ବୋରିଗୁମ୍ମା: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଚମ୍ପିଆ ପଂଚାୟତର ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର (ଏଡିଇଓ) ଏସ୍. ପାର୍ଥସାରଥୀ ବିଶୋୟୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଶ୍ରୀ ବିଶୋୟୀଙ୍କ ୭ଟି ଠିକଣାରେ ଜୟପୁର ଭିଜିଲାନ୍ସ ଟିମ୍‌ ଚଢ଼ାଉ ଜାରି ରଖିଥିବା ବେଳେ ଅପରାହ୍‌ଣ ସୁଦ୍ଧା ଏକ ତିନି ମହଲା କୋଠା, ୧୫ଟି ପ୍ଲଟ୍‌, ଏକ କାଜୁ ପ୍ରଶସ୍ତୀକରଣ କାରଖାନା, ଯାହାକି ୮୫୦୦ ବର୍ଗଫୁଟ୍‌ରେ ବ୍ୟାପିଛି, ୨୮୫ଗ୍ରାମ୍‌ ସୁନା, ନଗଦ ୨ଲକ୍ଷ ୪୫ ହଜାର, ୨ଟି କଂକ୍ରିଟ୍‌ ମିକ୍ଚର ମେସିନ୍‌, ୨ଟି ଧାନକଟା ମେସିନ, ୩ଟି ଟ୍ରାକ୍ଟର, ଗୋଟିଏ ପାଣି ଟ୍ୟାଙ୍କର, ଗୋଟିଏ ବୋଲେରୋ ଠାବ ହୋଇଛି। ଭିଜିଲାନ୍ସ ଟିମ୍‌ ତଦନ୍ତ ଜାରି ରଖିଥିବା ବେଳେ ଶ୍ରୀ ବିଶୋୟୀଙ୍କର ଆହୁରି ସ୍ଥାବର-ଅସ୍ଥାବର ସଂପତ୍ତି ଥିବା ଆଶଙ୍କା କରାଯାଉଛି।  

Advertisment

ଏଡିଇଓ ଏସ୍. ପାର୍ଥସାରଥୀ ବିଶୋୟୀଙ୍କ ସ୍ଥାବର ଓ ଅସ୍ଥାବର ସଂପତ୍ତି ଦେଖି ଭିଜିଲାନ୍ସ ଟିମ୍ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଶ୍ରୀ ବିଶୋୟୀ ସରକାରୀ ଚାକିରି ସିନା କରୁଥିଲେ ସେ ଚାରିଆଡୁ ଟଙ୍କା ରୋଜଗାର କରୁଥିଲେ। ଚାଷ, ଠିକା, ଶିଳ୍ପ ପ୍ରଭୁତି ଉତ୍ସରୁ ତାଙ୍କୁ ଟଙ୍କା ମିଳୁଥିଲା। ଜଣେ ତୃତୀୟ ଶ୍ରେଣୀର କର୍ମଚାରୀଙ୍କ ପାଖରେ ଯଦି ଏତିକି ସଂପତ୍ତି ରହୁଛି। ଦୁର୍ନୀତିରେ ବୁଡ଼ି ରହୁଥିବା ଅଧିକାରୀଙ୍କ ପାଖରେ କେତେ କ’ଣ ନଥିବ।

ଏସ୍‌. ପାର୍ଥସାରଥୀ, ତାଙ୍କ ପରିବାରଙ୍କ ସଂପତ୍ତି

  • ବୋରିଗୁମାର ପାଇଲୋସାହିରେ ୪୫୦୦ବର୍ଗଫୁଟ୍‌ର ୩ମହଲା କୋଠା
  • ଚମ୍ପିଆ ଗ୍ରାମରେ ୨୪୦୦ ବର୍ଗଫୁଟର କୋଠା 
  • ଚମ୍ପିଆରେ ଅନ୍ୟ ଏକ କୋଠା
  •  ଚମ୍ପିଆରେ ୮୬୬୧ ବର୍ଗଫୁଟର ସାଈକ୍ରିଷ୍ଣା ଏଣ୍ଟରପ୍ରାଇଜେସ କାଜୁ ପ୍ରଶସ୍ତୀକରଣ କାରଖାନା
  •  ନବରଂଗପୁର ଜିଲ୍ଲା ଚମ୍ପିଆ, ବୋରିଗୁମା ଓ ଗାନ୍ଧିନଗର ୧୫ଟି ପ୍ଲଟ୍‌   
  • ନଗଦ ୨,୪୫,୦୦୦ ଟଙ୍କା 
  • ୨୮୫ଗ୍ରାମ୍‌ ସୁନା, ୭୦୬ ଗ୍ରାମ ରୁପା 
  • ମିକ୍ସଚର ମେସିନ ୨ଟା, ଧାନକଟା ମେସିନ ୨ଟା, ଟ୍ରାକ୍ଟର ୩ଟା, ପାଣି ଟ୍ୟାଙ୍କର ଗୋଟିଏ
  • ବୋଲେରୋ ଗୋଟିଏ, ବାଇକ୍‌ ୩ଟା 
  • ବ୍ୟାଙ୍କ, ପୋଷ୍ଟାଲ ବୀମା ଟିପୋଜିଟ ଆଦି 

publive-image

ଏସ୍. ପାର୍ଥସାରଥୀ ବିଶୋୟୀଙ୍କ କୋରାପୁଟ ଜିଲ୍ଲା ବୋରିଗୁମା ଥାନା ଅନ୍ତର୍ଗତ ଚମ୍ପିଆ ଗ୍ରାମରେ ଥିବା ପୈତୃକ ଘର, ତାଙ୍କ ଦ୍ବାରା ନିର୍ମିତ ଘର, ତାଙ୍କ ଭାଇଙ୍କ ଘର, ତାଙ୍କ ସମ୍ପର୍କୀୟଙ୍କ ଘର, ତାଙ୍କର କାଜୁ ପ୍ରୋସେସିଂ ୟୁନିଟ୍  ସାଇ କୃଷ୍ଣ ଏଣ୍ଟରପ୍ରାଇଜେସ୍ ଅଫ୍  ବୋରିଗୁମାରେ ଅବସ୍ଥିତ ଶ୍ରୀ ବିଶୋୟୀଙ୍କ ତିନି ମହଲା କୋଠା ଓ କୋଟପାଡ ବ୍ଲକ ଅନ୍ତର୍ଗତ ବତାସନା ପଂଚାୟତରେ ଅବସ୍ଥିତ ତାଙ୍କର କାର୍ଯ୍ୟାଳୟ ପ୍ରକୋଷ୍ଠ ଆଦିରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରୁଛି। ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ଜୟପୁରଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ୨ ଜଣ ଅତିରିକ୍ତ ଏସପି, ୪ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର, ୬ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ଘର ଚଢ଼ାଉ କରାଯାଉଛି।