ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଗୋଲାମୁଣ୍ଡାକଟା ଗ୍ରାମରେ ବିଦ୍ୟୁତ ବିଭାଗର ଚଢ଼ାଉ ବେଳେ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ମହିଳାମାନଙ୍କୁ ବିଦ୍ୟୁତ ବିଭାଗର ଏନ୍ଫୋର୍ସମେଣ୍ଟ ଟିମ୍ ଗୋଡ଼ାଇଛନ୍ତି। ଫଳରେ ଏହି ଟିମ୍ର କିଛି ଲୋକଙ୍କୁ ଗ୍ରାମବାସୀ ଅଟକ ରଖିଛନ୍ତି।
ସୂଚନା ଅନୁସାରେ ସନ୍ତୋଷ ଗିରିଙ୍କ ଘରେ ବିଦ୍ୟୁତ ବିଭାଗର ଚଢ଼ାଉ ଚାଲିଥିଲା। ବାରିପଦାରୁ ବିଦ୍ୟୁତ ବିଭାଗ ଏନ୍ଫୋର୍ସମେଣ୍ଟ ମେଣ୍ଟ ଟିମ ଆସିଥିଲେ। ଏମାନଙ୍କୁ ଦେଖି ଘର ମହିଳାମାନେ ଦୈଡିବା ଆରମ୍ଭ କରିଥିଲେ। ଫଳରେ ବିଦ୍ୟୁତ କର୍ମଚାରୀମାନେ ସେମାନଙ୍କୁ ଗୋଡାଇ ଥିଲେ। ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଦେଖାଯାଇଥିଲା। ଗ୍ରାମବାସୀ ଉତ୍ୟକ୍ତ ହୋଇ ବିଦ୍ୟୁତ କର୍ମଚାରୀଙ୍କୁ ପିଟିବା ସହିତ ଚାରିଜଣ କର୍ମଚାରୀଙ୍କୁ ଅଟକ ରଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/4zWgsHqye9ZcgR8k5jVJ.jpeg)