ମାଲକାନଗିରି: ଛତିଶଗଡ଼ରେ ନକ୍ସଲ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଗୁଳିବିନିମୟ ପୁଣି ଚାଲିଛି। ସୂଚନା ମୁତାବକ, ବିଜାପୁରର ମାଡେୟାର ପୁଲିସ ଷ୍ଟେସନ ଅନ୍ତର୍ଗତ ବାନ୍ଦେପାରା ଏବଂ କୋରାନଜେଡ ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ନକ୍ସଲ ମଧ୍ୟରେ ଚାଲିଥିବା ଗୁଳିବିନିମୟରେ ୩ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ପ୍ରକାଶ ଥାଉକି ବାନ୍ଦେପାରା-କୋରାନଜେଦ୍ ଜଙ୍ଗଲରେ ନକ୍ସଲମାନଙ୍କ ଉପସ୍ଥିତି ବିଷୟରେ ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ଘଟଣାସ୍ଥଳକୁ ସୁରକ୍ଷା ବାହିନୀକୁ ପଠାଯାଇଥିଲା।
ଜଙ୍ଗଲରେ ସର୍ଚ୍ଚ ଅପେରେସନ ବେଳେ ରବିବାର ସକାଳେ ଜଙ୍ଗଲରେ ଯବାନମାନେ ପହଞ୍ଚିବା ମାତ୍ରେ ନକ୍ସଲମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଯବାନମାନେ ମଧ୍ୟ ଆଗକୁ ଯାଇ ନକ୍ସଲମାନଙ୍କ ଗୁଳିରେ ଜବାବ ଦେଇଥିଲେ। ଉଭୟ ପାର୍ଶ୍ୱରୁ ଗୁଳି ବିନିମୟରେ ୩ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। କୁହାଯାଉଛି ଯେ ଉଭୟ ପାର୍ଶ୍ୱରୁ ରହି ରହି ଗୁଳି ବିନିମୟ ହେଉଛି। ହତ୍ୟା କରାଯାଇଥିବା ନକ୍ସଲମାନଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶା କରାଯାଉଛି। ତେବେ ନକ୍ସଲମାନଙ୍କ ହତ୍ୟାକୁ ନେଇ ପୁଲିସ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହାନ୍ତି।
ଜଙ୍ଗଲରେ ସର୍ଚ୍ଚ ଅପେରେସନ ବେଳେ ରବିବାର ସକାଳେ ଜଙ୍ଗଲରେ ସେମାନେ ପହଞ୍ଚିବା ମାତ୍ରେ ନକ୍ସଲମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଯବାନମାନେ ମଧ୍ୟ ଆଗକୁ ଯାଇ ନକ୍ସଲମାନଙ୍କ ଗୁଳିରେ ଜବାବ ଦେଇଥିଲେ। ଉଭୟ ପାର୍ଶ୍ୱରୁ ଗୁଳି ବିନିମୟରେ ୩ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।
କୁହାଯାଉଛି ଯେ ଉଭୟ ପାର୍ଶ୍ୱରୁ ରହି ରହି ଗୁଳି ବିନିମୟ ହେଉଛି। ହତ୍ୟା କରାଯାଇଥିବା ନକ୍ସଲମାନଙ୍କ ସଂଖ୍ୟା ଆହୁରି ବଢିପରେ ବୋଲି ଆଶା କରାଯାଉଛି। ତେବେ ନକ୍ସଲମାନଙ୍କ ହତ୍ୟାକୁ ନେଇ ପୁଲିସ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/01/12/fDaGNo8TE7rCLYuSbyJ8.jpg)