ଭୁବନେଶ୍ବର: ପଳାଶପଲ୍ଲୀ ଅଞ୍ଚଳର ଜଣାଶୁଣା ସମାଜସେବୀ ଶିବପ୍ରସାଦ ଶ୍ରୀଚନ୍ଦନଙ୍କୁ ହୋଇଥିବା ପ୍ରାଣାନ୍ତକ ଆକ୍ରମଣ ମାମଲାରେ ଏୟାର୍ପୋର୍ଟ ଥାନା ପୁଲିସ ୪ଜଣଙ୍କୁ ଗିରଫ କରିଛି। ଡିସିପି ପିନାକ ମିଶ୍ର ଏହି ମାମଲା ସମ୍ପର୍କରେ ଗଣମାଧ୍ୟମକୁ କହିଛନ୍ତି ଯେ ବ୍ୟକ୍ତିଗତ ଶତ୍ରୁତାକୁ ନେଇ ଶିବପ୍ରସାଦ ଶ୍ରୀଚନ୍ଦନଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା ହୋଇଥିଲାI ଏହି ଘଟଣାର ମାଷ୍ଟର ମାଇଣ୍ଡ ଗଣେଶ ଓରଫ ପ୍ରମୋଦ ମହାପାତ୍ର, ସାଲୁ ଓରଫ ଦେବାଶିଷ ନାୟକ, ସଂଜୁ ଓରଫ ସଞ୍ଜୟ ବାରିକ ଏବଂ ବିକି ନାୟକକୁ ଗିରଫ କରାଯାଇଛିI ଲକ୍ଷ୍ମୀ ପୂଜା ଭସାଣିରେ ଗଣେଶକୁ ପୂର୍ବରୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେI ସେନେଇ ବାଲିଅନ୍ତା ଥାନାରେ ଅଭିଯୋଗ ହୋଇଥିଲାI ସେହି ଘଟଣା ପଛରେ ଶିବଙ୍କ ସମ୍ପୃକ୍ତି ସନ୍ଦେହ କରି, ରାସ୍ତାରେ ହାଣିଥିବ ପୁଲିସ ଆଗରେ କହିଛି ଅଭିଯୁକ୍ତI ଆକ୍ରମଣରେ ବ୍ୟବହୃତ ଦୁଇଟି ଖଣ୍ଡା, ପଲସର ବାଇକ ଓ ମୋବାଇଲ ଫୋନ ଆଦି ଜବତ କରାଯାଇଛିI
ପଳାଶପଲ୍ଲୀ ଅଞ୍ଚଳର ଜଣାଶୁଣା ସମାଜସେବୀ ଶିବପ୍ରସାଦ ଶ୍ରୀଚନ୍ଦନଙ୍କୁ ହୋଇଥିବା ପ୍ରାଣାନ୍ତକ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ଗଣେଶ ଓରଫ ପ୍ରମୋଦ ମହାପାତ୍ର, ସାଲୁ ଓରଫ ଦେବାଶିଷ ନାୟକ, ସଂଜୁ ଓରଫ ସଞ୍ଜୟ ବାରିକ ଏବଂ ବିକି ନାୟକକୁ ଗିରଫ କରାଯାଇଛିI
ସୂଚନାଯୋଗ୍ୟ, ଗତକାଲି ଡିସିପି ପିନାକ ମିଶ୍ର ଏହି ମାମଲା ସମ୍ପର୍କରେ ଗଣମାଧ୍ୟମକୁ କହିଥିଲେ ଯେ ଶିବଙ୍କ ୪ ଆକ୍ରମଣକାରୀମାନଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ଅଟକ ରଖାଯାଇଛି ଏବଂ ସେଥିରେ ମୁଖ୍ୟ ଅଭିଯୁକ୍ତ ଥିବା ଜଣାପଡ଼ିଛି। ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଥିବା ଶିବଙ୍କ ସ୍ବାସ୍ଥ୍ୟାବସ୍ଥାରେ କିଛିଟା ସୁଧାର ଆସିଛି। ତାଙ୍କ ଦେହରେ ୭ ଚୋଟ ବାଜିଛି। ତେଣୁ ଆଉ କିଛି ଘଣ୍ଟା ପରେ ପୁଲିସ ତାଙ୍କୁ ପଚରାଉଚରା କରି ଆକ୍ରମଣକାରୀଙ୍କ ବାବଦରେ ଓ ଆକ୍ରମଣର କାରଣ ସମ୍ପର୍କରେ ବିଶେଷ ତଥ୍ୟ ମିଳିପାରିବ। ଏୟାର୍ପୋର୍ଟ ଥାନା ପୁଲିସ ଓ ସ୍ପେସାଲ୍ ସ୍କ୍ବାଡ୍ ଅଭିଯୁକ୍ତମାନଙ୍କୁ ଧରିବାକୁ ଲାଗିଛନ୍ତି ଏବଂ ଖୁବ୍ ଶୀଘ୍ର ସେମାନଙ୍କୁ ପୁଲିସ କୋର୍ଟରେ ହାଜର କରାଇବ ବୋଲି ଡିସିପି ଶ୍ରୀ ମିଶ୍ର କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/11/06/atAtPw6oBOfQ27C5kFhc.jpeg)