢ଼େଇରେ ହାତୀ ତ କେତେବେଲେ ମଣିଷର ଜୀବନ ହାନି ହୋଇଥାଏ। ଜଙ୍ଗଲ ଭିତରେ ହାତୀର ଖାଦ୍ୟ ଅଭାବ ଯୋଗୁଁ ହାତୀ ଗ୍ରାମ ଅଭିମୁଖ ହୋଇ ଫସଲ ହାନି କରିବା ସହିତ ଖାଇଥାନ୍ତି। ବର୍ତମାନ ଉପଖଣ୍ଡ ଚାଷୀଙ୍କ ଏକମାତ୍ର ଆମଦାନୀର ଉତ୍ସ ଖରିଫ ଧାନ। ଧାନର ଆମଳ ଚାଲିଛି। ବାରହ, ହାତୀ ଓ ବନ୍ୟା ଜୀବଜନ୍ତୁ ଏହା ଖାଇବାକୁ ଗାଁକୁ ପଶୁଛନ୍ତି। ମଣିଷ ମଧ୍ୟ ଏହାକୁ ରକ୍ଷା କରିବା ପାଇଁ ଫସଲ ଜଗୁଛନ୍ତି। ଏହି ସମୟରେ ହାତୀ ଓ ମଣିଷ ମଧ୍ୟରେ ଛକାପଞ୍ଜା ଚାଲିଥାଏ।

ଆହୁରି ପଢ଼ନ୍ତୁ:  Jay Dholkia BJP Appeal : ନୂଆପଡ଼ାର ଲକ୍ଷ ଲକ୍ଷ ବାପାଙ୍କ ପାଇଁ କାମ କରିବି: ବିଜେପି ପ୍ରାର୍ଥୀ ଜୟ ଢୋଲକିଆ

ହାତୀ ଆସିବା ଖବର ପାଇ ଲୋକେ ମେଳି କରି ବାଜା ବଜାଇ ଫୋଟକା ଫଟାଇ ହାତୀକୁ ଘଉଡ଼ାଇ ଥାଆନ୍ତି। ଏଣେ ଗତକାଲି କୁତବ ନିକଟରେ ଦୁଇ ଜଣ ବ୍ୟକ୍ତିଙ୍କ ହାତୀ ଆକ୍ରମଣ ରେ ମୃତ୍ୟୁ ଘଟିଥିବା ଜଣାପଡିଛି। ଖବର ପାଇ ପୁୂୂଲିସ ଓ ବନ ବିଭାଗ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁଛନ୍ତି।

ଫୁଲ ତୋଳୁଥିଲେ, କଚାଡ଼ି ଦେଇଥିଲା ହାତୀ

ବନ୍ଧମୁଣ୍ଡା ଠାରେ ସୋମବାର ମଧ୍ୟ ରାତି ପ୍ରାୟ ଗୋଟିଏ ବେଳେ ଗୋଟିଏ ଜଙ୍ଗଲି ହାତୀ ଅଚାନକ କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ସହରର ମୁଖ୍ୟ ରାସ୍ତାରେ ଆସି ପହଞ୍ଚି ଥିଲା। ସ୍ଥାନୀୟ ଲୋକମାନେ ତୁରନ୍ତ ବନ ବିଭାଗକୁ ଖବର ଦେଇ ଥିଲେ, କିନ୍ତୁ ବନ କର୍ମଚାରୀମାନେ ପହଞ୍ଚିବା ପୂର୍ବେ ହାତୀଟି ଡିଜେଲ କଲୋନି ରେଳ ଫାଟକ ଅତିକ୍ରମ କରି ବନ୍ଧମୁଣ୍ଡା ରେଳବାଇ ୟାର୍ଡକୁ ଯାଇ ପହଞ୍ଚିଥିଲା। ମଧ୍ୟରାତି ପର୍ଯ୍ୟନ୍ତ ବନ ବିଭାଗର ଟିମ ହାତୀକୁ ଘଉଡ଼ାଇବାରେ ବ୍ୟସ୍ତ ଥିଲେ। ଶେଷରେ ରାତି ପ୍ରାୟ ୨.୩୦ଟା ସମୟରେ ହାତୀଟି ରେଳଯାର୍ଡରୁ ବାହାରି ରାଉରକେଲା- ଦୁର୍ଗାପୁର ରାସ୍ତା ଦେଇ ରାଉରକେଲା ଏନ.ଆଇ.ଟି ମୁଖ୍ୟ ଦ୍ୱାର ହୋଇ କୋଏଲନଗର ସି-ବ୍ଲକକୁ ପହଞ୍ଚିଲା।

ଆହୁରି ପଢ଼ନ୍ତୁ: Odisha High Court Berhampur SP: ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ମାମଲା: ହାଇକୋର୍ଟରେ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିଲେ ବ୍ରହ୍ମପୁର ଏସପି

ସେଠାରେ ପ୍ରାୟ ତିନିଟା ସମୟରେ ୭୯ ବର୍ଷ ବୟସ୍କା ବୃଦ୍ଧା ପୂର୍ଣ୍ଣିମା ଦାସ୍ତିଆ ନିଜ ଘର ସାମ୍ନାରେ ଫୁଲ ତୋଳୁଥିଲେ। ଏହି ସମୟରେ ଅଚାନକ ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ ଜୋରରେ କଚାଡ଼ି ଦେଇଥିଲା। ଯାହା ଯୋଗୁଁ ଉକ୍ତ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହେଇ ଯାଇଥିଲା। ଏହି ହୃଦୟବିଦାରକ ଘଟଣା ଶୁଣିବା ପରେ ସ୍ଥାନୀୟ ଲୋକମାନେ ଭୟ ଓ ଆତଙ୍କରେ ରହିଛନ୍ତି।

ସୋମବାର ରାତି ପ୍ରାୟ ୧୧ଟା ସମୟରେ ହାତୀମାନଙ୍କ ଏକ ପଲ ବନ୍ଧମୁଣ୍ଡାର ବରକାଣି ଗାଁ ପର୍ଯ୍ୟନ୍ତ ଆସି ପହଞ୍ଚିଥିଲା, ଯାହାକୁ ବନ ବିଭାଗ ଅନେକ ପ୍ରଚେଷ୍ଟା ପରେ ଜଙ୍ଗଲ ଦିଗକୁ ଫେରାଇ ଦେଇ ଥିଲେ। କିନ୍ତୁ ରାତି ସମୟରେ ରାଉରକେଲା ଫର୍ଟିଲାଇଜର ଅଞ୍ଚଳର ସୋନାପର୍ବତରୁ ଗୋଟିଏ ହାତୀ ବନ୍ଧମୁଣ୍ଡାକୁ ଆସି ପ୍ରବେଶ କରିଥିଲେ।