ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରେ ୩ ବିଭାଗର ୪ଟି ପ୍ରସ୍ତାବରେ ମୋହର। ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ଓଡ଼ିଶାରେ ପ୍ରୟୋଗ ପାଇଁ ୧୯୪୮ର ୬୩ତମ ଆଇନ ସଂଶୋଧନ ପାଇଁ ପ୍ରସ୍ତାବ ଅନୁମୋଦିତ | ୨୦ କିମ୍ବା ଅଧିକ କର୍ମଚାରୀ ନିୟୋଜିତ କରିଥିବା ଦୋକାନ, ବ୍ୟାବସାୟିକ ପ୍ରତିଷ୍ଠାନ ପାଇଁ ଲାଗୁ ହେବ | ଓଡ଼ିଆରେ ସାଇନ ବୋର୍ଡ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି|
ଏଣେ କେନ୍ଦୁଝର ଘଟଗାଁ ତାରିଣୀ ମନ୍ଦିର ଓ ପାରିପାର୍ଶ୍ୱିକ ଉନ୍ନତି ପାଇଁ ଡିପିଆର୍ ପ୍ରସ୍ତୁତି ସରିଛି | ୬୯ ଏକରରେ ପାରିପାର୍ଶ୍ୱିକ ଉନ୍ନତି ହେବ | ଏଥିଲାଗି ଖର୍ଚ୍ଚ ହେବ ୨୨୬ କୋଟି ଟଙ୍କା | ଏକ ହଜାର ବିଶିଷ୍ଟ ଯାତ୍ରୀ ନିବାସ, ନଡ଼ିଆ ଭଣ୍ଡାର, ଏକା ସାଙ୍ଗରେ ବସିଲା ଭଳି ୫୦୦ ସିଟ ବିଶିଷ୍ଟ ହଲ ନିର୍ମାଣ ହେବ।
ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ବିଦ୍ୟାଳୟର ବିକାଶ ପାଇଁ ପ୍ରସ୍ତାବ ଅନୁମୋଦିତ | ଶିକ୍ଷା ଅଧିକାରୀ ଆଇନ୨୦୦୯ର ଉଦ୍ଦେଶ୍ୟକୁ ପୂରଣ ପାଇଁ ସମନ୍ୱୟ ରକ୍ଷା କରି ପ୍ରତି ପଞ୍ଚାୟତ ସ୍ତରରେ ପ୍ରାଥମିକ ସ୍ତରରେ ଗୋଟିଏ ଲେଖାଏଁ ବିଦ୍ୟାଳୟ ସ୍ଥାପନ ହେବ | ୩ ବର୍ଷ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ୨ ହଜାର ୨୦୦ଟି ବିଦ୍ୟାଳୟ ନିର୍ମାଣ ହେବ। ଏଥିଲାଗି ଖର୍ଚ୍ଚ ହେବ ୧୨ ଶହ କୋଟି ଟଙ୍କା | ୫ କୋଟି ରୁ ଅଧିକ ଟଙ୍କା ଗୋଟିଏ ବିଦ୍ୟାଳୟ ପାଇଁ ଖର୍ଚ୍ଚ ହେବ | ପ୍ରଥମ ପର୍ଯ୍ୟାୟରେ ୩ ବର୍ଷ ଏବଂ ପରେ ସମସ୍ତ ପଞ୍ଚାୟତରେ ନିର୍ମାଣ କରାଯିବ।