ନୟାଗଡ଼: ଚଣ୍ଡୀବସ୍ତିରେ ବିଜେପି ସର୍ମଥିତ ବ୍ୟକ୍ତିଙ୍କ ପରିବାରର ୪ଜଣଙ୍କୁ ଆକ୍ରମଣ ମାମଲାରେ ନୟାଗଡ଼ ଥାନା ପୁଲିସ ଆଜି ବିଭିନ୍ନ ସ୍ଥାନରେ ଚଢଉ କରି ୪ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା ସମୀର ବିଶ୍ବାଳ ଥିବା ଜଣାଯାଇଛି।
ଅଭିଯୁକ୍ତମାନଙ୍କ ମଧ୍ୟରେ ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା ସମୀର ବିଶ୍ବାଳ ଥିବା ଜଣାଯାଇଛି।
ଗୋଟିଏ ଏପରିବାରର ୪ ଜଣ ସଦସ୍ୟ ପ୍ରାଣାନ୍ତକ ଆକ୍ରମଣର ଶିକାର ହୋଇଥିଲେ। ଗୁରୁତର ଆହତମାନେ ହେଲେ ମେନପଲେଇ, ଜାଗର ପଲେଇ, ବୁଦ୍ଧି ପଲେଇ ଓ ସୁଶୀଳା ପଲେଇ। ଏ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ହସପିଟାଲକୁ ଅଣାଯାଇଥିଲା ମାତ୍ର ଅବସ୍ଥା ଗୁରୁତର ଥିବାରୁ ଭୁବନଶେ୍ବରସ୍ଥିତ ଏକ ଘରୋଇ ହସପିଟାଲକୁ ସମସ୍ତଙ୍କୁ ସ୍ଥାନାନ୍ତର କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/13/9lHQ44gieWA1SPeA3792.jpg)