ବାଲେଶ୍ବର: ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ କଲେଜରେ ପହଞ୍ଚିଛି ୟୁଜିସିର ୪ ଜଣିଆ ଟିମ୍। ଏହି ଟିମ୍ର ସଦସ୍ୟମାନେ ଫକୀରମୋହନ କଲେଜର ନୂଆ ଅଧ୍ୟକ୍ଷ ଓ ଆଇସିସିଙ୍କୁ ଜେରା କରୁଥିବା ଜଣାଯାଇଛି।
ଘଟଣାର ତଦନ୍ତ ପାଇଁ ଆଜି ବାଲେଶ୍ୱର ଗସ୍ତରେ ଉଚ୍ଚଶିକ୍ଷା ବିଭାଗର ଉଚ୍ଚ ସ୍ତରୀୟ କମିଟି ଆସୁଛି। ଜୁଲାଇ ୧୮ ଓ ୧୯ ତାରିଖ, ଦୁଇଦିନ ଉଚ୍ଚ ସ୍ତରୀୟ କମିଟି ଆଗରେ ଉପସ୍ଥିତ ରହିବା ପାଇଁ ଫକୀର ମୋହନ କଲେଜ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଦସ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଦସ୍ୟଙ୍କୁ ଉଚ୍ଚସ୍ତରୀୟ ତଦନ୍ତ କମିଟି ଆଲୋଚନା ଓ ପଚରାଉଚରା କରିପାରେ।
ଏଣେ ଘଟଣାର ତଦନ୍ତ ପାଇଁ ଆଜି ବାଲେଶ୍ୱର ଗସ୍ତରେ ଉଚ୍ଚଶିକ୍ଷା ବିଭାଗର ଉଚ୍ଚ ସ୍ତରୀୟ କମିଟି ଆସୁଛି। ଜୁଲାଇ ୧୮ ଓ ୧୯ ତାରିଖ, ଦୁଇଦିନ ଉଚ୍ଚ ସ୍ତରୀୟ କମିଟି ଆଗରେ ଉପସ୍ଥିତ ରହିବା ପାଇଁ ଫକୀର ମୋହନ କଲେଜ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଦସ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଦସ୍ୟଙ୍କୁ ଉଚ୍ଚସ୍ତରୀୟ ତଦନ୍ତ କମିଟି ଆଲୋଚନା ଓ ପଚରାଉଚରା କରିପାରେ। ଜୁଲାଇ ୧୩ ତାରିଖରେ ଉଚ୍ଚସ୍ତରୀୟ କମିଟି ପ୍ରାଥମିକ ତଦନ୍ତ କରି ଅନ୍ତରୀଣ ରିପୋର୍ଟ ଦାଖଲ କରିଥିଲେ । ତେବେ ଅନ୍ତରୀଣ ରିପୋର୍ଟକୁ ନେଇ ମୃତ ଛାତ୍ରୀଙ୍କ ବାପା ପ୍ରଶ୍ନ ଉଠାଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/07/18/new-project-3-2025-07-18-13-55-01.jpg)