ବୋରିଗୁମ୍ମା: ଭୋଜି ଭାତର ଆସର ଚାଲିଥିଲା, ବାଜା ବାଜୁଥିଲା ବନ୍ଧୁ ବାଂଧଵ ଉପସ୍ଥିତ ଥିଲେ। ସେପଟେ ବିବାହ ବେଦି ବି ସାଜସଜ୍ଜା ହୋଇଥିଲା ଆଉ ଅଳ୍ପ ସମୟ ମଧ୍ୟରେ ବାହାଘର ଆରମ୍ଭ ହୋଇଥାନ୍ତା। ହଠାତ ଲୋକେ କିଛି ବୁଝିବା ଆଗରୁ ପୁଲିସ ବିବାହ ମଣ୍ଡପରେ ପହଞ୍ଚି ବରକୁ ଉଠାଇ ଆଣିଲା ଥାନାକୁ। ଏପଟେ ବର ବିପିନ ସମରଥଙ୍କ ପ୍ରଥମ ସ୍ତ୍ରୀ ବିବାହ ନିମନ୍ତ୍ରଣ କାର୍ଡ ଏବଂ ନିଜ ପୁଅକୁ ନେଇ ବୋରିଗୁମ୍ମା ଥାନା ସମ୍ମୁଖରେ ନ୍ୟାୟ ପାଇବା ପାଇଁ ଧାରଣାରେ ବସିଛନ୍ତି।
୧୭ ବର୍ଷ ତଳେ ବିପିନ ସମରଥ ଦୁଲାଗୁଡା ଗ୍ରାମର ଯମୁନା ସମରଥଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ୧୬ ବର୍ଷର ପୁଅଟିଏ ମଧ୍ୟ ରହିଛି। ଏମାନଙ୍କୁ ଛାଡ଼ି ପିପିନ ସମରଥ ସେହି ଗ୍ରାମର ଗମୋତି ସମରଥଙ୍କୁ ବିବାହ କରିବା ପାଇଁ ସଜେଇ ହେଉଥିଲେ। ବିପିନଙ୍କ ପ୍ରଥମ ସ୍ତ୍ରୀ କହିଛନ୍ତି, ବିପିନ ଆମକୁ ଛାଡି କେମିତି ଅନ୍ୟତ୍ର ବିବାହ କରୁଛି। ଆମକୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ଥାନା ସମ୍ମୁଖରେ ଧାରଣା ଦେଇ ବସିଛନ୍ତି। ଗତ ୨୮ ତାରିଖରେ ଯମୁନା ବିପିନଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ। ବୋରିଗୁମ୍ମା ପୁଲିସ ବାହାଘର ଅଟକାଇ ବିପିନଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରୁଛି। ପୁଲିସର ତଦନ୍ତ ପରେ ପ୍ରଥମ ସ୍ତ୍ରୀଙ୍କ ଅଭିଯୋଗ ର ସତ୍ୟତା କେତେ ଅଛି ଏବଂ ବର ଦ୍ୱିତୀୟ ବିବାହ କରିବା ପୂର୍ବରୁ ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଥିଲେ କି ନାହିଁ ତାହା ମଧ୍ୟ ତଦନ୍ତ କରୁଛି ପୁଲିସ।
ସୂଚନା ଅନୁଯାୟୀ ୧୭ ବର୍ଷ ତଳେ ବିପିନ ସମରଥ ଦୁଲାଗୁଡା ଗ୍ରାମର ଯମୁନା ସମରଥଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ୧୬ ବର୍ଷର ପୁଅଟିଏ ମଧ୍ୟ ରହିଛି। ଏମାନଙ୍କୁ ଛାଡ଼ି ପିପିନ ସମରଥ ସେହି ଗ୍ରାମର ଗମୋତି ସମରଥଙ୍କୁ ବିବାହ କରିବା ପାଇଁ ସଜେଇ ହେଉଥିଲେ। ବିପିନଙ୍କ ପ୍ରଥମ ସ୍ତ୍ରୀ କହିଛନ୍ତି, ବିପିନ ଆମକୁ ଛାଡି କେମିତି ଅନ୍ୟତ୍ର ବିବାହ କରୁଛି। ଆମକୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ଥାନା ସମ୍ମୁଖରେ ଧାରଣା ଦେଇ ବସିଛନ୍ତି।
ଗତ ୨୮ ତାରିଖରେ ଯମୁନା ବିପିନଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ। ବୋରିଗୁମ୍ମା ପୁଲିସ ବାହାଘର ଅଟକାଇ ବିପିନଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରୁଛି। ପୁଲିସର ତଦନ୍ତ ପରେ ପ୍ରଥମ ସ୍ତ୍ରୀଙ୍କ ଅଭିଯୋଗ ର ସତ୍ୟତା କେତେ ଅଛି ଏବଂ ବର ଦ୍ୱିତୀୟ ବିବାହ କରିବା ପୂର୍ବରୁ ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଥିଲେ କି ନାହିଁ ତାହା ମଧ୍ୟ ତଦନ୍ତ କରୁଛି ପୁଲିସ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/03/03/rxspoiapDY6LHfScUVk7.jpg)