ଝାରସୁଗୁଡ଼ା: ଏକାଧିକ ନାବାଳକଙ୍କ ସହ ଜୋର ଜବରଦସ୍ତ ଅପ୍ରାକୃତିକ ଯୌନ ସଂପର୍କ ଓ ତଣ୍ଟିଚିପି ହତ୍ୟା ଉଦ୍ୟମ ମାମଲାର ବିଚାର କରି ଦଣ୍ଡାଦେଶ ଦେଲେ ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ପୋକସୋ ଜଜ୍ ପୂଜା ଷଡ଼ଙ୍ଗୀ। ଅଭିଯୁକ୍ତ ଅଜିତ ନାଗ(୨୫)କୁ ୨୫ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ନ୍ୟାୟାଳୟ।
ଗତ ମାର୍ଚ୍ଚ ୨୩ ତାରିଖ ସଂଧ୍ୟା ସମୟରେ ଜଣେ ନାବାଳକକୁ ଅଭିଯୁକ୍ତ ଅଜିତ ନାଗ ନିଜର ମୋଟରସାଇକେଲରେ ବସାଇ ବ୍ରଜରାଜନଗର ଓପିଏମର ପୁରୁଣା ବିଲ୍ଡିଂ ନିକଟରେ ତାଙ୍କ ସହ ଜୋର ଜବରଦସ୍ତ ଅପ୍ରାକୃତିକ ଯୌନ ସଂପର୍କ ଓ ତଣ୍ଟିଚିପି ହତ୍ୟା ଉଦ୍ୟମ କରିଥିଲା। ପୂର୍ବରୁ ମଧ୍ୟ ସେ ଏଭଳି କାଣ୍ଡ ଭିଆଇଥିଲା। ସେ ଏକାଧିକ ନାବାଳକଙ୍କ ସହ ଜୋର ଜବରଦସ୍ତ ଅପ୍ରାକୃତିକ ଯୌନ ସଂପର୍କ ରଖିଆସୁଥିଲା। ଏନେଇ ପୀଡ଼ିତ ନାବାଳକଙ୍କ ମାଆ ଥାନାରେ ଅଭିଯୋଗ କରିଥିଲେ। ଝାରସୁଗୁଡ଼ା ଆରକ୍ଷୀ ଅଧୀକ୍ଷକ ସ୍ମିତ ପରମାରଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ମାର୍ଚ୍ଚ ୨୭ ତାରିଖରେ ଗିରଫ କରିଥିଲା ଏବଂ କୋର୍ଟ ଚାଲାଣ କରିଥିଲା। ଏପ୍ରିଲ ୮ ତାରିଖରେ ପୁଲିସ ମାମଲାର ଚାର୍ଜସିଟ୍ ଦାଖଲ କରିଥିଲା। ଘଟଣା ଘଟିବାର ମାତ୍ର ୫୫ ଦିନରେ ମାମଲାର ରାୟ ପ୍ରକାଶ ପାଇଛି।
ସୂଚନାରୁ ପ୍ରକାଶ ଯେ, ଗତ ମାର୍ଚ୍ଚ ୨୩ ତାରିଖ ସଂଧ୍ୟା ସମୟରେ ଜଣେ ନାବାଳକକୁ ଅଭିଯୁକ୍ତ ଅଜିତ ନାଗ ନିଜର ମୋଟରସାଇକେଲରେ ବସାଇ ବ୍ରଜରାଜନଗର ଓପିଏମର ପୁରୁଣା ବିଲ୍ଡିଂ ନିକଟରେ ତାଙ୍କ ସହ ଜୋର ଜବରଦସ୍ତ ଅପ୍ରାକୃତିକ ଯୌନ ସଂପର୍କ ଓ ତଣ୍ଟିଚିପି ହତ୍ୟା ଉଦ୍ୟମ କରିଥିଲା। ପୂର୍ବରୁ ମଧ୍ୟ ସେ ଏଭଳି କାଣ୍ଡ ଭିଆଇଥିଲା। ସେ ଏକାଧିକ ନାବାଳକଙ୍କ ସହ ଜୋର ଜବରଦସ୍ତ ଅପ୍ରାକୃତିକ ଯୌନ ସଂପର୍କ ରଖିଆସୁଥିଲା। ଏନେଇ ପୀଡ଼ିତ ନାବାଳକଙ୍କ ମାଆ ଥାନାରେ ଅଭିଯୋଗ କରିଥିଲେ। ଝାରସୁଗୁଡ଼ା ଆରକ୍ଷୀ ଅଧୀକ୍ଷକ ସ୍ମିତ ପରମାରଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ମାର୍ଚ୍ଚ ୨୭ ତାରିଖରେ ଗିରଫ କରିଥିଲା ଏବଂ କୋର୍ଟ ଚାଲାଣ କରିଥିଲା। ଏପ୍ରିଲ ୮ ତାରିଖରେ ପୁଲିସ ମାମଲାର ଚାର୍ଜସିଟ୍ ଦାଖଲ କରିଥିଲା। ଘଟଣା ଘଟିବାର ମାତ୍ର ୫୫ ଦିନରେ ମାମଲାର ରାୟ ପ୍ରକାଶ ପାଇଛି।
crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/17/ygD2iSx8pVMz9WbsIq4A.jpg)