ରାଉରକେଲା: ବେଦବ୍ୟାସ ମେଳା ଦେଖି ଫେରୁଥିବାବେଳେ ଅଜଣା ଗାଡ଼ି ଧକ୍କାରେ ତିନିଜଣଙ୍କ ମୃତ୍ୟୁ ଘଟିଛି l ଗତକାଲି ରାତି ପ୍ରାୟ ୧୨ଟାରେ ଏହି ଅଘଟଣ ଘଟିଛି l ତେବେ ପୁଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।
ପ୍ରସିଦ୍ଧ ବେଦବ୍ୟାସ ମେଳା ବୁଲି ଘରେ ପହଞ୍ଚି ପାରିଲେନି ତିନି ସାଙ୍ଗ l ଘରଠୁ ମାତ୍ର କେଇ କିମି ଦୂରରେ ଅଜଣା ଗାଡ଼ି ଧକ୍କାରେ ଚାଲିଯାଇଛି ସମସ୍ତଙ୍କ ଜୀବନ l ଗତକାଲି ରାତି ପ୍ରାୟ ସାଢେ ୧୧ଟାରେ ଏମିତି ଅଘଟଣ ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ୧୪୩ ନମ୍ବର ଜାତୀୟ ରାଜପଥର ଦମଦାପଡା ନର୍ସରୀ ନିକଟରେ l ଏକ ଅଜଣା ଗାଡ଼ି ବାଇକକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଦୁଇଜଣ ଓ ଡାକ୍ତରଖାନାରେ ଜଣଙ୍କର ମୃତ୍ୟୁ ହୋଇଛି l ମୃତକ ହେଲେ ବୀରମିତ୍ରପୁର ଘାସିଟୋଲାର ଦିଲୀପ ସମାସୀ, ସହରେଇ ଲାକ୍ରା ଓ ତୁରିଟୋଲୀର ଅଞ୍ଜଳି କୁସୁମ l ବୀରମିତ୍ରପୁର ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି l ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି l ଏହି ଦୁଃଖଦ ଘଟଣାକୁ ନେଇ ବୀରମିତ୍ରପୁର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l
ପ୍ରସିଦ୍ଧ ବେଦବ୍ୟାସ ମେଳା ବୁଲି ଘରେ ପହଞ୍ଚି ପାରିଲେନି ତିନି ସାଙ୍ଗ l ଘରଠୁ ମାତ୍ର କେଇ କିମି ଦୂରରେ ଅଜଣା ଗାଡ଼ି ଧକ୍କାରେ ଚାଲିଯାଇଛି ସମସ୍ତଙ୍କ ଜୀବନ l ଗତକାଲି ରାତି ପ୍ରାୟ ସାଢେ ୧୧ଟାରେ ଏମିତି ଅଘଟଣ ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ୧୪୩ ନମ୍ବର ଜାତୀୟ ରାଜପଥର ଦମଦାପଡା ନର୍ସରୀ ନିକଟରେ l ଏକ ଅଜଣା ଗାଡ଼ି ବାଇକକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଦୁଇଜଣ ଓ ଡାକ୍ତରଖାନାରେ ଜଣଙ୍କର ମୃତ୍ୟୁ ହୋଇଛି l ମୃତକ ହେଲେ ବୀରମିତ୍ରପୁର ଘାସିଟୋଲାର ଦିଲୀପ ସମାସୀ, ସହରେଇ ଲାକ୍ରା ଓ ତୁରିଟୋଲୀର ଅଞ୍ଜଳି କୁସୁମ l
ବୀରମିତ୍ରପୁର ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି l ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି l ଏହି ଦୁଃଖଦ ଘଟଣାକୁ ନେଇ ବୀରମିତ୍ରପୁର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l
ମିଳିଥିବା ସୂଚନା ମୁତାବକ, ତିନି ମୃତକ ଦିନ ମଜୁରିଆ ଭାବେ କାମ କରନ୍ତି l ଗତକାଲି ଶନିବାର ଥିବାରୁ ଦୁଇ ଯୁବକଙ୍କ ସହ ଯୁବତୀ ଏକ କାଳୀନ ଛଅ ଦିନର ମଜୁରୀ ପାଇଥିଲେ l ସନ୍ଧ୍ୟାରେ ବେଦବ୍ୟାସ ମେଳା ବୁଲିବାକୁ ଗୋଟିଏ ବାଇକରେ ଘରୁ ବାହାରିଥିଲେ l ତିନି ସାଙ୍ଗ ମେଳାର ବେଶ ମଜା ଉଠାଇଥିଲେ l ରାତି ପ୍ରାୟ ୧୧ଟାରେ ବେଦବ୍ୟାସରୁ ଘରକୁ ବାହାରି ଥିଲେ l ଦାମଦାପଡା ନିକଟରେ ବୀରମିତ୍ରପୁରରୁ ରାଉରକେଲା ଯାଉଥିବା ଅଜଣା ଗାଡ଼ି ଏମାନଙ୍କ ବାଇକକୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା l