ମାଲକାନଗିରି: ମାଲକାନଗିରି ଜିଲ୍ଲା ଡିଆରସିଏସ କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତିକ ସମବାୟ ବର୍ଷ-୨୦୨୫ ଅବସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ‘ସମ୍ବାଦ’ ଆମ ଓଡ଼ିଶା ଓ ଡିଆରସିଏସ ତରଫରୁ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଯୋଗ ଦେଇଥିଲେ। ସମବାୟ ସମୂହ ବିଭାଗର ଜିଲ୍ଲାରୁ ଆସିଥିବା ସମସ୍ତ କର୍ମଚାରୀଙ୍କୁ ରକ୍ତଦାନର ମହତ୍ବ ସଂପର୍କରେ ସେ ବୁଝାଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରୁ ବରିଷ୍ଠ ସହକାରୀ ନିବନ୍ଧକ ଥିଓଫିଲ ଶବର, ଜୟପୁର କେସିସି ବ୍ୟାଙ୍କ ଏଜିଏମ ହରିଶ ଚନ୍ଦ୍ର ବନଗାଡି, ଉପସହକାରୀ ନିବନ୍ଧକ ସଂଜୟ କୁମାର ଦାସ, ଚନ୍ଦ୍ର ସେଠିଆ, କେସିସି ବ୍ୟାଙ୍କର ବିଏମ ଦୀପକ କୁମାର ଖରା, ଏମଡି ଅଭିମନ୍ୟୁ ନାୟକ, ଏମଡି ଅନ୍ତର୍ଯ୍ୟାମୀ ସାହୁ, ଏମଡି ରମେଶ ଚନ୍ଦ୍ର ରାଉତ, ଏମଡି ଉମାକାନ୍ତ ମହାପାତ୍ର, ଏମଡି ଏସ.ରାଜେନ୍ଦ୍ର ପ୍ରସାଦ, ଏମଡି ଅଭିମନ୍ୟୁ ହାଲୱା ପ୍ରମୁଖ ଉପସ୍ଥିତ ଥିଲେ।
ଏହି ରକ୍ତଦାନ କେନ୍ଦ୍ରରେ ମୋଟ ୩୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଆଗାମୀ ଦିନରେ ମଧ୍ୟ ସମବାୟ ସମୂହ ତରଫରୁ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ କରି ସମାଜ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିବେ ବୋଲି ବରିଷ୍ଠ ସହକାରୀ ନିବନ୍ଧକ ଶ୍ରୀ ଶବର ପ୍ରକାଶ କରିଥିରେ। ଏହି ଆନ୍ତର୍ଜାତିକ ସମବାୟ ବର୍ଷ ଡିସେମ୍ବର ମାସ ପର୍ଯ୍ୟନ୍ତ ଚାଲୁଥିବାରୁ ପ୍ରତି ମାସରେ କିଛି ନା କିଛି କାର୍ଯ୍ୟ ରହିଥିବା ସେ କହିଥିଲେ।
ରକ୍ତଦାତା ଜୀବନଦାତା: ଶ୍ରୀଧର ଆଦୁବାରି, ଶୁଭମ ଚକ୍ରବର୍ତ୍ତୀ, ପ୍ରେମାନନ୍ଦ ପ୍ରଧାନ,ଗଣେଶ ମଣ୍ଡଳ, ଅମିତ କୁମାର ଦାସ, କାହ୍ନୁ ଚରଣ ଦାସ, କେଶବ ହାଲଦାପୁଟିଆ, ଅଭିଷେକ ସାହୁ, ସଂତୋଷ ସାହୁ, ଅଶୋକ କୁମାର ଦଳପତି, ତ୍ରିନାଥ ହରିଜନ, ରାଜେନ୍ଦ୍ର ଦଳପତି, ପ୍ରଫୁଲ କୁମ୍ଭାର, ସୁକମଲ ବାଗଚି, ବାବୁଲା ନାୟକ, ଦୀପକ କୁମାର ଖରା, ଉମେଶ କୁମାର ଚୌଧୁରୀ, ପ୍ରଦୀପ ଖାଡେଙ୍ଗା, ଧନୁର୍ଯ୍ୟୟ ଭୁମିଆ, ପ୍ରଦ୍ୟୁମ୍ନ କୁମାର ପରିଡ଼ା, ଅମ୍ଲାନ ମହାପାତ୍ର, ଅଭିମନ୍ୟୁ ହାଲଵା, ସ୍ମୃତି ରଂଜନ ପଣ୍ଡା, ମୋଇନ ଖାନ, ବିପ୍ଲବ କୁମାର ଦେ, ଜି.ଶ୍ରୀନିବାସ ରାଓ, ଏସ.ସଂତୋଷ, ସୁଧାଂଶୁ ଖରା, ସୁମନ ରାଜୁ, ସଂଗ୍ରାମ କେଶରୀ ସ୍ବାଇଁ, ପ୍ରଭାତ କୁମାର ସ୍ବାଇଁ, ଶ୍ୟାମ ସୁନ୍ଦର ଭଣ୍ଡାରୀ, ସୁଦର୍ଶନ ଓଲିରିଆ।
ଏହି କାର୍ଯ୍ୟକ୍ରମ ଡିଆରସିଏସର ସମସ୍ତ କର୍ମଚାରୀ ସହଯୋଗ କରିଥିବା ବେଳେ ସମ୍ବାଦ ଆମ ଓଡ଼ିଶାର ଜିଲ୍ଲା ସଂଯୋଜକ ତଥା ପ୍ରତିନିଧି ପ୍ରମେନ୍ଦ୍ର ପରିଛା ପରିଚାଳନା କରିଥିଲେ। ରକ୍ତ ଭଣ୍ଡାରର ସମସ୍ତ କର୍ମଚାରୀ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ।
Malkangiri | Blood donation | Blood Donation Camp