ବାଲିପାଟଣା: କିଛି ଦିନ ହେଲା ରାଜଧାନୀ ଉପକଣ୍ଠ ବାଲିପାଟଣାରେ ପାଗଳ ମାଙ୍କଡ଼ ଆତଙ୍କ ଖେଳାଇଛି | ମାଙ୍କଡ଼ କାମୁଡାରେ ବହୁ ଲୋକ ଲହୁଲୁହାଣ ହୋଇ ଗୁରୁତର ହେଲେଣି | ସ୍ଥାନୀୟ ଅଞ୍ଚଳରେ ମାଙ୍କଡ଼ ଆତଙ୍କ ଖେଳି ଯାଇଛି | ଲୋକେ ଘରେ ତାଟି କବାଟ ବନ୍ଦ ରଖୁଛନ୍ତି | ମାଙ୍କଡ଼ ମଣିଷଙ୍କ କଙ୍କାଳକୁ ଅଧିକ ଟାର୍ଗେଟ କରି କାମୁଡୁଥିବା ଦେଖା ଯାଇଛି | ୩ ଜଣଙ୍କ କଙ୍କାଳ କ୍ଷତବିକ୍ଷତ ହେଲାଣି | ୨ ଦିନ ତଳେ ମାଙ୍କଡ଼ କାମୁଡ଼ାରେ ବାଲିପାଟଣା ସରସ୍ୱତୀ ଶିଶୁ ମନ୍ଦିରର ଗୁରୁଜୀ ମନୋଜ କୁମାର ସାହୁ(୫୨) ଗୁରୁତର ହୋଇଥିଲେ | ବୁଦ୍ଧନାଥ ହାଇସ୍କୁଲ ଖେଳ ପଡ଼ିଆ ଠାରେ ହଠାତ ଏକ ଗେଧ ମାଙ୍କଡ଼ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା | ମନୋଜଙ୍କ ଶରୀରର ୪ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି | ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିଲା | 

Advertisment

ସେହିପରି ଆଜି ସକାଳୁ ମାଙ୍କଡ଼ ଆହୁରି ଅଧିକ ହିଂସ୍ର ହୋଇ ପଡିଛି | ଯାହାକୁ ସାମ୍ନାରେ ପାଇଲା କାମୁଡି ପୁଳା ପୁଳା ମାଂସ ଛିଣ୍ଡେଇ ଦେଉଛି | ସକାଳୁ ସକାଳୁ ସେହି ହାଇସ୍କୁଲ ଖେଳ ପଡ଼ିଆ ନିକଟରେ ଜଣେ ଅବସରପ୍ରାପ୍ତ ବ୍ଲକ କର୍ମଚାରୀ ବୃଦ୍ଧଙ୍କୁ ମାଙ୍କଡ଼ ଆକ୍ରମଣ କରି ଗୁରୁତର କରିଛି |


ସେହିପରି ଆଜି ସକାଳୁ ମାଙ୍କଡ଼ ଆହୁରି ଅଧିକ ହିଂସ୍ର ହୋଇ ପଡିଛି | ଯାହାକୁ ସାମ୍ନାରେ ପାଇଲା କାମୁଡି ପୁଳା ପୁଳା ମାଂସ ଛିଣ୍ଡେଇ ଦେଉଛି | ସକାଳୁ ସକାଳୁ ସେହି ହାଇସ୍କୁଲ ଖେଳ ପଡ଼ିଆ ନିକଟରେ ଜଣେ ଅବସରପ୍ରାପ୍ତ ବ୍ଲକ କର୍ମଚାରୀ ବୃଦ୍ଧଙ୍କୁ ମାଙ୍କଡ଼ ଆକ୍ରମଣ କରି ଗୁରୁତର କରିଛି | ସେହିପରି ଗିରିଙ୍ଗ ମହାନ୍ତି ସାହି ନିକଟରେ ସ୍ଥାନୀୟ ଗ୍ରାମର ପ୍ରସନ୍ନ ଭୋଇ ( ବୁଟୁ ) ଏବଂ ବସନ୍ତ ନାୟକ (ଗାଣ୍ଡୁ )ଙ୍କୁ ମାଙ୍କଡ଼ କାମୁଡି ଅତି ଗୁରୁତର କରିଛି |

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମାଙ୍କଡ଼ ଗତିଵିଧି ଲକ୍ଷ କରିବାକୁ ଆସିଥିବା ୨ ବନ କର୍ମଚାରୀଙ୍କ ସାମ୍ନାରେ ପ୍ରସନ୍ନ ଓ ବସନ୍ତଙ୍କୁ ଗଡେଇ ତଡେଇ କାମୁଡିଛି | ୨ ବ୍ୟକ୍ତି ଚିତ୍କାର କରୁଥିବା ବେଳେ ପାଖକୁ ଯିବାକୁ ସେମାନେ ସାହସ କରି ନ ଥିବା ଚର୍ଚ୍ଚାର ବିଷୟ ପାଲଟିଛି। ସେମାନଙ୍କ ଶରୀର ହାତ , ଗୋଡ଼ , କଙ୍କାଳ , ପେଟ ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି | ସମସ୍ତ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠା ଯାଇଛି | ଆଖପାଖ ଗାଁରେ କୋକୁଆ ଭୟ ଖେଳି ଯାଇଛି | 

ଏ ସମ୍ପର୍କରେ ବାଲିପାଟଣା ବନଖଣ୍ଡ ଅଧିକାରୀ ମାଙ୍କଡ଼କୁ ଯଥାଶୀଘ୍ର ନିସ୍ତେଜକ ଦେଇ କାବୁ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ | ଘଟଣାକୁ ଅଣଦେଖା କରି ଆଜି ୨ ବନ କର୍ମଚାରୀ ଗତିବିଧି ନଜର କରିବେ ବୋଲି ଆସିଛନ୍ତି | ହେଲେ ମାଙ୍କଡ଼କୁ ଧରିବାରେ ବନ ବିଭାଗ ଏବେ ବି ବିଫଳ ହୋଇଛି |