ଚିକିଟି: ଗଞ୍ଜାମଜିଲ୍ଲା ଚିକିଟି ବ୍ଲକ ପିତାତଳି ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ଦୁଇ ଜଣ ମହିଳା ଭୁବନେଶ୍ୱର ପାଚିକା ସଙ୍ଘର ସଭାରେ ଯୋଗ ଦେବାକୁ ଯିବାପାଇଁ ସୋରଳ ରେଳ ଷ୍ଟେସନ ରେଳରେ ଚଢ଼ୁଥିବା ବେଳେ ଭାରସାମ୍ୟ ହରାଇ ଖସି ପଡ଼ିଥିଲେ ଓ ଉଭୟଙ୍କର ଶୋଚନୀୟ ମୃତ୍ୟୁ ହୋଇଛି।
ଉଭୟ ମହିଳା ଜଗନ୍ନାଥପୁର ସ୍କୁଲର ପାଚିକା ସହାୟିକା ଭାବେ କାର୍ଯ୍ୟ କରୁଥୁଲେ। ମୃତକ ଦ୍ବୟ ହେଲେ ପ୍ରତିମା ଗୌଡ଼ (୪୦) ଓ ଝୁନୁ ଗୌଡ଼( ୫୫)। ଜଗନ୍ନାଥପୁର ଗ୍ରାମର ସରପଞ୍ଚ ଏ. ରାଙ୍ଗାରାଓ, ପରିବାର ଓ ଗ୍ରାମର ସହୃଦୟ ବ୍ୟକ୍ତି ପହଞ୍ଚି ଆରପିଏଫଙ୍କ ସହଯୋଗରେ ଶଵ ଉଦ୍ଧାର କରିଛନ୍ତି।
ଉଭୟ ମହିଳା ଜଗନ୍ନାଥପୁର ସ୍କୁଲର ପାଚିକା ସହାୟିକା ଭାବେ କାର୍ଯ୍ୟ କରୁଥୁଲେ। ମୃତକ ଦ୍ବୟ ହେଲେ ପ୍ରତିମା ଗୌଡ଼ (୪୦) ଓ ଝୁନୁ ଗୌଡ଼( ୫୫)। ଜଗନ୍ନାଥପୁର ଗ୍ରାମର ସରପଞ୍ଚ ଏ. ରାଙ୍ଗାରାଓ, ପରିବାର ଓ ଗ୍ରାମର ସହୃଦୟ ବ୍ୟକ୍ତି ପହଞ୍ଚି ଆରପିଏଫଙ୍କ ସହଯୋଗରେ ଶଵ ଉଦ୍ଧାର କରିଛନ୍ତି। ଏନେଇ ଜିଆରପିରେ ମାମଲା ରୁଜୁ ହୋଇ ଶଵ ବ୍ୟବଛେଦ ପାଇଁ ପଠାଇଛି। ଏହି ଖବର ସାରା ଚିକିଟି ବ୍ଲକରେ ଶୋକର ଛାୟା ଖେଳାଇ ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/11/20/xvWUURTwIUHgJe6Njdjh.jpg)