ମାଲକାନଗିରି: ଓଡ଼ିଶା ସୀମାନ୍ତ ଛତିଶଗଡ଼ର ବିଜାପୁର ଓ ଦାନ୍ତେୱାଡାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨୪ ଜଣ ମାଓବାଦୀଙ୍କ ପ୍ରାଣହାନି ଘଟିଥିବା ଜଣାଯାଇଛି। ଭିନ୍ନ ଭିନ୍ନ ଅପରେସନରେ ବିଜାପୁରରେ ୨୦ ଓ କାଙ୍କେରରେ ୪ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏହି ଅପରେସନ ବେଳେ ଡିଆରଜିର ଜଣେ ଯବାନ ଅବଶ୍ୟ ସହିଦ ହୋଇଛନ୍ତି। ଯେଉଁଠି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା, ସେହି ସ୍ଥାନରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।
ଓଡ଼ିଶା ସୀମାନ୍ତ ଛତିଶଗଡ଼ର ବିଜାପୁର ଓ ଦାନ୍ତେୱାଡାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨୪ ଜଣ ମାଓବାଦୀଙ୍କ ପ୍ରାଣହାନି ଘଟିଥିବା ଜଣାଯାଇଛି। ଭିନ୍ନ ଭିନ୍ନ ଅପରେସନରେ ବିଜାପୁରରେ ୨୦ ଓ କାଙ୍କେରରେ ୪ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏହି ଅପରେସନ ବେଳେ ଡିଆରଜିର ଜଣେ ଯବାନ ଅବଶ୍ୟ ସହିଦ ହୋଇଛନ୍ତି। ଯେଉଁଠି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା, ସେହି ସ୍ଥାନରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ସୂଚନା ମୁତାବକ ଗୁରୁବାର ସକାଳେ ସୁରକ୍ଷାକର୍ମୀଙ୍କ ୨ଟି ଟିମ୍ ବିଜାପୁର ଓ ଦାନ୍ତେୱାଡା ନିକଟ ଗଙ୍ଗାଲୁର ଥାନା ଅଞ୍ଚଳରେ ନକ୍ସଲ ବିରୋଧୀ ଅପରେସନ ଆରମ୍ଭ କରିଥିଲେ। ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ଉପରକୁ ହଠାତ୍ ମାଓବାଦୀମାନେ ଗୁଳି ଚଳାଇଥିଲେ। ଏହାର ଜବାବରେ ସୁରକ୍ଷାକର୍ମୀମାନେ ଗୁଳି ଚଳାଇଥିଲେ ।
ସୂଚନା ମୁତାବକ ଗୁରୁବାର ସକାଳେ ସୁରକ୍ଷାକର୍ମୀଙ୍କ ୨ଟି ଟିମ୍ ବିଜାପୁର ଓ ଦାନ୍ତେୱାଡା ନିକଟ ଗଙ୍ଗାଲୁର ଥାନା ଅଞ୍ଚଳରେ ନକ୍ସଲ ବିରୋଧୀ ଅପରେସନ ଆରମ୍ଭ କରିଥିଲେ। ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ଉପରକୁ ହଠାତ୍ ମାଓବାଦୀମାନେ ଗୁଳି ଚଳାଇଥିଲେ। ଏହାର ଜବାବରେ ସୁରକ୍ଷାକର୍ମୀମାନେ ଗୁଳି ଚଳାଇଥିଲେ । ଏହି ଗୁଳିବିନିମୟରେ ୨୪ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/20/yeNBcoGYOx6Rv5RcSAo7.jpg)