ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ପୁଲିସ ନିକଟରେ ୨୨ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ନାମରେ ୨୬ ଲକ୍ଷ ଟଂକାର ପୁରସ୍କାର ଘୋଷଣା ହୋଇଥିଲା। ଏଥିସହ ଏମାନଙ୍କ ମଧ୍ୟରୁ ୬ ଜଣ ମହିଳା ନକ୍ସଲ ରହିଛନ୍ତି। ଏମାନଙ୍କ ମଧ୍ୟରୁ ବାଟାଲିୟନ ନମ୍ବର ୧ର ସଦସ୍ୟ କମଲି ହେମଲା(୩୨) ଏବଂ ପାର୍ଟି ମେମ୍ବର ମୁୟା ମାଣ୍ଡବି(୧୯)ଙ୍କ ନାରେ ୮ ଲକ୍ଷ ଲେଖାଏଁ ପୁରସ୍କାର ଘୋଷଣା ହୋଇଥିଲା।
କମାଣ୍ଡର ସୋନୁ ତାତି(୨୮) ଏବଂ ପିଏଲଜିଏ ସଦସ୍ୟ ମହେଶ ପୁନେମ(୨୦)ଙ୍କ ନାମରେ ୫ ଲକ୍ଷ ଲେଖାଏଁ ପୁରସ୍କାର ଘୋଷିତ ଥିଲା। ସରକାରଙ୍କ ତରଫରୁ ସମସ୍ତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଆତ୍ମନିର୍ଭରଶୀଳ କରାଯିବ ବୋଲି ପୁଲିସ କହିଛି।
/sambad/media/media_files/2025/04/09/mkg-22-naxal-surrender1-630624.jpg)
ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୭୯ ଜଣ ନକ୍ସଲ ଆତ୍ମସମର୍ପଣ କରିସାରିଲେଣି। ନୂଆ ନିୟମ ଅନୁଯାୟୀ ସମସ୍ତଙ୍କୁ ୫୦ ହଜାର ଟଂକା ଲେଖାଏଁ ପ୍ରଦାନ କରାଯାଇଥିଲା। ସେହିପରି ବସ୍ତରରେ ରହିଥିବା ୭ଟି ଜିଲ୍ଲାରେ ମୋଟ ୭୯୨ ଜଣ ନକ୍ସଲ ଆତ୍ମସମର୍ପଣ କରିସାରିଲେଣି।
Malkangiri
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/04/09/mkg-22-naxal-surrender-324496.jpg)