ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ବୁଢିଖମାରୀ, ବଡ଼ଗାଁ ଓ ଭୁଆସୁଣୀ ପଞ୍ଚାୟତର ମଧ୍ୟ ସ୍ଥଳରେ ମା ସାତପୁଟୁଳିଙ୍କ ପାହାଡି ପୂଜା ଅନୁଷ୍ଠିତ ହୋଇଯାଇଛି। ହଜାର ହଜାର ଭକ୍ତଙ୍କ ଗହଣରେ ଦେବୀଙ୍କୁ ଦେହୁରୀ ଶରତ ଚନ୍ଦ୍ର ନାଏକ ପୂଜା କରିଛନ୍ତି। ବୁଢ଼ିଖମାରୀ ପଞ୍ଚାଯତର ଉଦାଳି ଗ୍ରାମ ନିକଟରେ ବସିଛି ମେଳା ସାଙ୍ଗକୁ ରକମ ରକମର ଦୋକାନ। ପୁଜାରୀ ଲୋକମାନଙ୍କ ମନସ୍କାମନା ପାଇଁ ବୁଦା ଓ କୁକୁଡ଼ା ବଳି ପକାଇଛନ୍ତି। ବହୁତ ମହିଳା ଓ ପୁରୁଷଙ୍କୁ ଦାସି ଆସିଥିବା ଦେଖିବାକୁ ମିଳିଛି।
/sambad/media/media_files/2025/01/30/195b564e-c9b8-4f6d-960b-3f86b83e1d6e.jpg)
ପ୍ରାୟ ଶହେ ବର୍ଷରୁ ଊର୍ଦ୍ଧ୍ବ ହେବ ମା’ଙ୍କ ପୂଜା ଅର୍ଚ୍ଚନା ହୋଇ ଆସୁଛି ବୋଲି ବୁଢ଼ିଖମାରୀ ପଞ୍ଚାଯତର ଜଣେ ଭକ୍ତ ବୈରାଗୀ ନାଏକ କହିଛନ୍ତି। ସାଧାରଣତଃ ଉଦାଳି ଗ୍ରାମ ଠାରୁ ଦୁଇ କିଲୋମିଟର ଖାଲି ପାଦରେ ପାହାଡ଼ ଓ ଜଙ୍ଗଲ ମଧ୍ୟରେ ଚାଲିଚାଲି ମା’ଙ୍କ ପୀଠକୁ ଭକ୍ତ ଯାଇଥାନ୍ତି। ମା'ଙ୍କ ପୀଠକୁ ଯିବା ପାଇଁ ପାହାଡ଼ର ଚତୁଃପାର୍ଶ୍ଵରେ ରାସ୍ତା ରହିଥିବା ବେଳେ ଲୋକାରଣ୍ୟ ମା’ ପ୍ରତିଥିବା ଭକ୍ତି ସୁଚାଇ ଦେଇଛି। ୨୦ ହଜାରରୁ ଊର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଥିଲା।
ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି ସହିତ ବିଧାୟିକା ସଂଜଳି ମୁର୍ମୁଙ୍କୁ କମିଟି ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେଲ୍ଫି ନେବା ପାଇଁ ଉଭୟ ନେତା ପାଖରେ ଭିଡ ଜମିଥିବା।
/sambad/media/media_files/2025/01/30/ef495867-777b-4e0a-ade4-306cd6fd64ee.jpg)
ମକର ସଂକ୍ରାନ୍ତିର ୧୫ ଦିନ ପରେ ପଡୁଥିବା ପ୍ରଥମ ଗୁରୁବାର ଦିନ ମା ପାଟଳି ଦେବୀଙ୍କ ପ୍ରତିବର୍ଷ ପୂଜା ହୋଇଥାଏ। ୧୮ଟି ମୈଜାର ଲୋକଙ୍କୁ ନେଇ ଦୁଇଟି କମିଟି ଗଠନ କରାଯାଇଛି। ଗୋଟିଏ କମିଟି ମା’ଙ୍କ ପୀଠରେ ପୂଜାର୍ଚ୍ଚନା କଥା ବୁଝୁଥିବା ବେଳେ ଅନ୍ୟ କମିଟିଟି ମେଳା ପରିଚାଳନା ସହିତ ଶାନ୍ତିଶୃଙ୍ଖଳା ରକ୍ଷା କରିଛି। ଗୁରୁବାର ରାତି ଢାବୁଲ ନାଚ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅପେରା ଅନୁଷ୍ଠିତ ହୋଇଯାଇଛି। ମେଳା କମିଟି ଠାକୁରାନ ବୁରୁ ସେମଲେଦ୍ (ଟିବିଏସ)ର ସଭାପତି ରାମଦାସ ହାଁସଦା଼ଃ, ସମ୍ପାଦକ ରାମ ଚନ୍ଦ୍ର ବେସରା ସହିତ ୫୦ ରୁ ଉର୍ଦ୍ଧ୍ବ କମିଟି ସଦସ୍ୟ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି ମେଳା I
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/30/691805c7-644c-4817-af5a-afa9f22619a9.jpg)