କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଶିକରପାଇ ଗ୍ରାମରେ ରାତ୍ର ପ୍ରାୟ ଗୋଟାଏ ସମୟରେ ଏକ ବଡ଼ ଧରଣର ଡକାୟତି ହୋଇଛି I ଚୋରି କରିବା ସମୟରେ ବ୍ୟବସାୟୀଙ୍କୁ ଛୁରାମାଡ଼ କରି ସିନ୍ଧୁକ ଉଠାଇ ନେଇଯାଇଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କଲ୍ୟାଣସିଂହପୁର ବ୍ଲକ ଶିକରପାଇ ଗ୍ରାମର ଉପେନ୍ଦ୍ର ଗୋପାଳଚେଟି ଓ ଭାଇ ଗୌରୀ ଗୋପାଳଚେଟିଙ୍କ ଘରୁ ବଡ଼ ଧରଣର ଚୋରି ହୋଇଥିବା ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।
ଘରେ ଲୋକେ ଶୋଇଥିବା ବେଳେ ଛାତ ଉପରଦେଇ ପାଞ୍ଚରୁ ଛଅ ଜଣ ଚୋର ଘରେ ପଶିଥିଲେ। ସିନ୍ଧୁକ ଓ ଆଲମାରୀ ଭାଙ୍ଗିବା ବେଳେ ଉପେନ୍ଦ୍ର ଉଠି ପଡ଼ିବାରୁ ତାଙ୍କ କାନ୍ଧରେ ଛୁରି ମାରି ପାଟି ଚୁପ କରିଥିଲେ। ପରେ ସିନ୍ଧୁକକୁ ତାଡ଼ି ଉଠାଇ ନେଇ ଯାଇଥିଲେ। ସକାଳ ହୋଇ ଆସୁଥିବାରୁ ତିନିଘଣ୍ଟା ରହି ଚୋରମାନେ ଚାଲିଯାଇଥିଲେ। ସିନ୍ଦୁକରେ କୁଆଡ଼େ ପ୍ରାୟ ଦୁଇଶହ ଗ୍ରାମ ସୁନା ଅଳଙ୍କାର ଓ ଅIଲମାରିରୁ ଟଙ୍କା ନେଇଯାଇଥିବା କୁହାଯାଇଛି। ଚୋରି ହେବାପରେ ଉପେନ୍ଦ୍ର କଲ୍ୟାଣସିଂହପୁର ପୁଲିସକୁ ଖବର ଦେଇଥିଲେ। ପରେ ଚାନ୍ଦିଲି ଥାନା ଅଧିକାରୀ ପ୍ରସନ୍ନ ବେହେରା ଓ ଏସ ଆଇ ଦିଲୀପ କୁମାର ମାଝୀ ଆସି ତଦନ୍ତ କରୁଥିବା ଜଣା ପଡ଼ିଛି।
ଘରେ ଲୋକେ ଶୋଇଥିବା ବେଳେ ଛାତ ଉପରଦେଇ ପାଞ୍ଚରୁ ଛଅ ଜଣ ଚୋର ଘରେ ପଶିଥିଲେ। ସିନ୍ଧୁକ ଓ ଆଲମାରୀ ଭାଙ୍ଗିବା ବେଳେ ଉପେନ୍ଦ୍ର ଉଠି ପଡ଼ିବାରୁ ତାଙ୍କ କାନ୍ଧରେ ଛୁରି ମାରି ପାଟି ଚୁପ କରିଥିଲେ। ପରେ ସିନ୍ଧୁକକୁ ତାଡ଼ି ଉଠାଇ ନେଇ ଯାଇଥିଲେ। ସକାଳ ହୋଇ ଆସୁଥିବାରୁ ତିନିଘଣ୍ଟା ରହି ଚୋରମାନେ ଚାଲିଯାଇଥିଲେ। ସିନ୍ଦୁକରେ କୁଆଡ଼େ ପ୍ରାୟ ଦୁଇଶହ ଗ୍ରାମ ସୁନା ଅଳଙ୍କାର ଓ ଅIଲମାରିରୁ ଟଙ୍କା ନେଇଯାଇଥିବା କୁହାଯାଇଛି। ଚୋରି ହେବାପରେ ଉପେନ୍ଦ୍ର କଲ୍ୟାଣସିଂହପୁର ପୁଲିସକୁ ଖବର ଦେଇଥିଲେ। ପରେ ଚାନ୍ଦିଲି ଥାନା ଅଧିକାରୀ ପ୍ରସନ୍ନ ବେହେରା ଓ ଏସ ଆଇ ଦିଲୀପ କୁମାର ମାଝୀ ଆସି ତଦନ୍ତ କରୁଥିବା ଜଣା ପଡ଼ିଛି। ତଦନ୍ତକାରୀ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ଆସିଲାପରେ ପ୍ରକୃତ ତଥ୍ୟ ଜଣା ପଡ଼ିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/05/13/4Ryoepw402jiBdZgeuJN.jpg)