ପିପିଲି: ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ସାନକଣ୍ଟି ଗ୍ରାମରେ ଜଣେ ବିବାହିତ ଯୁବକକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛିl ଏହି ଘଟଣାରେ ପିପିଲି ପୁଲିସ ଜଣେ ମହିଳା ଓ ୨ ଜଣ ପୁରୁଷଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛିl ମୃତକ ହେଲେ ସାନକଣ୍ଟି ଗ୍ରାମର ବବୁଲ୍ ପାଇକରାୟ (୨୬) l

Advertisment

ରବିବାର ରାତିରେ ବବଲୁକୁ ଫୋନ କରି ଅଭିଯୁକ୍ତ ପରିବାର ଘରକୁ ଡାକିଥିଲେl ପରେ ରାତି ଗୋଟାଏ ରେ ତାଙ୍କ ମୃତଦେହକୁ ନିକଟବର୍ତ୍ତୀ କେନାଲ ବନ୍ଧର ଏକ ମଣ୍ଡପ ନିକଟରେ ପରିବାର ଲୋକେ ଖୋଜି ପାଇବା ପରେ ଡାକ୍ତରଖାନା ନେଇଥିଲେl ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ l ପୂର୍ବ ବିବାଦକୁ ନେଇ ବବଲୁକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛିl