ବୈପାରିଗୁଡ଼ା: ବୈପାରିଗୁଡ଼ା ଥାନା ଅନ୍ତର୍ଗତ କାଦଆମ୍ବ ଛକରେ ମର୍ମନ୍ତୁଦ ବାଇକ୍ ଦୁର୍ଘଟଣାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ। କଦଳୀପଦର ଗ୍ରାମର ଅମିନ ସାନ୍ତା(୧୯ ବର୍ଷ) ମାମୁଙ୍କ ପୁଅର ନାମକରଣ ଉତ୍ସବରେ ଯୋଗ ଦେବାକୁ କାଦଆମ୍ବ ଗ୍ରାମକୁ ଯାଇଥିଲେ। ନାମକରଣ ଉତ୍ସବ ଧୁମଧାମରେ ଚାଲିଥିବା ବେଳେ ଭୋଜି ଭାତର ଆୟୋଜନ ମଧ୍ୟ ହୋଇଥିଲା। ଭୋଜି ସାମଗ୍ରୀ କିଣିବା ପାଇଁ ବାଇକରେ କାଦଆମ୍ବରୁ ରାମଗିରି ଅଭିମୁଖେ ବାହାରି ଥିଲେ ଅମିନ। ତାଙ୍କ ସହ ମିଶି ଆଉ ଦୁଇ ସାଙ୍ଗ ଜିତୁ ଖିଲ (୧୯) ଏବଂ ମଙ୍ଗଳୁ ଗୋଲରୀ (୨୨) ଗୋଟିଏ ବାଇକରେ ବାହାରି ଥିଲେ।
ରାମଗିରିରେ ଭୋଜି ସାମଗ୍ରୀ କିଣି ଫେରୁଥିବା ବେଳେ କାଦଆମ୍ବ ଛକରେ ବାଇକ୍ ଗଛରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଜିତୁ ଖିଲଙ୍କ ମୃତ୍ୟୁ ହୋଇଯାଇଥିଲା। ଅମିନ ସାନ୍ତା ଏବଂ ମଙ୍ଗଳୁ ଗୋଲରୀଙ୍କୁ ଗୁରୁତର ଆହାତ ଅବସ୍ଥାରେ ବୈପାରିଗୁଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଦୁହିଁଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ଜୟପୁର ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସ୍ବାସ୍ଥ୍ୟାବସ୍ଥାର କୈାଣସି ଉନ୍ନତି ନହେବାରୁ ପରବର୍ତ୍ତୀ ସମୟରେ ତାଙ୍କୁ କୋରାପୁଟ ମେଡିକାଲ କଲେଜକୁ ପଠେଇ ଦିଆଗଲା। କୋରାପୁଟ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଅମିନ ସାନ୍ତାଙ୍କ ମୃତ୍ୟୁ ହୋଇଯାଇଛି। ପୁଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଦୁଇ ଦୁଇଟି ଯୁବକଙ୍କ ଜୀବନ ଚାଲିଯାଇଥିବା ବେଳେ କାଦଆମ୍ବ ଏବଂ କଦଳୀପଦର ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
ରାମଗିରିରେ ଭୋଜି ସାମଗ୍ରୀ କିଣି ଫେରୁଥିବା ବେଳେ କାଦଆମ୍ବ ଛକରେ ବାଇକ୍ ଗଛରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଜିତୁ ଖିଲଙ୍କ ମୃତ୍ୟୁ ହୋଇଯାଇଥିଲା। ଅମିନ ସାନ୍ତା ଏବଂ ମଙ୍ଗଳୁ ଗୋଲରୀଙ୍କୁ ଗୁରୁତର ଆହତ ଅବସ୍ଥାରେ ବୈପାରିଗୁଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଦୁହିଁଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ଜୟପୁର ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସ୍ବାସ୍ଥ୍ୟାବସ୍ଥାର କୈାଣସି ଉନ୍ନତି ନହେବାରୁ ପରବର୍ତ୍ତୀ ସମୟରେ ତାଙ୍କୁ କୋରାପୁଟ ମେଡିକାଲ କଲେଜକୁ ପଠେଇ ଦିଆଗଲା। କୋରାପୁଟ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଅମିନ ସାନ୍ତାଙ୍କ ମୃତ୍ୟୁ ହୋଇଯାଇଛି। ପୁଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଦୁଇ ଦୁଇଟି ଯୁବକଙ୍କ ଜୀବନ ଚାଲିଯାଇଥିବା ବେଳେ କାଦଆମ୍ବ ଏବଂ କଦଳୀପଦର ଗ୍ରାମରେ ଶୋକର ଛାୟା ଖେଳିଯାଇଛି।