ସୁନ୍ଦରଗଡ଼: ଏମସିଏଲ କ୍ଷେତ୍ର ଅଧୀନ ଗୋପାଳପୁର ନିକଟ ତେଲେନଡିହି, ରତନସରା, ଭୋଗ୍ରାକଚ୍ଛାର ଜଙ୍ଗଲରେ ଚାଲିଥିବା ଖଣିଜ ଚୋରି ମାମଲାରେ ପୁଲିସର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ହେମଗିର ପୁଲିସ ଖଣି ଚୋରି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ରତନସରା ଗାଁର ସମୀର ଡନସେନା , ରତନପୁର ଗାଁ ଗେଲାନନ୍ଦ ମାଝୀ , ଝୁପୁରଙ୍ଗା ଗାଁର ହେମାନନ୍ଦ ସେଠ ଓ ଗୋପାଳପୁର ଗାଁର ଆଲୋକ ସେଠ।
ଖଣିଜ ଚୋରି ଘଟଣା ପଦାକୁ ଆସିବା ପରେ ରାଉରକେଲା କନିଷ୍ଠ ଖଣି ଅଧିକାରୀ ମଙ୍ଗଳଚରଣ ହେମ୍ରମ ହେମଗିର ଥାନାରେ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ତନାଘନା ଚଲାଇଥିବାବେଳେ ଗତକାଲି ରାତିରେ ୪ ଜଣଙ୍କୁ ଧରିଥିଲା ପୁଲିସ। ସେମାନେ ହେଲେ ରତନସରା ଗାଁର ସମୀର ଡନସେନା , ରତନପୁର ଗାଁ ଗେଲାନନ୍ଦ ମାଝୀ , ଝୁପୁରଙ୍ଗା ଗାଁର ହେମାନନ୍ଦ ସେଠ ଓ ଗୋପାଳପୁର ଗାଁର ଆଲୋକ ସେଠ। ସେମାନଙ୍କଠାରୁ ୨ଟି ଟ୍ରାକ୍ଟର, ବାଇକ୍ ଜବତ ହୋଇଛି। ଆଜି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଉପଖଣ୍ଡ ଆରକ୍ଷୀ ଅଧିକାରୀ ନିର୍ମଳ ମହାପାତ୍ର ସୂଚନା ଦେଇଛନ୍ତି।
ଖଣିଜ ଚୋରି ଘଟଣା ପଦାକୁ ଆସିବା ପରେ ରାଉରକେଲା କନିଷ୍ଠ ଖଣି ଅଧିକାରୀ ମଙ୍ଗଳଚରଣ ହେମ୍ରମ ହେମଗିର ଥାନାରେ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ତନାଘନା ଚଲାଇଥିବାବେଳେ ଗତକାଲି ରାତିରେ ୪ ଜଣଙ୍କୁ ଧରିଥିଲା ପୁଲିସ। ସେମାନଙ୍କଠାରୁ ୨ଟି ଟ୍ରାକ୍ଟର, ବାଇକ୍ ଜବତ ହୋଇଛି। ଆଜି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଉପଖଣ୍ଡ ଆରକ୍ଷୀ ଅଧିକାରୀ ନିର୍ମଳ ମହାପାତ୍ର ସୂଚନା ଦେଇଛନ୍ତି।
crime