ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ ସତ୍ୟଭାମାପୁର ପଞ୍ଚାୟତ ଅଧୀନ ରଙ୍ଗବଜାର ନିକଟରେ ସରସ୍ବତୀ ମୂର୍ତ୍ତି ବିସର୍ଜନ ବେଳେ କୁଆଖାଇରେ ବୁଡ଼ି ପୁଣି ୨ ଛାତ୍ରଙ୍କ ଅକାଳରେ ଦେହାନ୍ତ ଘଟିଛି |

Advertisment

ଆଜି ସକାଳେ ସରସ୍ବତୀଙ୍କ ମୂର୍ତ୍ତି ବିସର୍ଜନ ପାଇଁ ସାଙ୍ଗମାନଙ୍କ ସହ ସିକୁନ ଓ ଦିବ୍ୟଜ୍ୟୋତି ଆସିଥିବା ବେଳେ କୁଆଖାଇର ଗଭୀର ଗଣ୍ଡରେ ବୁଡ଼ି ଯାଇଥିଲେ | ଜଣେ ୬ ନମ୍ବର ପୁରୁଷ ବିଦ୍ୟାଳୟର ହୋଇଥିବା ବେଳେ ଅନ୍ୟଜଣେ ଛାତ୍ର କ୍ୟାପିଟାଲ ହାଇସ୍କୁଲ ର ବୋଲି ଜଣାପଡିଛି | ପିଚୁ ପଡ଼ିଆ ନିକଟରେ ଥିବା ଏକ କୋଚିଂ ସେଣ୍ଟରରୁ ୬ ଜଣ ଛାତ୍ର ମୂର୍ତ୍ତି ବିସର୍ଜନ ପାଇଁ କୁଆଖାଇ ନଦୀକୁ ଆସିଥିବା ସୂଚନା ହସ୍ତଗତ ହୋଇଛି | ବାଲିଅନ୍ତା ପୁଲିସ ଅଧିକ ତଦନ୍ତ ଜାରି ରଖିଛି |

ବାଲିଅନ୍ତା ପୁଲିସ ସୂଚନା ଅନୁସାରେ ୨ ମୃତକ ହେଲେ ଭୁବନେଶ୍ୱର ୟୁନିଟ ୬ କାଳୀମନ୍ଦିର ଅଞ୍ଚଳର ଦିବ୍ୟଜ୍ୟୋତି ମହାଲିକ  (୧୫) ଏବଂ ୟୁନିଟ ୬ ଗଙ୍ଗନଗର ଅଞ୍ଚଳର ସିକୁନ ସେନାପତି(୧୫) | ବାଲିଅନ୍ତା ପୁଲିସ ଓ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ପାଣି ଭିତରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି |

ଭଗ୍