ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସୁନ୍ଦରଗଡ଼ ଜିଲ୍ଲାରେ ମାଓ କାର୍ଯ୍ୟକଳାପରେ ଆଖିଦୃଶିଆ ହ୍ରାସ ଘଟିଥିଲେ ମଧ୍ୟ ସଂପୂର୍ଣ୍ଣ ଲୋପ ପାଇନଥିଲା। ତଥାପି ୨୦୨୫ କ୍ୟାଲେଣ୍ଡର୍‌ ବର୍ଷ ଆରମ୍ଭରୁ ଏଠାରେ ଥିବା କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆର୍‌ପିଏଫ୍‌) ୧୯ ବାଟାଲିଅନକୁ ନୂଆପଡ଼ାକୁ ସ୍ଥାନାନ୍ତର କରିଦିଆଯାଇଥିଲା। ଗତ ମାର୍ଚ୍ଚ ଶେଷ ସୁଦ୍ଧା ସମସ୍ତ ୮ଟି କମ୍ପାନି ସହ ମୁଖ୍ୟାଳୟ ସ୍ଥାନାନ୍ତର ହୋଇଯାଇଥିଲା। ଝାଡ଼ଖଣ୍ଡ ପଟୁ ନକ୍ସଲଙ୍କ ଅନୁପ୍ରବେଶ ଆଶଙ୍କା ଥିବାରୁ ମୁଖ୍ୟାଳୟ ସ୍ଥାନାନ୍ତରକୁ ନେଇ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଏବେ ସୀମାନ୍ତରେ ପୁଣି ମାଓ ଉପସ୍ଥିତି ପରିଲକ୍ଷିତ ହେବାରୁ ସିଆର୍‌ପିଏଫ୍‌-୧୯ ବାଟାଲିଅନ୍‌ର ୩ଟି କମ୍ପାନିର ଘରବାହୁଡ଼ା ହୋଇଛି। ଏହି ୩ଟି କମ୍ପାନି ସୀମା ସୁରକ୍ଷାରେ ମୁତୟନ ରହିବେ।

Advertisment

ଗତ ଅଗଷ୍ଟ ମାସରୁ ସିଆର୍‌ପିଏଫ୍‌ ଯବାନ ସୁନ୍ଦରଗଡ଼କୁ ଫେରିଛନ୍ତି। ଗତ ଅଗଷ୍ଟ ୨୯ ତାରିଖରେ ସିଆର୍‌ପିଏଫ୍‌-୧୯ ବାଟାଲିଅନ୍‌ର ଏ’ କମ୍ପାନି ଜାମୁଡ଼ିହିକୁ ‌ଫେରିଛନ୍ତି। ସେହିଭଳି ଜି’ କମ୍ପାନି ଗତ ୧ ତାରିଖରେ କେ.ବଲାଙ୍ଗ କ୍ୟାମ୍ପ୍‌କୁ ଫେରିଥଇବାବେଳେ ଆଜି (ଗୁରୁବାର) ଏ’ କମ୍ପାନି ଚାନ୍ଦିପୋଷକୁ ଫେରିଛି। ଆଗାମୀ ଦିନରେ ଚାନ୍ଦିପୋଷରେ ଅବସ୍ଥିତ କମ୍ପାନି ସୀମାନ୍ତ ମତକମ୍‌ଝରଣରେ ମୁତୟନ ହେବେ। ଉଲ୍ଲେଖଯୋଗ୍ୟ, ଦିନଥିଲା ଜିଲ୍ଲାରେ ନକ୍ସଲ ବେଶ୍‌ ସକ୍ରିୟ ଥିଲେ। ବି‌ଶେଷକରି ବଣାଇଁ ଉପଖଣ୍ଡ ଅନ୍ତର୍ଗତ ୬ଟି ପୁଲିସ ଥାନା ସମେତ ବିଶ୍ରା, ଲାଠିକଟା ସୀମାବର୍ତ୍ତୀ ଅଞ୍ଚଳ ଏବଂ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲା ସଂଲଗ୍ନ ସରଣ୍ଡା ଜଙ୍ଗଲରେ ନକ୍ସଲଙ୍କ ପ୍ରାଦୁର୍ଭାବ ରହିଥିଲା। ୮୨୦ ବର୍ଗ କିଲୋମିଟରରେ ବିସ୍ତୃତ ସରଣ୍ଡା ଜଙ୍ଗଲ ନକ୍ସଲ ସଂଗଠନର ସ୍ଥାୟୀ ଠିକଣା ପାଲଟିଥିଲା। ଏଣୁ ମାଓ କାର୍ଯ୍ୟକଳାପ ଦମନ ଉଦ୍ଦେଶ୍ୟରେ ୨୦୦୮ ମସିହାରେ ରାଉରକେଲାରେ ସିଆର୍‌ପିଏଫ୍‌-୧୯ ବାଟାଲିଅନ ସ୍ଥାପନ କରାଯାଇଥିଲା। ‌ବାଟାଲିଅନ୍‌ର ୮ଟି କମ୍ପାନି ମଧ୍ୟରୁ ଗୋଟିଏ ମୁଖ୍ୟାଳୟରେ ରିଜର୍ଭ ରହୁଥିବାବେଳେ ଅବଶିଷ୍ଟ ୭ଟି କମ୍ପାନି ମାଓପ୍ରଭାବିତ ଅଞ୍ଚଳ, ଯଥା-ଲାଠିକଟା, କାଲଟା, ବିଶ୍ରା, ଗୁରୁଣ୍ଡିଆ, ଜାମୁଡ଼ିହି, କେ.ବଲାଙ୍ଗ ଓ ଚାନ୍ଦିପୋଷରେ ମୁତୟନ ଥିଲେ। ଏହାଦ୍ବାରା ବହୁମାତ୍ରାରେ ଉଦ୍ଦେଶ୍ୟ ସାଧିତ ହୋଇଥିଲା; କିନ୍ତୁ ନିୟମିତ ବ୍ୟବଧାନରେ ମାଓ କାର୍ଯ୍ୟକଳାପ ଲୋକଲୋଚନକୁ ଆସୁଥିଲା। କିନ୍ତୁ ଏହାକୁ ଅଣଦେଖାକରି ସିଆର୍‌ପିଏଫ୍‌ ୧୯ ବାଟାଲିଅନକୁ ସ୍ଥାନାନ୍ତର କରାଯାଇଥିଲା। ଅପରପକ୍ଷରେ ଗତ ମେ’ ମାସରେ ସଂଘଟିତ ଘଟଣା, ପୁଣିଥରେ ନକ୍ସଲ ଜିଲ୍ଲାରେ ବଳ ଗୋଟାଉଥିବା ସ୍ପଷ୍ଟ ହୋଇଥିଲା। ଗତ ମେ’ ୨୭ ତାରିଖ ପୂର୍ବାହ୍ନ ପ୍ରାୟ ୧୦ଟା। ରାଉରକେଲାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଅବସ୍ଥିତ ଏକ ଦୁର୍ଗମ ଜଙ୍ଗଲ ଅଞ୍ଚଳରୁ ସନ୍ଦିଗ୍ଧ ମାଓବାଦୀମାନେ ବିସ୍ଫୋରକ ଭର୍ତ୍ତି ଏକ ଟ୍ରକ୍‌ ଲୁଟି ନେଇଥିଲେ। ଏକ ଟ୍ରକ୍‌ରେ ବିସ୍ଫୋରକ ବଡ଼ଗାଁରୁ କେ.ବଲାଙ୍ଗ ପୁଲିସ ଥାନା ଅନ୍ତର୍ଗତ ବାଙ୍କୋରେ ଥିବା ଏକ ପଥର ଖଣିକୁ ପରିବହନ ହେଉଥିଲା। ପ୍ରାୟ ୮ ଜଣ ସଶସ୍ତ୍ର ନକ୍ସଲ ଟ୍ରକ୍‌କୁ ଅପହରଣ କରି ନିକଟସ୍ଥ ଜଙ୍ଗଲକୁ ନେବାସହ ସେଠାରେ ବିସ୍ଫୋରକ ପ୍ୟାକେଟଗୁଡ଼ିକୁ ନେଇ ଫେରାର ହୋଇଯାଇଥିଲେ। ଏହି ଘଟଣା ସମଗ୍ର ଦେଶରେ ଚହଳ ପକାଇବାସହ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ନକ୍ସଲଙ୍କ ଉପସ୍ଥିତିକୁ ଆନୁଷ୍ଠାନିକ ମୋହର ମାରିଥିଲା। ସଂପ୍ରତି, ଦେଶରେ ମାଓଦମନ ଅଭିଯାନ ବ୍ୟାପକ ହୋଇଥିବାରୁ ଏହି ଅଞ୍ଚଳକୁ ମଧ୍ୟ ନକ୍ସଲମୁକ୍ତ କରିବାକୁ ପୁନର୍ବାର ସିଆର୍‌ପିଏଫ୍‌ଙ୍କୁ ଫେରାଇ ଅଣାଯାଇଛି।