ବୈପାରିଗୁଡ଼ା: କୋରାପୁଟଜିଲ୍ଲା ବୈପାରିଗୁଡ଼ାସ୍ଥିତ ପ୍ରସିଦ୍ଧ ବୀରଖମ୍ବ ମନ୍ଦିରରେ ଆଜି ମହୁମାଛି ଆକ୍ରମଣରେ ୩୦ ରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ବୈପାରିଗୁଡା ବ୍ଲକ ଅନ୍ତର୍ଗତ ସଦର ପଞ୍ଚାୟତର କେନ୍ଦୁପଡା ଜଙ୍ଗଲ ଭିତରେ ବୀରଖମ୍ବ ମନ୍ଦିର ଅଛି ଏବଂ ଏଠାରେ ସପ୍ତାହରେ ଦୁଇ ଦିନ ଅର୍ଥାତ୍ ମଙ୍ଗଳବାର ଏବଂ ଶୁକ୍ରବାର ଦିନ ପୂଜାର୍ଚ୍ଚନା ହୋଇଥାଏ। ଏହି ପୂଜାରେ ଜିଲ୍ଲା ତଥା ରାଜ୍ୟ ବାହାରରୁ ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥାନ୍ତି।
ଘଟଣା ଅନୁଯାୟୀ, ଆଜି ମଙ୍ଗଳବାର ହୋଇଥିବାରୁ ବୀରଖମ୍ବ ମନ୍ଦିରରେ ଶହଶହ ଭକ୍ତଙ୍କ ଭିଡ଼ ଜମିଥିଲା। ଜଙ୍ଗଲ ଭିତରେ ଅବସ୍ଥିତ ମନ୍ଦିରରେ ପୂଜା ଚାଲିଥିବା ବେଳେ ହଠାତ ମହୁମାଛି ଭକ୍ତମାନଙ୍କ ଉପରେ ଆକ୍ରମଣ କରିଥିଲେ। ଫଳରେ ଭକ୍ତମାନେ ଜଙ୍ଗଲ ଭିତରେ ଜୀବନ ବିକଳରେ ଏଣେତେଣେ ଦୌଡ଼ିବାରେ ଲାଗିଥିଲେ। ମହୁମାଛି ଆକ୍ରମଣରେ ବହୁ ଶ୍ରଦ୍ଧାଳୁ ଆହତ ହୋଇଥିବା ନେଇ ଆମ୍ବୁଲାନ୍ସକୁ ଫୋନ୍ ଯୋଗେ ଖବର ଦିଆଯାଇଥିଲା।
/sambad/media/media_files/2025/04/15/d1535aa2-086e-4343-8b1d-a5800b8e6635-583436.jpg)
ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା। ତୁରନ୍ତ ଆହତମାନଙ୍କୁ ବୈପାରିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପୂଜକଙ୍କ ସମେତ ୧୨ ଜଣ ଆହତଙ୍କୁ ବୈପାରିଗୁଡ଼ା ମେଡିକାଲକୁ ଅଣାଯାଇଥିଲା। ଚିକିତ୍ସା ଚାଲିଥିବା ବେଳେ ମନ୍ଦିର ପୂଜକ କୃଷ୍ଣ ନାୟକ ଏବଂ ନବରଙ୍ଗପୁରର ୧୫ ବର୍ଷର ନାବାଳକ ଅଶ୍ୱିନୀ ପଟ୍ଟନାୟକଙ୍କ ହାତ ଏବଂ ମୁହଁରେ ମହୁମାଛି ଆକ୍ରମଣ କରିଥିବା ବେଳେ ମନ୍ଦିର ପୂଜକଙ୍କୁ ମଧ୍ୟ ମୁହଁ ଏବଂ ପିଠିରେ ଆକ୍ରମଣ କରିଥିବା ଜଣାପଡ଼ିଛି। ଦୁହିଁଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ଜଯପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।
Koraput
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/04/15/7ee5d36d-26ff-4382-88f7-9e5cf1fe2c14-391541.jpg)