ବୈଶିଙ୍ଗା: ଢେଙ୍କାନାଳରେ ସ୍ଵାମୀଙ୍କ ମୃତ୍ୟୁପରେ ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଳକ ପୁରୁଣିଆ ପଞ୍ଚାୟତ ଅଧୀନ କରକଚିଆସ୍ଥିତ ବାପଘରେ ରହିଆସୁଥିବା ଅସହାୟ ବିଧବା ମହିଳାଙ୍କ କ୍ଷେତ୍ରରେ ୫ ସନ୍ତାନଙ୍କ ମୁହଁରେ ଆହର ଯୋଗାଇବା ସମ୍ଭବପର ହୋଇପାରି ନଥିଲା। ଶେଷରେ ଖବରପାଇ ପ୍ରଶାସନ ୪ ସନ୍ତାନଙ୍କୁ ଗୁରୁବାର ରାଇକମା ଆଶ୍ରମ ସ୍କୁଲରେ ଭର୍ଭି କରାଇଛି।
/sambad/media/media_files/50f99bd4-686c-4d73-838b-2dddb9479f74.jpeg)
ସୂଚନା ମୁତାବକ ପୁରୁଣିଆ ପଞ୍ଚାୟତ ଅଧୀନ କରକଚିଆ ଗ୍ରାମର ସ୍ୱର୍ଗତ ବାଇଲା ହାଁସଦାଙ୍କ ଝିଅ ବାସନ୍ତୀ ଟୁଡୁ ସୁଦୂର ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ କୁମ୍ଭେଇବଣା ଗ୍ରାମର ବିନୋଦ ଟୁଡ଼ୁଙ୍କୁ ବିବାହ କରିଥିଲେ। ମାତ୍ର ୪ସନ୍ତାନ ପରେ ୫ମ ଥର ବାସନ୍ତୀ ଗର୍ଭବତୀ ଥିବା ସମୟରେ ଅର୍ଥାତ ଦେଢବର୍ଷ ପୂର୍ବେ ସ୍ଵାମୀ ବିନୋଦଙ୍କର ମୃତ୍ୟୁ ଘଟିଥିଲା। ସ୍ଵାମୀଙ୍କ ମୃତ୍ୟୁପରେ କୌଣସି ପ୍ରକାରେ ୫ସନ୍ତାନଙ୍କୁ ନେଇ ବାପଘର କରଚିଆକୁ ପଲାଇ ଆସିଥିଲେ। ୫ ସନ୍ତାନଙ୍କ ପାଟିରେ ଦୁଇ ଓଳି ଦୁଇମୁଠା ଦାନା ଦେବାରେ ବାସନ୍ତୀ ବିଫଳ ହୋଇପଡ଼ିଥଲେ। ଫଳରେ ୫ଜଣ ସନ୍ତାନଙ୍କ ସମେତ ବାସନ୍ତୀର ଭାଗ୍ୟ ଅନିଶ୍ଚିତତା ମଧ୍ୟରେ ଗତି କରୁଥିବା ବେଳେ ଖବରପାଇ ବ୍ଲକ ଉପାଧ୍ୟକ୍ଷ ଦେବଦତ୍ତ ତିଆଡି, ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରମୂଖ କରକଚିଆରେ ବାସନ୍ତୀଙ୍କ ଘରେ ପହଞ୍ଚୁ ରାସନ ସାମଗ୍ରୀ ଯୋଗାଇ ଦେଇଥିଲେ।
ଏହାପରେ ବ୍ଳକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଏବଂ ରାଇକମା ଆଶ୍ରମସ୍କୁଲ ପ୍ରଧାନଶିକ୍ଷକ ରଜତ କୁମାର ଦାଶଙ୍କ ସହିତ ଆଲୋଚନା କରି ଗୁରୁବାର ବାସନ୍ତୀଙ୍କ ୪ଜଣ ଅସହାୟ ସନ୍ତାନଙ୍କ ସମେତ ଅନ୍ୟଜଣେ ଅନାଥପିଲା ଏହିପରି ୫ଜଣ ପିଲାଙ୍କୁ ରାଇକମା ଆଶ୍ରମସ୍କୁଲରେ ଭର୍ତ୍ତି କରାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/4cfab8a4-fa35-40d3-a44c-31c6c0592f4f.jpeg)