ଭୁବନେଶ୍ବର: ବଙ୍ଗୋପସାଗରରୁ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଦାନା’ ଅକ୍ଟୋବର ୨୪-୨୫ ମଧ୍ୟ ରାତ୍ରିରେ ଓଡ଼ିଶା ଉପକୂଳରେ ଥିବା ଭିତରକନିକାର ହବାଳିଖଟି ଠାରେ ସ୍ଥଳଭାଗ ସ୍ପର୍ଶ କରିଛି। ବାତ୍ୟା ଯୋଗୁଁ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି। ୬୨୦୦ ବାତ୍ୟା ଆଶ୍ରୟସ୍ଥଳୀରେ ୮ ଲକ୍ଷରୁ ଅଧିକ ଲୋକ ଥିଲେ। ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ନିଜନିଜ ଘରକୁ ଫେରିଥିବା ବେଳେ ଏବେବି ୪୭୦ଟି ଆଶ୍ରୟସ୍ଥଳରେ ୩୦,୦୦୦ ଲୋକ ଅଛନ୍ତି। ଏହାର କାରଣ ହେଲା, ଅନେକ ଗାଁ ଏବେବି ବନ୍ୟାପାଣି ଘେରରେ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାତିରେ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। 

Advertisment

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଅପରାହ୍ଣରେ ବାତ୍ୟାଞ୍ଚଳକୁ ଆକାଶମାର୍ଗରୁ ବୁଲି ଦେଖିଲା ପରେ ରାତିରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବାତ୍ୟା ଓ ବନ୍ୟା ପରବର୍ତ୍ତୀ ଅବସ୍ଥା ନେଇ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି କହିଛନ୍ତି, ଶକ୍ତି ବିଭାଗର ଅଧିକ କ୍ଷତି ହୋଇଛି। ଏହାର ପୁନରୁଦ୍ଧାର ପାଇଁ ୭୦୦୦ରୁ ଅଧିକ କର୍ମଚାରୀ ନିୟୋଜିତ ଅଛନ୍ତି। ସେମାନେ ୯୮ ପ୍ରତିଶତ ପୁନରୁଦ୍ଧାର କାମ ସରିଛନ୍ତି। ବାକି କାମ ଖୁବ ଶୀଘ୍ର ସରିବ।

publive-image

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବାତ୍ୟା ପାଇଁ ୨୨,୮୪,୦୦୦ ଲୋକଙ୍କ ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା। ସେଥିରୁ ଏବେଯାଏଁ ୨୨, ୩୨,୦୦୦ ଉପଭୋଗକ୍ତାଙ୍କୁ ବଦ୍ୟୁତ ସଂଯୋଗ ଦିଆଯାଇ ସାରିଛି। ଆହୁରି ୫୦ ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଇ ଦିଆଯାଇପାରି ନାହିଁ। ଏହାର କାରଣ ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ବର ଜିଲ୍ଲାର ଅନେକ ସ୍ଥାନର ପାଣିଥିବାରୁ ପୁନରୁଦ୍ଧାର କାମରେ ଅସୁବିଧା ହୋଇଛି। ପାଣି ଭିତରେ ପଶି କେବୁଲ ତାର ବାହାରକୁ ଆଣିବା, ବିଦ୍ୟୁତ ପୋଲକୁ ଠିକ କରିବା କଠିନ କାମ ହେଉଛି। ଗାଁ ଲୋକେ ମଧ୍ୟ ସହଯୋଗ କରୁଛନ୍ତି। ଯେଉଁ ଗାଁମାନଙ୍କରେ ଜିନିଷପତ୍ର ଛିନ୍ନଛତ୍ର ହୋଇଛି, ତାହା ଚୋରି ହେଉ ନାହିଁ। ଲୋକଙ୍କର ମାନିସକିକାରେ ପରିବର୍ତ୍ତନ ହୋଇଛି। ଲୋକେ ଏହାକୁ ଆମର ସଂପତ୍ତି ଭାବୁଛନ୍ତି। 

କୃଷି କ୍ଷେତ୍ରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ୨,୭୧,୮୦୦ ଏକର ଚାଷ ଜମି କ୍ଷୟକ୍ଷତି ହୋଇଛି। ଜଳ ନିଷ୍ପାସନ ପରେ ପୁଣି ଥରେ କ୍ଷୟକ୍ଷତି ନେଇ ଆକଳନ କରାଯିବ। ସେହି ଆଧାରରେ ପରବର୍ତ୍ତୀ ସମୟରେ କ୍ଷୟକ୍ଷତି ପ୍ରଦାନ କରାଯିବ। 

-ମୋହନ ଚରଣ ମାଝୀ, ମୁଖ୍ୟମନ୍ତ୍ରୀ

 

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ବାତ୍ୟା ସମୟରେ ଡାକ୍ତର ଓ ସେମାନଙ୍କର ସହଯୋଗୀମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ। ବାତ୍ୟାଞ୍ଚଳରେ ମୋଟ୍ ୩୩୫ଟି ଡାକ୍ତରୀ ଦଳ ନିୟୋଜିତ ହୋଇଥିଲେ। ସେମାନେ ଦିନରାତି ଜଗି ରହିଥିଲେ। ସେମାନେ ସେମାନଙ୍କର ଦାୟିତ୍ବ ସୂଚାରୁ ରୁପେ ତୁଳାଇଥିଲେ। ବତ୍ୟା ପ୍ରଭାବିତ ଅଞ୍ଚଳରେ ଡାକ୍ତରଖାନା ଓ ମା’ ଗୃହରେ ୨୫୨୯ ଜଣ ଶିଶୁ ଜନ୍ମ ଗହଣ କରିଥିଲେ। ସେମାନେ ଏବେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। 

arial view1

ବାତ୍ୟା ପରବର୍ତ୍ତୀ ସମୟରେ ରାସ୍ତଗଡ଼ିକ ଅବରୋଧ ହୋଇଥିଲା। ଏନ୍ଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ କାମ କରି ଅବରୋଧ ହଟାଇଛନ୍ତି। ଏବେ ଆଉ କୌଣସି ଅସୁବିଧା ନାହିଁ। ବାତ୍ୟା ପରେ ବଡ଼ଧରଣର ବନ୍ୟାର ସମ୍ଭାବନ ଥଲା। ଶିମିଳିପାଳରୁ ଆସିଥିବା ବୁଢ଼ାବଳଙ୍ଗର ଜଳସ୍ତର ବୃଦ୍ଧି ପାଇଥିଲା। ଗତକାଲି  ତୁଳନାରେ ଆଜି ଜଳସ୍ତର ହ୍ରାସ ପାଇଛି। କିଛି ଲୋକଙ୍କର ଘର ଉପରେ ଗଛ ପଡ଼ିଥିଲା। ଅଗ୍ନିଶମ ବିଭାଗକୁ ୬୦୦୦ରୁ ଅଧିକ କଲ ଆସିଥିଲା। ଅଗ୍ନିଶମ ବିଭାଗ ତୁରନ୍ତ ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି।। ବାତ୍ୟା ପାଇଁ ରାଜ୍ୟ ସରକାର ଯେଉଁ କାମ କରିପାରିଛନ୍ତି, ଏଥିରେ କେନ୍ଦ୍ର ସରକାରଙ୍କ ବଡ଼ ଭୂମିକା ରହିଛି। କେନ୍ଦ୍ର ସରକାରଙ୍କ ଠାରୁ ଏନଡିଆରଫ ମାଗିଥିଲୁ। ସେମାନେ ଲୋକଙ୍କର ଧନଜୀବନ ବଞ୍ଚାଇବାରେ ବଡ଼ ଭୂମିକା ନିଭାଇଥିଲେ। ଏଥି ପାଇଁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି ବୋଲି ସେ କହିଛନ୍ତି।