ମୁରିବାହାଲ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ହଳଦୀ ପଞ୍ଚାୟତ ସେମେଲପାଲି ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ଏକ ଘରେ ପ୍ରେମୀଯୁଗଳଙ୍କ ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଛି। ମୁରିବାହାଲ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଦେଇଛି। ସେମେଲପାଲି ଗାଁର ଅରବିନ୍ଦ ନାଗ ଏବଂ ସଂଯୁକ୍ତା ନାଗଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ସେମାନେ ସମ୍ପର୍କୀୟ ହେବେ ବୋଲି ଜଣାଯାଇଛି। ଗତକାଲି ଝିଅ ନିଖୋଜ ଥିବା ତାଙ୍କ ବାପା ମୁରୀବାହାଲ ଥାନାରେ ଅଭିଯୋଗ କରିଥିଲେ। ଆଜି ସକାଳୁ ଏକ ଘର ଭିତରେ ପୁଅ ଝିଅଙ୍କ ମୃତଦେହ ପଡ଼ିଥିବା ଖବର ଆସିଥିଲା। ପୁଅଙ୍କ ବାପା ହତ୍ୟା କରି ଘର ଭିତରେ ପିଙ୍ଗି ଦେଇଥିବା ଝିଅଙ୍କ ବାପା ଅଭିଯୋଗ କରିଛନ୍ତି।

Advertisment

ସେମେଲପାଲି ଗାଁର ଅରବିନ୍ଦ ନାଗ ଏବଂ ସଂଯୁକ୍ତା ନାଗଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ହେଲେ ସେମାନେ ସମ୍ପର୍କରେ ମାଈଁ, ଭଣଜା ହେବେ।ଗତକାଲି ଝିଅ ନିଖୋଜ ଥିବା ତାଙ୍କ ବାପା ମୁରୀବାହାଲ ଥାନାରେ ଅଭିଯୋଗ କରିଥିଲେ। ଆଜି ସକାଳୁ ଏକ ଘର ଭିତରେ ପୁଅ ଝିଅଙ୍କ ମୃତଦେହ ପଡ଼ିଥିବା ଖବର ଆସିଥିଲା। ପୁଅଙ୍କ ବାପା ହତ୍ୟା କରି ଘର ଭିତରେ ପିଙ୍ଗି ଦେଇଥିବା ଝିଅଙ୍କ ବାପା ଅଭିଯୋଗ କରିଛନ୍ତି। ତେଣେ ସେହି ମୁରିବାହାଲ ବ୍ଲକର ଗୁଡିଘାଟ ଗ୍ରାମରେ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତଦେହ ମିଳିଛି। ମୃତକ ହେଲେ ସ୍ୱାମୀ ଡାକ୍ତର ମାଝୀ ଓ ସ୍ତ୍ରୀ ଭାନୁମତି ମାଝୀ l ଏହି ଦମ୍ପତିଙ୍କ ମୃତ୍ୟୁର କାରଣ ଏବେ ମଧ୍ୟ ଅସ୍ପଷ୍ଟ ଅଛି l

ତେଣେ ସେହି ମୁରିବାହାଲ ବ୍ଲକର ଗୁଡିଘାଟ ଗ୍ରାମରେ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତଦେହ ମିଳିଛି। ମୃତକ ହେଲେ ସ୍ୱାମୀ ଡାକ୍ତର ମାଝୀ ଓ ସ୍ତ୍ରୀ ଭାନୁମତି ମାଝୀ l ଏହି ଦମ୍ପତିଙ୍କ ମୃତ୍ୟୁର କାରଣ ଏବେ ମଧ୍ୟ ଅସ୍ପଷ୍ଟ ଅଛି l

death