ବୈଶିଙ୍ଗା: ଦୀର୍ଘ ଦିନ ଧରି ବେତନଟୀ ବ୍ଲକ ଅଧୀନ ବୈଶିଙ୍ଗା ଉପକଣ୍ଠ ପଦ୍ମନାଭପୁର ଅଞ୍ଚଳର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ସମ୍ପୃକ୍ତ ଅଗ୍ରଣୀ ଅନୁଷ୍ଠାନ ‘ସିଦ୍ଧିବିନାୟକ ଯୁବକ ସଂଘ’ ରବିବାର 'ସମ୍ବାଦ' ଆମ ଓଡିଶା, ମିଳିତ ସହଯୋଗରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରିଛି। ଏହି ଶିବିର ପଦ୍ମନାଭପୁର ସାମୁଦାୟିକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛିl ଯୁବକ ସଂଘରର ସଭାପତି ଶମ୍ଭୁନାଥ ସିଂ, ସମ୍ପାଦକ ସୁନ୍ଦର ସିଂ ଓ ଶତ୍ରୁଘନ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଉକ୍ତଦାନ ଶିବିରକୁ ବେତନଟୀ ଏସଡିପିଓ ମିନତୀ ବିଶ୍ୱାଳ ଉଦ୍ଘାଟନ କରିଥିଲେl
/sambad/media/media_files/2025/06/01/0de114f8-7b29-4f8d-ab6b-48ab0c8be236-321324.jpg)
ଅନ୍ୟମାନଙ୍କ ମଧ୍ୟରେ ସାମଜସେବୀ ସ୍ଥାନୀୟ ସରପଞ୍ଚ ବବିତା ସିଂ, ସମାଜସେବୀ ଇନ୍ଦ୍ରମଣି ମହାପାତ୍ର, ପୂର୍ବତନ ସରପଞ୍ଚ ରାମ ସିଂ, ସମାଜସେବୀ ରାଜୀବ ରଞ୍ଜନ ସେନାପତି ଓ ଗିରିଶ ଚନ୍ଦ୍ର ପରିଡା ପ୍ରମୁଖ ମଞ୍ଚାସିନ ହୋଇ ସ୍ବେଚ୍ଛାକୃତ ରକ୍ତଦାନର ମହତ୍ତ୍ଵ ଓ ଉପାଦେୟତା ସମ୍ପର୍କରେ ଆଲୋଚନା କରିବା ସହ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେl ସାମ୍ବାଦିକ ରଣଜିତ ନାୟକ ମଞ୍ଚ ପରିଚାଳନା କରିଥିଲେl
ଯୁବକ ସଂଘ ତରଫରୁ ସାମ୍ବାଦିକ କଞ୍ଜମଣି ସ୍ୱାଇଁ, ଅବିନାଶ ପଣ୍ଡା, ଦୀପକ କୁମାର ସିଂହ, ରଣଜିତ ନାୟକ ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରାଯାଇଥିଲାl ଏହି ଶିବିରରୁ ମୋଟ ୩୨ ୟୁନିଟ ରକ୍ତସଂଗୃହୀତ ହୋଇଥିଲା l ସମ୍ବାଦ ବାଲେଶ୍ୱର ସଂସ୍କରଣ ପକ୍ଷରୁ ଲକ୍ଷ୍ମୀଧର ବାରିକ ଶିବିରରେ ଯୋଗଦାନ ପୂର୍ବକ ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ l
କାର୍ଯ୍ୟକ୍ରମକୁ ଯୁବକ ସଂଘର ସମସ୍ତ ସଦସ୍ୟ ମିଳିମିଶି ସୁଚାରୁ ରୂପେ ସମ୍ପାଦନ କରିଥିଲେ। ବାଲେଶ୍ୱରସ୍ଥିତ ଓଡ଼ିଶା ରକ୍ତଦାନ କେନ୍ଦ୍ର ତରଫରୁ ଡା ମନୋଜ କୁମାର ବାରିକ, ମନୋଜ ଗନ୍ତାୟତ, ଅଜୟ ମହାପାତ୍ର, ବିଦ୍ୟାଧର ସାହୁ, ମୋନାନି ମଲ୍ଲିକ ପ୍ରମୁଖ ରକ୍ତ ସଂଗ୍ରହ କରିବା ସହିତ ନମୁନା ପରୀକ୍ଷା କରିଥିଲେ l ପରିଶେଷରେ ସମ୍ବାଦର ପ୍ରତିନିଧି ଦୀପକ କୁମାର ସିଂହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେl
Blood Donation Camp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/06/01/e4138b95-e8dd-4107-b662-8596b7ed6c1f-723066.jpg)