ବାଲେଶ୍ୱର: ବାଲେଶ୍ୱର ସହରରେ ରାତ୍ରିକାଳୀନ ପାଟ୍ରୋଲିଂ ସମୟରେ ଟାଉନ ଥାନା ପୁଲିସକୁ ମିଳିଛି ବଡ଼ ସଫଳତା। ଗାଡ଼ି ଓ ବ୍ୟାଗ ଯାଞ୍ଚ ବେଳେ ଏକ ବ୍ୟାଗରୁ ୨୧ ଲକ୍ଷ ଟଙ୍କା ଜବତ ହୋଇଛି। ଏଥିରେ ୨ ଜଣଙ୍କୁ ଅଟକ ରଖାଯାଇ ପୁଲିସ ପଚରାଉଚରା କରୁଥିବା ଜଣାପଡ଼ିଛି। ସେମାନେ ଏହି ଟଙ୍କା କେଉଁଠୁ ଆଣିଲେ ଏବଂ କୁଆଡ଼େ ନେଇ ଯାଉଥିଲେ ସେନେଇ ଖୋଳତାଡ଼ କରୁଛି ପୁଲିସ।ଅଟକ ଦୁଇ ବ୍ୟକ୍ତି ସଂପର୍କରେ ଶଳା ଓ ଭିଣୋଇ ବୋଲି ଜଣାଯାଇଛି।
ବାଲେଶ୍ଵର ପୁଲିସ ନୂଆବର୍ଷକୁ ଦୃଷ୍ଟିରେ ରଖି ଗତ ବିଳମ୍ବିତ ରାତ୍ରୀରେ କଡ଼ାକଡ଼ି ଚେକିଂ କରୁଥିଲା। ସେମାନଙ୍କ ନିକଟରୁ ପ୍ରାୟ ୨୧ ଲକ୍ଷ ଟଙ୍କା ଜବତ ହୋଇଛି। ଅଟକ ଦୁଇ ବ୍ୟକ୍ତି ସୁନହଟ ଓ ସୋର ଅଞ୍ଚଳର । ବାଇକ୍ ରେ ଏକ ବ୍ୟାଗ୍ ଭର୍ତ୍ତି ଟଙ୍କା ନେଇ ଯାଉଥିବା ବେଳେ ଧରିଥିଲା ଟାଉନ୍ ଥାନା ପୁଲିସ। ବିପୁଳ ଟଙ୍କାର ଯାଞ୍ଚ ପାଇଁ ଆୟକର ବିଭାଗ ସହ ଯୋଗାଯୋଗ କରୁଛି ପୁଲିସ।
ସୂଚନାଯୋଗ୍ୟ, ଗତକାଲି ରାତିରେ ବାଲେଶ୍ୱର ସହରରେ ପୁଲିସ ପକ୍ଷରୁ ରାତ୍ରିକାଳୀନ ପାଟ୍ରୋଲିଂ ସମୟରେ କଡ଼ାକଡ଼ି ଚେକିିଂ କରାଯାଉଥିଲା। ବାଲେଶ୍ଵର ପୁଲିସ ନୂଆବର୍ଷକୁ ଦୃଷ୍ଟିରେ ରଖି ଗତ ବିଳମ୍ବିତ ରାତ୍ରୀରେ କଡ଼ାକଡ଼ି ଚେକିଂ କରୁଥିଲା। ସେମାନଙ୍କ ନିକଟରୁ ପ୍ରାୟ ୨୧ ଲକ୍ଷ ଟଙ୍କା ଜବତ ହୋଇଛି। ଅଟକ ଦୁଇ ବ୍ୟକ୍ତି ସୁନହଟ ଓ ସୋର ଅଞ୍ଚଳର । ବାଇକ୍ ରେ ଏକ ବ୍ୟାଗ୍ ଭର୍ତ୍ତି ଟଙ୍କା ନେଇ ଯାଉଥିବା ବେଳେ ଧରିଥିଲା ଟାଉନ୍ ଥାନା ପୁଲିସ। ବିପୁଳ ଟଙ୍କାର ଯାଞ୍ଚ ପାଇଁ ଆୟକର ବିଭାଗ ସହ ଯୋଗାଯୋଗ କରୁଛି ପୁଲିସ। ସେହିଭଳି ୩ ମଦ୍ୟପ ଗାଡ଼ି ଚାଳକଙ୍କୁ ବି ଗିରଫ କରିଛି ପୁଲିସ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/12/24/bs0wwKyuNEaknk7j2huJ.jpg)