ଲକ୍ଷ୍ମୀପୁର: ଦୀର୍ଘ ଦଶ ମାସ ପରେ ଏକ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ତିନି ଅଭିଯୁକ୍ତମାନଙ୍କୁ ଧରିବାରେ ନାରାୟଣପାଟଣା ପୁଲିସ ସଫଳ ହୋଇଛି I 

Advertisment

୨୦୨୪ ମାର୍ଚ୍ଚ ୧୪ ତାରିଖରେ କୋରାପୁଟ ଜିଲ୍ଲାର ନାରାୟଣପାଟଣା ଥାନା ଅନ୍ତର୍ଗତ ତଳ ଗୁମାଣ୍ଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ସିଙ୍ଗୁରୁ ତାଡିଙ୍ଗି (୩୨)ଙ୍କ ମର ଶରୀରକୁ ଗାଁ ଠାରୁ ପ୍ରାୟ ତିନି କିଲୋମିଟର ଦୂର ଏକ ପାହାଡ଼ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ଗର୍ତ୍ତରୁ ଉଦ୍ଧାର କରିଥିଲା ପୁଲିସ I ସମ୍ପର୍କୀୟଙ୍କ ଏତଲା କ୍ରମେ ଗତ ମାର୍ଚ୍ଚ ୧୪ତାରିଖରେ ସିଙ୍ଗୁରୁ ହଳ ଧରି ଜମିକୁ ଯାଇ ଆଉ ଫେରି ନ ଥିଲେ ଦିନ ତମାମ ପରିବାର ଲୋକେ ଖୋଜିକି ପାଇ ନ ଥିଲେ I ଜମି ଠାରୁ କିଛି ଦୂରରେ ଏକ ଗାତରେ ସିଂଗୁରୁଙ୍କ ମୃତଦେହ ଠାବ କରାଯାଇଥିଲା I ଗୋଡ଼ ଦୁଇଟି ବାହାରକୁ ଦିଶୁଥିବା ବେଳେ ଖୋଳିବା ପରେ ଚିହ୍ଣଟ କରିଥିଲେ ଗାଁ ଲୋକେ I ଅଭିଯୋଗ ପାଇବା ପରେ ସେତେବେଳେ ସାଇଣ୍ଟିଫିକ ଟିମ ସହ ଗାଁ ଠାରୁ ପ୍ରାୟ ତିନିକିମି ଦୂରରେ ମୃତ ଶରୀରକୁ ଏକ ଗାତରୁ ଉଦ୍ଧାର କରି ଏକ ହତ୍ୟା ମାମଲା ରୁଜୁ କରିଥିଲା ନାରାୟଣପାଟଣା ପୁଲିସ I ମାମଲା ରୁଜୁ ହୋଇଥିଲେ ମଧ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପ୍ରୟାସ ଜାରିରଖିଥିଲା ପୁଲିସ I

ସୂଚନା ଯୋଗ୍ୟ ଯେ ୨୦୨୪ ମାର୍ଚ୍ଚ ୧୪ ତାରିଖରେ କୋରାପୁଟ ଜିଲ୍ଲାର ନାରାୟଣପାଟଣା ଥାନା ଅନ୍ତର୍ଗତ ତଳ ଗୁମାଣ୍ଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ସିଙ୍ଗୁରୁ ତାଡିଙ୍ଗି (୩୨)ଙ୍କ ମର ଶରୀରକୁ ଗାଁ ଠାରୁ ପ୍ରାୟ ତିନି କିଲୋମିଟର ଦୂର ଏକ ପାହାଡ଼ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ଗର୍ତ୍ତରୁ ଉଦ୍ଧାର କରିଥିଲା ପୁଲିସ I ସମ୍ପର୍କୀୟଙ୍କ ଏତଲା କ୍ରମେ ଗତ ମାର୍ଚ୍ଚ ୧୪ତାରିଖରେ ସିଙ୍ଗୁରୁ ହଳ ଧରି ଜମିକୁ ଯାଇ ଆଉ ଫେରି ନ ଥିଲେ ଦିନ ତମାମ ପରିବାର ଲୋକେ ଖୋଜିକି ପାଇ ନ ଥିଲେ I ଜମି ଠାରୁ କିଛି ଦୂରରେ ଏକ ଗାତରେ ସିଂଗୁରୁଙ୍କ ମୃତଦେହ ଠାବ କରାଯାଇଥିଲା I ଗୋଡ଼ ଦୁଇଟି ବାହାରକୁ ଦିଶୁଥିବା ବେଳେ ଖୋଳିବା ପରେ ଚିହ୍ଣଟ କରିଥିଲେ ଗାଁ ଲୋକେ I ଅଭିଯୋଗ ପାଇବା ପରେ ସେତେବେଳେ ସାଇଣ୍ଟିଫିକ ଟିମ ସହ ଗାଁ ଠାରୁ ପ୍ରାୟ ତିନିକିମି ଦୂରରେ ମୃତ ଶରୀରକୁ ଏକ ଗାତରୁ ଉଦ୍ଧାର କରି ଏକ ହତ୍ୟା ମାମଲା ରୁଜୁ କରିଥିଲା ନାରାୟଣପାଟଣା ପୁଲିସ I ମାମଲା ରୁଜୁ ହୋଇଥିଲେ ମଧ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପ୍ରୟାସ ଜାରିରଖିଥିଲା ପୁଲିସ I

ଘଟଣା ଘଟିବାର ଦୀର୍ଘ ଦଶମାସ ପରେ  ଅଭିଯୁକ୍ତମାନଙ୍କୁ ଧରିବାରେ ପୁଲିସକୁ ସଫଳତା ମିଳିଥିଲା I ଜମିବିବାଦକୁ ନେଇ ନିଜର ସମ୍ପର୍କୀୟମାନେ( ଭାଇ ଓ ପୁତୁରା ) ହିଁ ସିଙ୍ଗୁରୁଙ୍କୁ  ସଂଘବଦ୍ଧ ଭାବେ ତିନିଜଣ ମିଶି ଅତି ଜଘନ୍ୟ ଭାବେ ହତ୍ୟା କରିଥିବା 
ତଦନ୍ତରୁ ଜାଣିବାକୁ ପାଇଥିବା ପୁଲିସ ସୂଚନା ଦେଇଛି I

ଗତକାଲି ଘଟଣାସ୍ଥଳକୁ ଅଭିଯୁକ୍ତମାନଙ୍କୁ ନେଇ ସିନ ରିକ୍ରିଏସନ ପରେ ସିଙ୍ଗୁରୁଙ୍କୁ କିପରି ହତ୍ୟାକରାଯାଇଥିଲା ପୁଲିସ ଜାଣିବାକୁ ପାଇଥିଲା I ଆସାମୀମାନଙ୍କୁପଚରା ଉଚରା କରିବା ପରେ ହତ୍ୟା କରିଥିବା ନେଇ ପୁଲିସ ନିକଟରେ ତିନି ଅଭିଯୁକ୍ତ ସ୍ଵୀକାର କରିଥିବା କୋରାପୁଟ ଅତିରିକ୍ତ ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ I ସିଙ୍ଗୁରୁଙ୍କ ସମ୍ପର୍କୀୟ କେତୁ ତାଡିଙ୍ଗି, ମାସୁରୁ ତାଡିଙ୍ଗି ଓ କମିଟି ତାଡିଙ୍ଗି ହତ୍ୟା କରିଥିବା ନେଇ ପୁଲିସ ନିକଟରେ ସ୍ଵୀକାର କରିଛନ୍ତି। ଗିରଫ ପରେ ସେମାନଙ୍କୁ ଗତକାଲି କୋର୍ଟ ଚାଲାଣ କରାଯାଉଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ କୋରାପୁଟ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମନୋବ୍ରତା ଶତପଥୀ। ସାମ୍ବାଦିକ ସମ୍ମିଳନୀରେ ନାରାୟପାଟଣା ଥାନା ଅଧିକାରୀ ପ୍ରମୋଦ ନାୟକ ଓ ଲକ୍ଷ୍ମୀପୁର ଆଇଆଇସି ସୁଜ୍ଞାନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।