ଭୁବନେଶ୍ବର: ଓଡ଼ିଶାରେ କ୍ରୁଜ୍ ବା ଜାହାଜ ଆଧାରିତ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଯୋଜନା। ଓଡ଼ିଶାରେ ହେବ ୪ଟି କ୍ରୁଜ୍ ସର୍କିଟ୍। ଭିତରକନିକା ଜଙ୍ଗଲ, ଯୋବ୍ରା, ଲଳିତଗିରି - ଉଦୟଗିରି - ରତ୍ନଗିରି ଏବଂ ବାଲେଶ୍ଵର ହିଡେନ ବିଚ୍ କୁ ନେଇ ହେବ ଏହି ୪ଟି କ୍ରୁଜ ସର୍କିଟ।
କେନ୍ଦ୍ର ସରକାରଙ୍କ କ୍ରୁଜ ଭାରତ ମିଶନ ଯୋଜନାରେ ଏଗୁଡ଼ିକ ବିକଶିତ କରାଯିବ ବୋଲି ରାଜ୍ୟସଭାରେ ମୌଖିକ ପ୍ରଶ୍ନର ଉତ୍ତର ରଖି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବନ୍ଦର, ଜାହାଜ ଏବଂ ଜଳପଥ ବିଭାଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ। ବୈତରଣୀ ନଦୀରେ ଯାଇଥିବା ୧୪ନମ୍ବର ଜାତୀୟ ଜଳପଥ ଅନ୍ତର୍ଗତ ଭିତରକନିକା ଜଙ୍ଗଲ, ମହାନଦୀରେ ଯାଇଥିବା ୬୪ ନମ୍ବର ଜାତୀୟ ଜଳପଥ ଅନ୍ତର୍ଗତ ଯୋବ୍ରା, ବିରୂପା - ବଡି ଗେଙ୍ଗୁଟି - ବ୍ରାହ୍ମଣୀ ନଦୀରେ ଯାଇଥିବା ୨୨ ନମ୍ବର ଜାତୀୟ ଜଳପଥ ଅନ୍ତର୍ଗତ ଲଳିତଗିରି - ଉଦୟଗିରି - ରତ୍ନଗିରି ଏବଂ ବୁଢ଼ାବଳଙ୍ଗ ନଦୀରେ ଯାଇଥିବା ଜାତୀୟ ଜଳପଥ ୨୩ ଅନ୍ତର୍ଗତ ବାଲେଶ୍ଵର ହିଡେନ ବିଚ୍ କୁ ନେଇ ୪ଟି ରିଭର୍ କ୍ରୁଜ୍ ସର୍କିଟ୍ ତିଆରି କରିବାକୁ ଯୋଜନା ରଖିଛନ୍ତି କେନ୍ଦ୍ର ସରକାର।

/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/20/sarbananda-2025-08-20-10-55-48.png)