କଣ୍ଟାବାଞ୍ଜି: ବଲାଙ୍ଗୀରଜିଲ୍ଲା ବଙ୍ଗୋମୁଣ୍ଡା ରେଞ୍ଜ ମୁରିବାହାଲ ଗାଁରେ ବାରହା ମାଂସ ବିକ୍ରି ବେଳେ ବନବିଭାଗର କର୍ମଚାରୀ ଚଢ଼ାଉ କରି ୪ ଜଣ ଶିକାରୀଙ୍କୁ ଗିରଫ କରିଥିବା ଜଣାଯାଇଛି। ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବଡ଼ବାଙ୍କୀ ପଞ୍ଚାୟତ ତଥା ବଙ୍ଗୋମୁଣ୍ଡା ରେଞ୍ଜ ଅନ୍ତର୍ଗତ ମୁରିବାହାଲ ଗାଁରୁ ବାରହା ମାଂସ ବିକ୍ରି ବେଳେ ବନବିଭାଗ ଚଢ଼ାଉ କରିଛି।
ଗିରଫ ଅଭିଯୁକ୍ତମାନେ ହେଲେ ସୁଦନ ମାଝୀ, ରାଧେଶ୍ୟାମ ଧରୁଆ, ଇନ୍ଦ୍ର ଧରୁଆ ଓ ଭଜମନ ମାଝୀ। ସମସ୍ତ ଅଭିଯୁକ୍ତ ମୁରିବାହାଲ ଗାଁର ବୋଲି ଜଣାପଡ଼ିଛି।
ଗିରଫ ଅଭିଯୁକ୍ତମାନେ ହେଲେ ସୁଦନ ମାଝୀ, ରାଧେଶ୍ୟାମ ଧରୁଆ, ଇନ୍ଦ୍ର ଧରୁଆ ଓ ଭଜମନ ମାଝୀ। ସମସ୍ତ ଅଭିଯୁକ୍ତ ମୁରିବାହାଲ ଗାଁର ବୋଲି ଜଣାପଡ଼ିଛି।
ବାରହା ମାଂସ ଜବତ କରିବା ସହ ଏଥିରେ ବ୍ୟବହୃତ ସାମଗ୍ରୀକୁ ଜବତ କରି ଅଧିକ ତଦନ୍ତ କରୁଛି ବନ ବିଭାଗ। ଦିନକୁ ଦିନ ଏହି ଅଞ୍ଚଳରେ ଶିକାରୀମାନେ ବିଭିନ୍ନ ଜୀବଜନ୍ତୁଙ୍କ ମାଂସ ବିକ୍ରି କରୁଥିବା ଅଭିଯୋଗ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/14/CTdhtRViP7RXnPkxheFm.jpg)