ବୈଶିଙ୍ଗା: ଲଗାଣ ବର୍ଷାରେ ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ସନ୍ତରା ପଞ୍ଚାୟତର ୧୦ନଂ ୱାର୍ଡରୁ ବର୍ଷାଜଳ ନିଷ୍କାସନର କୌଣସି ସ୍ଥାୟୀ ବ୍ୟବସ୍ଥା ନଥିବାରୁ ୨୦ପରିବାର ୨ ଦିନ ଧରି ଜଳବନ୍ଦୀ ହୋଇ ରହିଛନ୍ତି। ଗ୍ରାମବାସୀ ବାରମ୍ବାର ସ୍ଥାନୀୟ ସରପଞ୍ଚ ଓ ପ୍ରଶାସନକୁ ଜଣାଇବା ପରେ ବି ସମସ୍ୟା ସମାଧାନ ନହେବାରୁ ଶୁକ୍ରବାର ଶତାଧିକ ସ୍ଥାନୀୟ ଲୋକ ଉତ୍ୟକ୍ତ ହୋଇ ବୈଶିଙ୍ଗା-ମେର୍ଦ୍ଦା ରାସ୍ତାକୁ ପତଡା ଛକ ନିକଟରେ ଅବରୋଧ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଁଛି ବୁଝାସୁଝା କରିବା ପରେ ଗ୍ରାମବାସୀ ରାସ୍ତା ଅବରୋଧ ହଟିଛି।
ଉକ୍ତ ୱାର୍ଡରେ ୨୦ ପରିବାରର ଶତାଧିକ ଲୋକ ବସବାସ କରନ୍ତି ଓ ସମସ୍ତେ ପ୍ରାୟ ଦିନ ମଜୁରିଆ ଶ୍ରେଣୀର ହୋଇଥିବାବେଳେ ପ୍ରାୟତଃ ଘର କଚ୍ଚା। ବୈଶିଙ୍ଗା-ମେର୍ଦ୍ଦା ମୁଖ୍ୟ ରାସ୍ତାର ପତଡା ଛକ ଉପକଣ୍ଠ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପାଚେରୀ ପାର୍ଶ୍ୱ ଦେଇ ଏକ ଛୋଟ ଗଳି ରାସ୍ତା ଯାଇଛି। ଲୋକଙ୍କ କହିବାନୁଯାଇ ପ୍ରତ୍ୟେକ ବର୍ଷ ବର୍ଷା ଋତୁ ହେଲେ ରାସ୍ତା ପାର୍ଶ୍ୱରେ ଡ୍ରେନ ବ୍ୟବସ୍ଥା ନଥିବାରୁ ବର୍ଷା ଜଳ ନିଷ୍କାସନ ହୋଇନପାରି ଉକ୍ତ ଗଳି ରାସ୍ତା ସମେତ ଏକାଧିକ ଘର ଦୀର୍ଘଦିନ ଧରି ଜଳବନ୍ଦୀ ହୋଇ ରହିଯାଏ, ଯୋଉଁଥିପାଇଁ ସବୁ ବର୍ଷ ବର୍ଷାଦିନେ ଏହି ୨୦ ପରିବାର ବାହ୍ୟ ଜଗତରୁ ଏକାଧିକ ଦିନ ଧରି ବିଛିନ୍ନ ହୋଇ ରୁହନ୍ତି।
/sambad/media/media_files/CLDbIv0xRmeIEE25Ftb3.jpeg)
ଚଳିତ ବର୍ଷ ମଧ୍ୟ ୧୦ଦିନ ପୂର୍ବରୁ ହୋଇଥିବା ଲଗାଣ ବର୍ଷାରେ ମଧ୍ୟ ସେହି ଅଞ୍ଚଳ ଦୀର୍ଘଦିନ ଧରି ଜଳମଗ୍ନ ରହିଥିଲା। ଏବେ ପୁଣି ୪ଦିନ ଧରି ଲାଗିରହିଥିବା ଲଗାଣ ବର୍ଷା କାରଣରୁ ଉକ୍ତ ଅଞ୍ଚଳ ପାଣିରେ ଉବୁଟୁବୁ ହୋଉଛି। ଶତାଧିକ ଲୋକ ଜଳବନ୍ଦୀ ହୋଇ ରହିଥିଲେ ବି ତାଙ୍କ ଦୁଃଖ ନା ଶୁଣିଛି ସ୍ଥାନୀୟ ସରପଞ୍ଚ, ନା ଶୁଣିଛି ସ୍ଥାନୀୟ ପ୍ରଶାସନ। ବାରମ୍ବାର ପାଣିଘେରରେ ରହିବା ହେତୁ ଉକ୍ତ ଗ୍ରାମର ଗଣେଶ ସିଂ, ଝୁନା ସିଂ, ସୁକୁରା ସିଂ, ସୋମା ସିଂ, ପାଗଲା ସିଂ, ସଫିକ ଖାଁ, ରଫିକ ଖାଁ ଓ ଲତିଫ ଖାଁଙ୍କ ସମେତ ଏକାଧିକ ଲୋକଙ୍କ କଚ୍ଚା ଘର ଭୁଶୁଡି ଯିବାକୁ ବସିଲାଣି।
ଆଜି ଅପରାହ୍ନରେ ଉକ୍ତ ୱାର୍ଡର ଶତାଧିକ ପୁରୁଷମହିଳା ଅନ୍ୟ ଉପାୟ ନପାଇ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିଥିଲେ ଓ ବୈଶିଙ୍ଗା-ମେର୍ଦ୍ଦା ମୁଖ୍ୟ ରାସ୍ତାର ପତଡା ଛକ ନିକଟରେ କାଠ ଗଣ୍ଡି ପକେଇ ରାସ୍ତାକୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ ରାସ୍ତାର ୨ପାର୍ଶ୍ୱରେ ଶତାଧିକ ଗାଡି ମୋଟର ଅଟକି ରହିଥିଲା। ଖବର ପାଇ ବୈଶିଙ୍ଗା ଥାନା ଅଧିକାରୀ ତପନ କୁମାର ପ୍ରଧାନ ଘଟଣାସ୍ଥଳରେ ପହଁଛି ଆନ୍ଦୋଳନରତ ଲୋକଙ୍କୁ ବୁଝାସୁଝା କରିଵା ସହିତ ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ସମସ୍ୟା ସମାଧାନର ପ୍ରତିଶୃତି ଦେଇ ପ୍ରଥମେ ରାସ୍ତା ଅବରୋଧକୁ ହଟାଇ ଥିଲେ ଓ ଯାତାୟତ ସ୍ୱାଭାବିକ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/FavA3RzwkblqzVq2ikgC.jpeg)